କୁନି ଝିଅକୁ ଚେଙ୍କ ଦେବା ଘଟଣା: ବନ୍ଧା ହେଲେ ଜେଜେଙ୍କ ସହ ଜଣେ ମହିଳା
ଭୁବନେଶ୍ୱର: ସାତ ବର୍ଷ କୁନି ଝିଅକୁ ଜେଜେ ବ୍ୟାପାର ଅକଥନୀୟ ନିର୍ଯାତନା ସହ ଶରୀରରେ ଚେଙ୍କ ଦେବା ଘଟଣାରେ ଗିରଫ ହେଲେ ଜେଜେ ଏବଂ ଜଣେ ମହିଳା। ଉଭୟଙ୍କୁ ସହିଦନଗର ଥାନା ପୋଲିସ ଗିରଫ କରିଛି। ଉଭୟ ସାତ ବର୍ଷର କୁନି ଝିଅଙ୍କୁ ନାନା ପ୍ରକର ଅତ୍ୟାଚାର କରୁଥିଲେ। ତାଙ୍କ ଶରୀରରେ ଏକାଧିକ ଚେଙ୍କ ଦେଇଥିବା ଚିହ୍ନ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଗତ ଗୁରୁବାର ସହିଦନଗର ଅଞ୍ଚଳ ରେ ଶିବ ମନ୍ଦିରରେ ଝିଅଟି କାନ୍ଦୁଥିବା ଦେଖି ଜଣେ ବ୍ୟକ୍ତି ରୁଚିକା ସମାଜ ମଙ୍ଗଳ ସଂଗଠନକୁ ଖବର ଦେଇଥିଲେ ଏହାପରେ ସେ ଝିଅକୁ ଆସି ଉଦ୍ଧାର କରିଥିଲେ।ଉଦ୍ଧାର ପରେ ଝିଅଟି ସମସ୍ତ କଥା ପୋଲିସ୍ ଆଗରେ କହିଥିଲେ । ଏହି ଘଟଣାରେ ଉଭୟ ଜେଜେ ଏବଂ ଜଣେ ମହିଳା ଗିରଫ ହୋଇଛନ୍ତି। କୁନି ଝିଅର ବାପା-ମା ପୂର୍ବରୁ ମୃତ୍ୟୁବରଣ କରିସାରିଛନ୍ତି। ତେବେ ଜେଜେ ଦୈତାରୀ ନାୟକ ଏବଂ ମହିଳା ମନିଷା ନାୟକଙ୍କୁ ଗିରଫ କରିଛି ପୋଲିସ୍। ଉଦ୍ଧାର କୁନି ଝିଅଟି ଋଚିକା ଚାଇଲ୍ଡ ଲାଇନରେ ରହିଛି।
ଭୁବନେଶ୍ୱର: ସାତ ବର୍ଷ କୁନି ଝିଅକୁ ଜେଜେ ବ୍ୟାପାର ଅକଥନୀୟ ନିର୍ଯାତନା ସହ ଶରୀରରେ ଚେଙ୍କ ଦେବା ଘଟଣାରେ ଗିରଫ ହେଲେ ଜେଜେ ଏବଂ ଜଣେ ମହିଳା। ଉଭୟଙ୍କୁ ସହିଦନଗର ଥାନା ପୋଲିସ ଗିରଫ କରିଛି। ଉଭୟ ସାତ ବର୍ଷର କୁନି ଝିଅଙ୍କୁ ନାନା ପ୍ରକର ଅତ୍ୟାଚାର କରୁଥିଲେ।
ତାଙ୍କ ଶରୀରରେ ଏକାଧିକ ଚେଙ୍କ ଦେଇଥିବା ଚିହ୍ନ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଗତ ଗୁରୁବାର ସହିଦନଗର ଅଞ୍ଚଳ ରେ ଶିବ ମନ୍ଦିରରେ ଝିଅଟି କାନ୍ଦୁଥିବା ଦେଖି ଜଣେ ବ୍ୟକ୍ତି ରୁଚିକା ସମାଜ ମଙ୍ଗଳ ସଂଗଠନକୁ ଖବର ଦେଇଥିଲେ ଏହାପରେ ସେ ଝିଅକୁ ଆସି ଉଦ୍ଧାର କରିଥିଲେ।
ଉଦ୍ଧାର ପରେ ଝିଅଟି ସମସ୍ତ କଥା ପୋଲିସ୍ ଆଗରେ କହିଥିଲେ । ଏହି ଘଟଣାରେ ଉଭୟ ଜେଜେ ଏବଂ ଜଣେ ମହିଳା ଗିରଫ ହୋଇଛନ୍ତି। କୁନି ଝିଅର ବାପା-ମା ପୂର୍ବରୁ ମୃତ୍ୟୁବରଣ କରିସାରିଛନ୍ତି। ତେବେ ଜେଜେ ଦୈତାରୀ ନାୟକ ଏବଂ ମହିଳା ମନିଷା ନାୟକଙ୍କୁ ଗିରଫ କରିଛି ପୋଲିସ୍। ଉଦ୍ଧାର କୁନି ଝିଅଟି ଋଚିକା ଚାଇଲ୍ଡ ଲାଇନରେ ରହିଛି।