୧୯୮୭ରେ ରୁଷିଆର ଗୁପ୍ତଚର ଥିଲେ ଟ୍ରମ୍ପ୍‌

ମସ୍କୋ,୨୬ା୨: ୧୯୮୭ରେ ଡୋନାଲ୍ଡ ଟ୍ରମ୍ପ୍‌ ରୁଷିଆର ଗୁପ୍ତଚର ନିଯୁକ୍ତ ହୋଇଥିଲେ ବୋଲି କେଜିବିର ପୂର୍ବତନ ଅଫିସର ଅଲ୍‌ନୁର ମୁସାୟେଭ୍‌ ଅଭିଯୋଗ ଆଣି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେତେବେଳେ ଟ୍ରମ୍ପ୍‌ଙ୍କ କୋଡ୍‌ ନେମ୍‌ ‘କ୍ରାସ୍‌ନୋଭ୍‌’ ରଖାଯାଇଥିଲା। ମୁସାୟେଭ୍‌ଙ୍କ ଏହି ଅଭିଯୋଗକୁ ନେଇ ଗଣମାଧ୍ୟମରେ ଜୋର୍‌ଦାର ଚର୍ଚ୍ଚା ହେଉଛି। ଉକ୍ତ ଗୋଇନ୍ଦା ବିଭାଗରେ ଉଚ୍ଚ ପଦବୀରେ ଥିବା କାଜାକିସ୍ତାନୀ ଅଫିସର ମୁସାୟେଭ୍‌ କହିଛନ୍ତି, ୮୦ ଦଶକର ଶେଷ ଭାଗରେ ପୁଞ୍ଜିବାଦ ଜଗତରେ ପ୍ରବେଶ ପାଇଁ ସୋଭିଏତ୍‌ ୟୁନିୟନ ଟ୍ରମ୍ପ୍‌ଙ୍କ ଭଳି […] The post ୧୯୮୭ରେ ରୁଷିଆର ଗୁପ୍ତଚର ଥିଲେ ଟ୍ରମ୍ପ୍‌ appeared first on Dharitri Odia News.

୧୯୮୭ରେ ରୁଷିଆର ଗୁପ୍ତଚର ଥିଲେ ଟ୍ରମ୍ପ୍‌

ମସ୍କୋ,୨୬ା୨: ୧୯୮୭ରେ ଡୋନାଲ୍ଡ ଟ୍ରମ୍ପ୍‌ ରୁଷିଆର ଗୁପ୍ତଚର ନିଯୁକ୍ତ ହୋଇଥିଲେ ବୋଲି କେଜିବିର ପୂର୍ବତନ ଅଫିସର ଅଲ୍‌ନୁର ମୁସାୟେଭ୍‌ ଅଭିଯୋଗ ଆଣି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେତେବେଳେ ଟ୍ରମ୍ପ୍‌ଙ୍କ କୋଡ୍‌ ନେମ୍‌ ‘କ୍ରାସ୍‌ନୋଭ୍‌’ ରଖାଯାଇଥିଲା। ମୁସାୟେଭ୍‌ଙ୍କ ଏହି ଅଭିଯୋଗକୁ ନେଇ ଗଣମାଧ୍ୟମରେ ଜୋର୍‌ଦାର ଚର୍ଚ୍ଚା ହେଉଛି। ଉକ୍ତ ଗୋଇନ୍ଦା ବିଭାଗରେ ଉଚ୍ଚ ପଦବୀରେ ଥିବା କାଜାକିସ୍ତାନୀ ଅଫିସର ମୁସାୟେଭ୍‌ କହିଛନ୍ତି, ୮୦ ଦଶକର ଶେଷ ଭାଗରେ ପୁଞ୍ଜିବାଦ ଜଗତରେ ପ୍ରବେଶ ପାଇଁ ସୋଭିଏତ୍‌ ୟୁନିୟନ ଟ୍ରମ୍ପ୍‌ଙ୍କ ଭଳି ପାଶ୍ଚାତ୍ୟ ଉଦ୍ୟୋଗୀମାନଙ୍କୁ ଟାର୍ଗେଟ କରିଥିଲା। ରିଅଲ୍‌ ଇଷ୍ଟେଟ୍‌ ବ୍ୟବସାୟୀ ଟ୍ରମ୍ପ୍‌ ମସ୍କୋରେ ସମ୍ଭାବ୍ୟ ବ୍ୟବସାୟ ସୁଯୋଗ ବିଶେଷକରି ହୋଟେଲ୍‌ ଖୋଲିବା ପାଇଁ ୧୯୮୭ରେ ସୋଭିଏତ୍‌ ୟୁନିୟନ ଯାଇଥିଲେ। ତେବେ ସୋଭିଏତ୍‌ ନେତାମାନଙ୍କ ସହ ତାଙ୍କର ବୈଠକ କେବଳ ବ୍ୟାବସାୟିକ ନ ଥିଲା। ତାