କୁଞ୍ଜlପାଲି ରେ ଶଡବଂଶୀୟ ଗୋଣ୍ଡ ସାମାଜ ର ଜିଲ୍ଲା ସ୍ତରୀୟ ସମାବେଶ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା କୁଞ୍ଜାପାଲି ବଡଦେଓ ପୂଜାପୀଠ ଠାରେ ଷଡବଂଶୀୟ ଗୋଣ୍ଡ ସମାଜର ମହାସଭା ଅନୁଷ୍ଠିତ ହୋଇଥିଲା l ପ୍ରଥମେ ବଡଦେଓ ପୂଜା ପି ଠ ରେ ପୂଜାର୍ଚ୍ଚନା ପରେ ସୁବର୍ଣ୍ଣପୁର ଜିଲ୍ଲା ର ସଡ ବଂଶୀୟ ଗୋଣ୍ଡ ସମାଜର ନୂତନ କମିଟି ଗଠନ କରାଯାଇଥିଲା | ବିଶେଷ କରି ସମାଜ ର ନୀତି, ନିୟମ, ଇତିହାସ ଆଦି ବିଭିନ୍ନ ପ୍ରକାର ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଥିଲା।ଗୋଣ୍ଡ ସମାଜ ଆଗକୁ କିଭଳି […] The post କୁଞ୍ଜlପାଲି ରେ ଶଡବଂଶୀୟ ଗୋଣ୍ଡ ସାମାଜ ର ଜିଲ୍ଲା ସ୍ତରୀୟ ସମାବେଶ appeared first on Odisha.News.

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା କୁଞ୍ଜାପାଲି ବଡଦେଓ ପୂଜାପୀଠ ଠାରେ ଷଡବଂଶୀୟ ଗୋଣ୍ଡ ସମାଜର ମହାସଭା ଅନୁଷ୍ଠିତ ହୋଇଥିଲା l ପ୍ରଥମେ ବଡଦେଓ ପୂଜା ପି ଠ ରେ ପୂଜାର୍ଚ୍ଚନା ପରେ ସୁବର୍ଣ୍ଣପୁର ଜିଲ୍ଲା ର ସଡ ବଂଶୀୟ ଗୋଣ୍ଡ ସମାଜର ନୂତନ କମିଟି ଗଠନ କରାଯାଇଥିଲା | ବିଶେଷ କରି ସମାଜ ର ନୀତି, ନିୟମ, ଇତିହାସ ଆଦି ବିଭିନ୍ନ ପ୍ରକାର ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଥିଲା।ଗୋଣ୍ଡ ସମାଜ ଆଗକୁ କିଭଳି ଭାବରେ ଆହୁରି ମଜବୁତ ହୋଇ ବଢିପାରିବ ସେ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏଥିରେ ଜିଲ୍ଲା ସଭାପତି ଭାବେ ରାମଚନ୍ଦ୍ର ନାଏକ୍ ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା l ସେହିପରି ଉପ ସଭାପତି ସୁରେନ୍ଦ୍ର ରାଏ , ସମ୍ପାଦକ ଅଚ୍ୟୁତ ପଧାନ, ସହ ସମ୍ପାଦକ ଦୁଃଶାସନ ଧରୁଆ , କୋଷାଧ୍ୟକ୍ଷ ପଙ୍କଜ ଧରୁଆ ରହିଥିଲେ। ସଭ୍ୟ ଭାବରେ ଟିକେଶ୍ଵର ପଧାନ, ପ୍ରକାଶ ପଧାନ, ସୁବାସ ଧରୁଆ, ରାମକୃଷ୍ଣ ରାୟ , ଭରତ ମଲ୍ଲିକ , ଦୁର୍ଯୋଧନ ଭୋଇ , କଇରୁ ଭୋଇ ଓ ମହିଳା କମିଟି ର ସଂଯୁକ୍ତା ଠାଙ୍କି, ସାବିତ୍ରୀ ଭୋଇ , ସବ୍ୟା ଭୋଇ , ସବିତା ଭୋଇ , ସସ୍ମିତା ଭୋଇ ଙ୍କୁ ମନୋନୀତ କରାଯାଇଛି । ଏହି ଅବସରରେ ଶହଶହ ଗୋଣ୍ଡ ସମାଜର ବ୍ୟକ୍ତି ବିଶେଷ ତଥା ଓଡିଶା ର ସମ୍ବଲପୁର ଜିଲ୍ଲା ସଭାପତି ବଦ୍ରିକୁମାର ବରିହା , ବରଗଡ ଜିଲ୍ଲା ସଭାପତି ଲଷ୍ମୀ ନାରାୟଣ ସିଂ, ଝାରସୁଗୁଡା ଜିଲ୍ଲା ସଭାପତି ଜଗନ୍ନାଥ ଭୋଇ , ଦେବଗଡ଼ ଜିଲ୍ଲା ସଭାପତି ନୀଲମଣି ପାତ୍ର , କେନ୍ଦୁଝର ଜିଲ୍ଲା ସଭାପତି ଜନାର୍ଦନ ନାୟକ , ନୂଆପଡା ଜିଲ୍ଲା ସଭାପତି କୈଳାସ ଚନ୍ଦ୍ର ଭୋଇ, ବଲାଙ୍ଗୀର ଜିଲ୍ଲା ସଭାପତି ବୀରବର ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ | ଶେଷରେ ସମସ୍ତେ ସମାଜ କୁ ଆଗେଇ ନେବାପାଇଁ ବଡ଼ଦେଓ ଙ୍କ ନିକଟରେ ଶପଥ ନେଇଥିଲେ |
The post କୁଞ୍ଜlପାଲି ରେ ଶଡବଂଶୀୟ ଗୋଣ୍ଡ ସାମାଜ ର ଜିଲ୍ଲା ସ୍ତରୀୟ ସମାବେଶ appeared first on Odisha.News.