କୁନି ଝିଅ କାନ୍ଧରେ ପରିବାର ବୋଝ; ରୋଜଗାରିଆ ବାପା ରୋଗରେ ଶଯ୍ୟାଶାୟୀ, ଅନଟନ ଭିତରେ ବିତୁଛି ଜୀବନ

କନକ ବ୍ୟୁରୋ : ଅଭାବ ଭିତରେ ପରିବାର । ୧୧ ବର୍ଷର ଝିଅର କାନ୍ଧରେ ଦୁଃଖର ବୋଝ । ୮ମାସ ତଳେ ମାଆ ଛାଡି ଚାଲିଯାଇଥିବା ବେଳେ ଏବେ ଶଯ୍ୟାଶାୟୀ ହୋଇପଡିଛିନ୍ତି ବାପା । କାମାକ୍ଷାନଗର ବ୍ଲକ ବଡ଼ସୁଆଳ ପଞ୍ଚାୟତର ତୁଳସୀପଶି ଗାଁର ରବିନାରାୟଣ ବେଜ । ପତ୍ନୀ ଓ ଦୁଇ ଝିଅଙ୍କୁ ନେଇ ପରିବାର ସୁରୁଖୁରୁରେ ଚଳୁଥିଲା । ହେଲେ ହଠାତ୍ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇପଡିଛନ୍ତି ରବି ନାରାୟଣ । ଅଭାବ ଭିତରେ ରହୁଥିବା ବେଳେ ଚିକିତ୍ସାରେ ସବୁକିଛି ଖର୍ଚ୍ଚ ହୋଇ ସାରିଛି । ଖାଇବାକୁ ନଥିବା ବେଳେ ଅଭାବୀ ପରିବାର ଚିକିତ୍ସା ପାଇଁ ଟଙ୍କା ଆଣିବେ କେଉଁଠୁ । ଏନେଇ ପ୍ରଶାସନ ନିକଟରେ ସାହାଯ୍ୟ ପାର୍ଇ ଅନୁରୋଧ କରିଛନ୍ତି । ସେହି ତୁଳସୀପଶି ଗାଁରେ ବିବାହ କରିଥିବା ନିଜ ଭଉଣୀ ରୁନୁ ବାରିକଙ୍କ ଘରେ ଏବେ ଆଶ୍ରୟ ନେଇଛନ୍ତି ରବିନାରାୟଣଙ୍କ ପରିବାର । ସମସ୍ୟା ନେଇ ଜଣାଯାଇଥିବା ବେଳେ ମିଳିଛି ପ୍ରତିଶ୍ରୁତି । ଯାହା କିଛି ଅସୁବିଧା ଅଛି ସରକାରୀ ସ୍ତରରେ ସାହାଯ୍ୟ କରାଯିବ । ଯେମିତି ମେଡ଼ିକାଲ ଆନୁଷଙ୍ଗିକ ଖର୍ଚ୍ଚ, ଚାଉଳ କାର୍ଡ ଆଉ ପିଲାମାନଙ୍କର ମଧ୍ୟ ପାଠ ପଢ଼ିବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି । ଯାହାର ଅପେକ୍ଷାରେ ରହିଛନ୍ତି ପରିବାର । ସରକାରୀ ସ୍ତରରେ ହେଉ କି କେହି ବଦାନ୍ୟ ବ୍ୟକ୍ତି ସାହାଯ୍ୟ ସହଯୋଗ କରିଲେ ରିବନାରାୟଣଙ୍କ ପରିବାର ଉପକୃତ ହୋଇପାରିବ ।  

କୁନି ଝିଅ କାନ୍ଧରେ ପରିବାର ବୋଝ; ରୋଜଗାରିଆ ବାପା ରୋଗରେ ଶଯ୍ୟାଶାୟୀ, ଅନଟନ ଭିତରେ ବିତୁଛି ଜୀବନ

କନକ ବ୍ୟୁରୋ : ଅଭାବ ଭିତରେ ପରିବାର । ୧୧ ବର୍ଷର ଝିଅର କାନ୍ଧରେ ଦୁଃଖର ବୋଝ । ୮ମାସ ତଳେ ମାଆ ଛାଡି ଚାଲିଯାଇଥିବା ବେଳେ ଏବେ ଶଯ୍ୟାଶାୟୀ ହୋଇପଡିଛିନ୍ତି ବାପା । କାମାକ୍ଷାନଗର ବ୍ଲକ ବଡ଼ସୁଆଳ ପଞ୍ଚାୟତର ତୁଳସୀପଶି ଗାଁର ରବିନାରାୟଣ ବେଜ । ପତ୍ନୀ ଓ ଦୁଇ ଝିଅଙ୍କୁ ନେଇ ପରିବାର ସୁରୁଖୁରୁରେ ଚଳୁଥିଲା । ହେଲେ ହଠାତ୍ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇପଡିଛନ୍ତି ରବି ନାରାୟଣ । ଅଭାବ ଭିତରେ ରହୁଥିବା ବେଳେ ଚିକିତ୍ସାରେ ସବୁକିଛି ଖର୍ଚ୍ଚ ହୋଇ ସାରିଛି । ଖାଇବାକୁ ନଥିବା ବେଳେ ଅଭାବୀ ପରିବାର ଚିକିତ୍ସା ପାଇଁ ଟଙ୍କା ଆଣିବେ କେଉଁଠୁ । ଏନେଇ ପ୍ରଶାସନ ନିକଟରେ ସାହାଯ୍ୟ ପାର୍ଇ ଅନୁରୋଧ କରିଛନ୍ତି ।

ସେହି ତୁଳସୀପଶି ଗାଁରେ ବିବାହ କରିଥିବା ନିଜ ଭଉଣୀ ରୁନୁ ବାରିକଙ୍କ ଘରେ ଏବେ ଆଶ୍ରୟ ନେଇଛନ୍ତି ରବିନାରାୟଣଙ୍କ ପରିବାର । ସମସ୍ୟା ନେଇ ଜଣାଯାଇଥିବା ବେଳେ ମିଳିଛି ପ୍ରତିଶ୍ରୁତି । ଯାହା କିଛି ଅସୁବିଧା ଅଛି ସରକାରୀ ସ୍ତରରେ ସାହାଯ୍ୟ କରାଯିବ । ଯେମିତି ମେଡ଼ିକାଲ ଆନୁଷଙ୍ଗିକ ଖର୍ଚ୍ଚ, ଚାଉଳ କାର୍ଡ ଆଉ ପିଲାମାନଙ୍କର ମଧ୍ୟ ପାଠ ପଢ଼ିବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି । ଯାହାର ଅପେକ୍ଷାରେ ରହିଛନ୍ତି ପରିବାର ।

ସରକାରୀ ସ୍ତରରେ ହେଉ କି କେହି ବଦାନ୍ୟ ବ୍ୟକ୍ତି ସାହାଯ୍ୟ ସହଯୋଗ କରିଲେ ରିବନାରାୟଣଙ୍କ ପରିବାର ଉପକୃତ ହୋଇପାରିବ ।