କୁନି ବୟସରେ କମାଲ୍; ୪ ବର୍ଷ ବୟସରେ ଇଂରାଜୀ ଓ ସ୍ପାନିସ୍ ଭାଷାରେ ଲେଖିଛନ୍ତି ବହି
କନକ ବ୍ୟୁରୋ : କୁନି ବୟସରେ କମାଲ୍, ଖଡ଼ି ଛୁଇଁବା ବୟସରେ ଲେଖିଛନ୍ତି ବହି.. ମାତ୍ର ୪ ବର୍ଷ ବୟସରେ ଦୁଇଟି ଭାଷାରେ ବହି ଲେଖି ସମସ୍ତଙ୍କୁ କରିଛନ୍ତି ଚକିତ। ଭୁବନେଶ୍ବରର ଆନ୍ଭି ବିଶେଷ ଅଗ୍ରୱାଲ, ୟାଙ୍କ ନାଁରେ ରହିଛି ଇଣ୍ଡିଆ ବୁକ ଅଫ ରେକର୍ଡ୍ସ, ଏସିଆ ବୁକ ଅଫ ରେକର୍ଡ୍ସ, ଦୁବାଇ ୱାର୍ଲଡ ଆର୍ଟ ଆଣ୍ଡ କଲଚର ସମ୍ମାନ ଭଳି ଏକାଧିକ କିର୍ତ୍ତୀମାନ। ଆନ୍ଭି ଇଂରାଜୀ ଓ ସ୍ପାନିଶ ଭାଷାରେ 'ଲିଟିଲ ଗାର୍ଲସ୍ ବିଗ୍ ଇମୋସନ୍ସ୍' ନାମରେ ବହି ଲେଖିଛନ୍ତି। ଯେଉଁଥିରେ ସେ ତାଙ୍କ କୁନି ମନର ବିଶାଳ ଭାବନାକୁ ନିଜ ଚିତ୍ର ଓ ଲେଖା ମାଧ୍ୟମରେ ପରିପ୍ରକାଶ କରିଛନ୍ତି । ବିଶେଷତ୍ୱ ଆଗରେ ହାର ମାନିଛି ବୟସ। ଅଭିଜ୍ଞତା ନୁହେଁ ବରଂ ଅନୁଭବ ଦେଇଛି ତାଙ୍କୁ ଏ ସଫଳତା। ଆନ୍ଭି ଯେତବେଳେ ବର୍ଷେ ନଅ ମାସର ହୋଇଥିଲେ, ସେତବେଳେ ସ୍ପେନ ଭାଷାର ୪୨ ଟି ଫୋନିକ ସାଉଣ୍ଡ ଓ ସାଧାରଣ ଜ୍ଞାନରେ ପାରଦର୍ଶିତା ହାସଲ କରି ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ରେ ସ୍ଥାନ ପାଇଥିଲେ । ଆନ୍ଭି ଖୁବ ସୁନ୍ଦର ଚିତ୍ର ବି ଆଙ୍କି ପାରନ୍ତି । ମାତ୍ର ୯ ମାସରେ ସେ ପେଣ୍ଟିଂ କରୁଛନ୍ତି। 'ଲିଟିଲ ଗାର୍ଲସ୍ ବିଗ୍ ଇମୋସନ୍ସ୍' ବହିରେ ରହିଛି ସେ ଆଙ୍କିଥିବା ଚିତ୍ର। ଏଥିରେ ସେ ନିଜର ଭାବନାକୁ ବିଭିନ୍ନ ରଙ୍ଗରେ ବ୍ୟାଖ୍ୟା କରିଛନ୍ତି । ଆନଭିଙ୍କ ବାପା ବିଶେଷ ଅଗ୍ରୱାଲ ଏକ କମ୍ପାନୀରେ ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରୁଥିବା ବେଳେ ମାଆ ପେଶାରେ ଜଣେ ଶିକ୍ଷୟତ୍ରୀ। ବର୍ତ୍ତମ

