କୁମ୍ବିଂ ଚାଲିଥିବା ବେଳେ ଠାବ ହେଲା ଲ୍ୟାଣ୍ଡ ମାଇନ ଓ ବିସ୍ଫୋରକ ସାମଗ୍ରୀ

ସୁରକ୍ଷା କର୍ମୀ ଲ୍ୟାଣ୍ଡ ମାଇନ ସହ ବିପୁଳ ବିସ୍ଫୋରକ ସାମଗ୍ରୀକୁ ଜବତ କରିଥିଲେ।

କୁମ୍ବିଂ ଚାଲିଥିବା ବେଳେ ଠାବ ହେଲା ଲ୍ୟାଣ୍ଡ ମାଇନ ଓ ବିସ୍ଫୋରକ ସାମଗ୍ରୀ

କୁମ୍ବିଂ ଚାଲିଥିବା ବେଳେ ଠାବ ହେଲା ଲ୍ୟାଣ୍ଡ ମାଇନ ଓ ବିସ୍ଫୋରକ ସାମଗ୍ରୀ। ଆଉ ଏକ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯବାନ ମାନେ।

କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଲାସେରି ସଂରକ୍ଷତ ଜଙ୍ଗଲରେ ଏସଓଜି, ଡିଭିଏଫ ଓ ସିଆରପିଏଫ ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ଚାଲିଥିଲା। ସେଇସମୟରେ ଜଙ୍ଗଲରେ ଲ୍ୟାଣ୍ଡ ମାଇନ ବିଛା ଯାଇଥିବା ଦେଖିବାକୁ ପାଇଥିଲେ ସୁରକ୍ଷା କର୍ମୀ। ଆଉ ତୁରନ୍ତ ସୁରକ୍ଷା କର୍ମୀ ଲ୍ୟାଣ୍ଡ ମାଇନ ସହ ବିପୁଳ ବିସ୍ଫୋରକ ସାମଗ୍ରୀକୁ ଜବତ କରିଥିଲେ। ସେହି ଅଞ୍ଚଳରେ ଏବେ ବି କୁଂବି ଜାରି ରହିଥିବା ଜଣାପଡ଼ିଛି।

ସୋମବାର (ଗତକାଲି) ମାଓବାଦୀ ସେହି ଥାନା ଅଞ୍ଚଳର ବାଡ଼ିପଙ୍ଗା ଗାଁର ମେଟଲା ରଇତ ନାମକ ଜଣେ ଯୁବକଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ନିର୍ମମ ଭାବେ ହତ୍ୟା କରିଥିଲେ। ଆଉ ଆଜି ସୁରକ୍ଷା କର୍ମୀ ଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ କୁଂବି ଚାଲିଥିବା ବେଳେ ଲ୍ୟାଣ୍ଡ ମାଇନ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।