କୁତବ୍ ମୀନାରଠୁ ୩ଗୁଣା ଉଚ୍ଚ ‘ସ୍କାଏଡେକ୍’; ବେଙ୍ଗାଲୁରୁରେ ନିର୍ମାଣ ହେବ ଦକ୍ଷିଣ ଏସିଆର ଉଚ୍ଚତମ ଟାଓ୍ବାର
ବେଙ୍ଗାଲୁରୁ: ବେଙ୍ଗାଲୁରୁ ନିର୍ମାଣ ହେବ ଦକ୍ଷିଣ ଏସିଆର ବୃହତ୍ତମ ‘ସ୍କାଏଡେକ୍’ । ଦିଲ୍ଲୀରେ ଥିବା କୁତବ ମୀନାର ଠାରୁ ତିନି ଗୁଣା ବଡ଼ ଏହି ସୁ-ଉଚ୍ଚ ଟାଓ୍ବାର । ଏହାର ପାଖାପାଖି ଉଚ୍ଚତା ୨୫୦ ମିଟର ହେବ । ଏହି ସ୍କାଏଡେକର ନିର୍ମାଣ ପାଇଁ କର୍ଣ୍ଣାଟକ ସରକାରଙ୍କ କ୍ୟାବିନେଟର ମଞ୍ଜୁରୀ ପ୍ରଦାନ କରିଛି । ଏଥିପାଇଁ ୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ପ୍ରୋଜେକ୍ଟ ତିଆରେ ହେଲେ ବେଙ୍ଗାଲୁରୁ ସହରର ଇନଫ୍ରାଷ୍ଟ୍ରକ୍ଚର ବୁନିଆଦି ଢାଞ୍ଚାକୁ ବୃଦ୍ଧି କରିବାରେ ସହଯୋଗ କରିବ ।କର୍ଣ୍ଣାଟକ ଆଇନ ମନ୍ତ୍ରୀ ଏଚ.କେ ପାଟିଲ୍ କହିଛନ୍ତି, କର୍ଣ୍ଣାଟକ ସରକାର ଦକ୍ଷିଣ ଏସିଆର ସର୍ବବୃତ ସ୍କାଏଡେକ୍ ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଦ୍ବାରା ଭାରତ ଉଦ୍ୟୋଗୀ ରାଜଧାନୀର ୩୬୦ ଡିଗ୍ରୀ ଭ୍ୟୁ’ ଦୃଶ୍ୟମାନ ହେବ । ବେଙ୍ଗାଲୁରୁର ନାଇସ୍ ରୋଡରେ ଏହି ପ୍ରକଳ୍ପ ତିଆରି ହେବ । ଏହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ପାଇଁ ବିଶ୍ବ ସ୍ତରୀୟ ସୁବିଧା ରହିବ ଏବଂ ଏହି ସ୍ଥାନ ପର୍ଯ୍ୟନ୍ତ ମେଟ୍ରୋ ରେଲକୁ ସଂପ୍ରସାରଣ କରାଯିବ । ସ୍କାଏଡେକ୍ ଭିତରେ ସପିଂ କମ୍ପ୍ଲେକ୍ସ ରହିବ, ଏହାଛଡ଼ା ଏହା ଭିତରେ ଅନ୍ୟ ସୁବିଧା ସବୁ ସାମିଲ୍ ରହିବ । ସୂଚନା ଅନୁଯାୟୀ, ଦକ୍ଷିଣ ଏସିଆର ଉଚ୍ଚତମ ସ୍କାଏଡେକ୍ ତିଆରି ପାଇଁ କର୍ଣ୍ଣାଟକ ସରକାର ପ୍ରଥମେ ରାଜଧାନୀ ବେଙ୍ଗାଲୁରୁ ମଧ୍ୟ ଭାଗରେ ତିଆରି କରିବାକୁ ଯୋଜ
