ଅଖିମୁଠି ଅନୁକୂଳ କଲେ ପ୍ରଣବ

ସମ୍ବଲପୁର,୧୦ା୫: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ପାରମ୍ପାରିକ ଚାଷୀ ବେଶରେ ସମ୍ବଲପୁର ଜିଲା ରେଙ୍ଗାଲି ଢୋରୋପାଣିରେ ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଅଖିମୁଠି ଅନୁକୂଳ କରିଛନ୍ତି । ଚାଷଜମିରେ ପୂଜାର୍ଚ୍ଚନା ସହ ଅଖିମୁଠି ଅନୁକୂଳ କରି ସେ ଚାଷୀମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଚାଷୀମାନେ ଲୋକଙ୍କୁ ଆହାର ଯୋଗାଉଛନ୍ତି। ଭଲ ବର୍ଷା, ଭଲ ଫସଲ ହେବା ପାଇଁ ମୁଁ ପ୍ରଭୁ ଶ୍ରୀଜଗନ୍ନାଥ, ମା’ ସମଲେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା କରୁଛି। ଚାଷୀଙ୍କ ଉପକାର […] The post ଅଖିମୁଠି ଅନୁକୂଳ କଲେ ପ୍ରଣବ appeared first on Dharitri Odia News.

ଅଖିମୁଠି ଅନୁକୂଳ କଲେ ପ୍ରଣବ

ସମ୍ବଲପୁର,୧୦ା୫: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ପାରମ୍ପାରିକ ଚାଷୀ ବେଶରେ ସମ୍ବଲପୁର ଜିଲା ରେଙ୍ଗାଲି ଢୋରୋପାଣିରେ ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଅଖିମୁଠି ଅନୁକୂଳ କରିଛନ୍ତି ।

ଚାଷଜମିରେ ପୂଜାର୍ଚ୍ଚନା ସହ ଅଖିମୁଠି ଅନୁକୂଳ କରି ସେ ଚାଷୀମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଚାଷୀମାନେ ଲୋକଙ୍କୁ ଆହାର ଯୋଗାଉଛନ୍ତି। ଭଲ ବର୍ଷା, ଭଲ ଫସଲ ହେବା ପାଇଁ ମୁଁ ପ୍ରଭୁ ଶ୍ରୀଜଗନ୍ନାଥ, ମା’ ସମଲେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା କରୁଛି। ଚାଷୀଙ୍କ ଉପକାର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅନେକ ଯୋଜନା କରିଛନ୍ତି। ଏଥିରୁ ଚାଷୀଭାଇମାନେ ଉପକୃତ ହେଉଛନ୍ତି।

The post ଅଖିମୁଠି ଅନୁକୂଳ କଲେ ପ୍ରଣବ appeared first on Dharitri Odia News.