କନକ ବ୍ୟୁରୋ : କୁନି ବୟସରେ କମାଲ୍, ଖଡ଼ି ଛୁଇଁବା ବୟସରେ ଲେଖିଛନ୍ତି ବହି.. ମାତ୍ର ୪ ବର୍ଷ ବୟସରେ ଦୁଇଟି ଭାଷାରେ ବହି ଲେଖି ସମସ୍ତଙ୍କୁ କରିଛନ୍ତି ଚକିତ। ଭୁବନେଶ୍ବରର ଆନ୍ଭି ବିଶେଷ ଅଗ୍ରୱାଲ, ୟାଙ୍କ ନାଁରେ ରହିଛି ଇଣ୍ଡିଆ ବୁକ ଅଫ ରେକର୍ଡ୍ସ, ଏସିଆ ବୁକ ଅଫ ରେକର୍ଡ୍ସ, ଦୁବାଇ ୱାର୍ଲଡ ଆର୍ଟ ଆଣ୍ଡ କଲଚର ସମ୍ମାନ ଭଳି ଏକାଧିକ କିର୍ତ୍ତୀମାନ। ଆନ୍ଭି ଇଂରାଜୀ ଓ ସ୍ପାନିଶ ଭାଷାରେ 'ଲିଟିଲ ଗାର୍ଲସ୍ ବିଗ୍ ଇମୋସନ୍ସ୍' ନାମରେ ବହି ଲେଖିଛନ୍ତି। ଯେଉଁଥିରେ ସେ ତାଙ୍କ କୁନି ମନର ବିଶାଳ ଭାବନାକୁ ନିଜ ଚିତ୍ର ଓ ଲେଖା ମାଧ୍ୟମରେ ପରିପ୍ରକାଶ କରିଛନ୍ତି ।
ବିଶେଷତ୍ୱ ଆଗରେ ହାର ମାନିଛି ବୟସ। ଅଭିଜ୍ଞତା ନୁହେଁ ବରଂ ଅନୁଭବ ଦେଇଛି ତାଙ୍କୁ ଏ ସଫଳତା। ଆନ୍ଭି ଯେତବେଳେ ବର୍ଷେ ନଅ ମାସର ହୋଇଥିଲେ, ସେତବେଳେ ସ୍ପେନ ଭାଷାର ୪୨ ଟି ଫୋନିକ ସାଉଣ୍ଡ ଓ ସାଧାରଣ ଜ୍ଞାନରେ ପାରଦର୍ଶିତା ହାସଲ କରି ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ରେ ସ୍ଥାନ ପାଇଥିଲେ । ଆନ୍ଭି ଖୁବ ସୁନ୍ଦର ଚିତ୍ର ବି ଆଙ୍କି ପାରନ୍ତି । ମାତ୍ର ୯ ମାସରେ ସେ ପେଣ୍ଟିଂ କରୁଛନ୍ତି। 'ଲିଟିଲ ଗାର୍ଲସ୍ ବିଗ୍ ଇମୋସନ୍ସ୍' ବହିରେ ରହିଛି ସେ ଆଙ୍କିଥିବା ଚିତ୍ର। ଏଥିରେ ସେ ନିଜର ଭାବନାକୁ ବିଭିନ୍ନ ରଙ୍ଗରେ ବ୍ୟାଖ୍ୟା କରିଛନ୍ତି । ଆନଭିଙ୍କ ବାପା ବିଶେଷ ଅଗ୍ରୱାଲ ଏକ କମ୍ପାନୀରେ ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରୁଥିବା ବେଳେ ମାଆ ପେଶାରେ ଜଣେ ଶିକ୍ଷୟତ୍ରୀ।
ବର୍ତ୍ତମାନ ଆନଭି ବିଭିନ୍ନ ରଙ୍ଗର ପେଣ୍ଟିଂ ସହ ଅଭ୍ୟସ୍ତ । ମ୍ୟାଗନେଟ ଆର୍ଟ, ହ୍ୟୁମାନ ସ୍ପାଇରୋଗ୍ରାଫି, ପେଣ୍ଡୁଲମ୍ ଆର୍ଟ, ପେଣ୍ଟିଂ ଆଦି ୩୭ ଟି ଶୈଳୀରେ ୭୨ ରୁ ଅଧିକ ଆଧୁନିକ ପେଣ୍ଟିଂ କରି ରେକର୍ଡ଼ କରିଛନ୍ତି ଆନଭି । କେବଳ ଆମ ଦେଶ ନୁହେଁ ତାଙ୍କ ଚିତ୍ରକଳା ଦୁବାଇ ୱାର୍ଲଡ଼ ଆର୍ଟ ପ୍ରଦର୍ଶନୀରରେ ମଧ୍ୟ ସମ୍ମାନିତ ହୋଇଛି ।