ବେଙ୍ଗାଲୁରୁ: ବେଙ୍ଗାଲୁରୁ ନିର୍ମାଣ ହେବ ଦକ୍ଷିଣ ଏସିଆର ବୃହତ୍ତମ ‘ସ୍କାଏଡେକ୍’ । ଦିଲ୍ଲୀରେ ଥିବା କୁତବ ମୀନାର ଠାରୁ ତିନି ଗୁଣା ବଡ଼ ଏହି ସୁ-ଉଚ୍ଚ ଟାଓ୍ବାର । ଏହାର ପାଖାପାଖି ଉଚ୍ଚତା ୨୫୦ ମିଟର ହେବ । ଏହି ସ୍କାଏଡେକର ନିର୍ମାଣ ପାଇଁ କର୍ଣ୍ଣାଟକ ସରକାରଙ୍କ କ୍ୟାବିନେଟର ମଞ୍ଜୁରୀ ପ୍ରଦାନ କରିଛି । ଏଥିପାଇଁ ୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ପ୍ରୋଜେକ୍ଟ ତିଆରେ ହେଲେ ବେଙ୍ଗାଲୁରୁ ସହରର ଇନଫ୍ରାଷ୍ଟ୍ରକ୍ଚର ବୁନିଆଦି ଢାଞ୍ଚାକୁ ବୃଦ୍ଧି କରିବାରେ ସହଯୋଗ କରିବ ।

କର୍ଣ୍ଣାଟକ ଆଇନ ମନ୍ତ୍ରୀ ଏଚ.କେ ପାଟିଲ୍ କହିଛନ୍ତି, କର୍ଣ୍ଣାଟକ ସରକାର ଦକ୍ଷିଣ ଏସିଆର ସର୍ବବୃତ ସ୍କାଏଡେକ୍ ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଦ୍ବାରା ଭାରତ ଉଦ୍ୟୋଗୀ ରାଜଧାନୀର ୩୬୦ ଡିଗ୍ରୀ ଭ୍ୟୁ’ ଦୃଶ୍ୟମାନ ହେବ । ବେଙ୍ଗାଲୁରୁର ନାଇସ୍ ରୋଡରେ ଏହି ପ୍ରକଳ୍ପ ତିଆରି ହେବ । ଏହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ପାଇଁ ବିଶ୍ବ ସ୍ତରୀୟ ସୁବିଧା ରହିବ ଏବଂ ଏହି ସ୍ଥାନ ପର୍ଯ୍ୟନ୍ତ ମେଟ୍ରୋ ରେଲକୁ ସଂପ୍ରସାରଣ କରାଯିବ । ସ୍କାଏଡେକ୍ ଭିତରେ ସପିଂ କମ୍ପ୍ଲେକ୍ସ ରହିବ, ଏହାଛଡ଼ା ଏହା ଭିତରେ ଅନ୍ୟ ସୁବିଧା ସବୁ ସାମିଲ୍ ରହିବ ।

ସୂଚନା ଅନୁଯାୟୀ, ଦକ୍ଷିଣ ଏସିଆର ଉଚ୍ଚତମ ସ୍କାଏଡେକ୍ ତିଆରି ପାଇଁ କର୍ଣ୍ଣାଟକ ସରକାର ପ୍ରଥମେ ରାଜଧାନୀ ବେଙ୍ଗାଲୁରୁ ମଧ୍ୟ ଭାଗରେ ତିଆରି କରିବାକୁ ଯୋଜନା କରିଥିଲେ । ହେଲେ ଏଥିପାଇଁ ସରକାର ବହୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ିଥିଲା । ୨୫ ଏକର ଜମି ଅଧିଗ୍ରହଣ କରିବା ମୁସ୍କିଲ୍ ଥିଲା । ଅନ୍ୟପଟେ ଏତେ ଉଚ୍ଚ ଟାଓ୍ବାର ନିର୍ମାଣ ପାଇଁ ବିଭିନ୍ନ ସଂସ୍ଥା ଆପତ୍ତି ଉଠାଇଥିଲେ । ସହର ମଧ୍ୟରେ ଅଧିକ ଉଚ୍ଚତା ବିଶିଷ୍ଟ ସ୍କାଏଡେକ୍ ତିଆରି କରିବା ନାଗରିକଙ୍କ ସୁରକ୍ଷା ଏବଂ ଭାରତୀୟ ବାୟୁସେନାର ଏୟାର ବେସ୍ ଉପରେ ବିପଦ ସୃଷ୍ଟି ହେଉଥିଲା, ତେଣୁ ଏହି ପ୍ରକଳ୍ପକୁ ସହର ବାହାରକୁ ସ୍ଥାନନ୍ତର କରାଯାଇଛି ।
