କୁଚିଣ୍ଡାରେ ବଡ଼ ଦୁର୍ଘଟଣା; ୨ ଗାଡ଼ି ମୁହାଁମୁହିଁ ଧକ୍କା ପରେ ଜୀବନ୍ତ ଜଳିଗଲେ ୨ ଡ୍ରାଇଭର 

 ୨ ଗାଡ଼ି ମୁହାଁମୁହିଁ ଧକ୍କା ପରେ ୨ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କଣ୍ଟେନର ଓ ଟ୍ରକ୍ ସହ ୨ ଜଣ ଜଳିଯାଇଥିବା ସୂଚନା ମିଳିଛି। ତେବେ କଣ୍ଟେନରର ଖଲାସୀ ଜଣକ ଗୁରୁତର ଥିବା କୁହାଯାଉଛି।

କୁଚିଣ୍ଡାରେ ବଡ଼ ଦୁର୍ଘଟଣା; ୨ ଗାଡ଼ି ମୁହାଁମୁହିଁ ଧକ୍କା ପରେ ଜୀବନ୍ତ ଜଳିଗଲେ ୨ ଡ୍ରାଇଭର 

ସମ୍ବଲପୁର ଜମନକିରାରେ ଟ୍ରକ-କଣ୍ଟେନର ମୁହାଁମୁହିଁ ଧକ୍କାରେ ଚାଲିଗଲା ୨ ଡ୍ରାଇଭରଙ୍କ ଜୀବନ। ୨ ଗାଡ଼ି ମୁହାଁମୁହିଁ ଧକ୍କା ପରେ ୨ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କଣ୍ଟେନର ଓ ଟ୍ରକ୍ ସହ ୨ ଜଣ ଜଳିଯାଇଥିବା ସୂଚନା ମିଳିଛି। ତେବେ କଣ୍ଟେନରର ଖଲାସୀ ଜଣକ ଗୁରୁତର ଥିବା କୁହାଯାଉଛି। 

ମିଳିଥିବା ସୂଚନା ଅନୁଯାୟୀ, ଆଇରନ ବୋଝେଇ ଟ୍ରକଟି ସମ୍ବଲପୁର ଆଡ଼କୁ ଯାଉଥିବାବେଳେ କଣ୍ଟେନରଟି ସମ୍ବଲପୁରରୁ ଦେବଗଡ଼ ଅଭିମୁଖେ ଯାଉଥିଲା। ତେବେ ଉଭୟ ଟ୍ରକ ଏବଂ କଣ୍ଟେନର ଜମନକିରା ଏନ୍ଏଚ୍-୫୩ କଦଳୀପାଳ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲେ। 

ଫଳରେ ଉଭୟ ଗାଡ଼ି ଜଳିଯିବା ସହ କଣ୍ଟେନରର ଡ୍ରାଇଭର ରେହମାନ ଖାନ୍‌ଙ୍କ ପ୍ରାଣହାନୀ ହୋଇଥିବାବେଳେ ମୃତ ଟ୍ରକ ଡ୍ରାଇଭରଙ୍କ ପରିଚୟ ମିଳିପାରିନି। କଣ୍ଟେନରର ଆହତ ହେଲପର ହେଉଛନ୍ତି ସାଉଦ୍ ଖାନ। ତାଙ୍କୁ ଗୁରୁତର ଅବସ୍ଥାରେ ସମ୍ବଲପୁର ପଠାଯାଉଥିବା ସୂଚନା ମିଳିଛି।