ସାଉଦି ଆରବ ଜେଦାହରେ ଭୟଙ୍କର ସଡ଼କ ଦୁର୍ଘଟଣା: ୯ ଭାରତୀୟ ମୃତ

ନୂଆଦିଲ୍ଲୀ: ସାଉଦି ଆରବର ପଶ୍ଚିମ ଅଞ୍ଚଳର ଜିଜାନ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୯ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ପରେ ଜେଦ୍ଦାସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ଶୋକ ପ୍ରକାଶ କରିଛି। ଏହି ଦୁର୍ଘଟଣାରେ ଭାରତୀୟ ଦୂତାବାସ ପକ୍ଷରୁ ପୀଡ଼ିତ ପରିବାରଙ୍କୁ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି। ଏଥିସହିତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଘଟଣା ସମ୍ପର୍କରେ ଯୋଗାଯୋଗ ଜାରି ରହିଛି ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି।ଦୂତାବାସ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି "କ୍ଷତିଗ୍ରସ୍ତ ପରିବାର ପ୍ରତି ଆମର ଗଭୀର ସମବେଦନା। ଜେଦ୍ଦାହରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ୍ ପୂର୍ଣ୍ଣ ସମର୍ଥନ ପ୍ରଦାନ କରୁଛନ୍ତି ଏବଂ କର୍ତ୍ତୃପକ୍ଷ ଏବଂ ପରିବାର ସହିତ ଯୋଗାଯୋଗରେ ଅଛନ୍ତି। ଆମେ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା ମଧ୍ୟ କରୁଛୁ। ସୂଚନା ପାଇଁ ହେଲ୍ପଲାଇନ୍ ଜାରି କରାଯାଇଛି।" ଏହି ଘଟଣାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ମାମଲା ସମ୍ପର୍କରେ ସେ ଜେଦ୍ଦାହରେ କନସଲ ଜେନେରାଲଙ୍କ ସହ କଥା ହୋଇଛନ୍ତି। ପୀଡ଼ିତ ପରିବାରଙ୍କୁ ସହଯୋଗ କରାଯାଉଛି କି ନା ସେ ବିଷୟରେ ପଚାରି ବୁଝିଛନ୍ତି।  

ସାଉଦି ଆରବ ଜେଦାହରେ ଭୟଙ୍କର ସଡ଼କ ଦୁର୍ଘଟଣା: ୯ ଭାରତୀୟ ମୃତ

ନୂଆଦିଲ୍ଲୀ: ସାଉଦି ଆରବର ପଶ୍ଚିମ ଅଞ୍ଚଳର ଜିଜାନ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୯ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ପରେ ଜେଦ୍ଦାସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ଶୋକ ପ୍ରକାଶ କରିଛି। ଏହି ଦୁର୍ଘଟଣାରେ ଭାରତୀୟ ଦୂତାବାସ ପକ୍ଷରୁ ପୀଡ଼ିତ ପରିବାରଙ୍କୁ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି। ଏଥିସହିତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଘଟଣା ସମ୍ପର୍କରେ ଯୋଗାଯୋଗ ଜାରି ରହିଛି ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି।

ଦୂତାବାସ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି "କ୍ଷତିଗ୍ରସ୍ତ ପରିବାର ପ୍ରତି ଆମର ଗଭୀର ସମବେଦନା। ଜେଦ୍ଦାହରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ୍ ପୂର୍ଣ୍ଣ ସମର୍ଥନ ପ୍ରଦାନ କରୁଛନ୍ତି ଏବଂ କର୍ତ୍ତୃପକ୍ଷ ଏବଂ ପରିବାର ସହିତ ଯୋଗାଯୋଗରେ ଅଛନ୍ତି। ଆମେ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା ମଧ୍ୟ କରୁଛୁ। ସୂଚନା ପାଇଁ ହେଲ୍ପଲାଇନ୍ ଜାରି କରାଯାଇଛି।" 
ଏହି ଘଟଣାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ମାମଲା ସମ୍ପର୍କରେ ସେ ଜେଦ୍ଦାହରେ କନସଲ ଜେନେରାଲଙ୍କ ସହ କଥା ହୋଇଛନ୍ତି। ପୀଡ଼ିତ ପରିବାରଙ୍କୁ ସହଯୋଗ କରାଯାଉଛି କି ନା ସେ ବିଷୟରେ ପଚାରି ବୁଝିଛନ୍ତି।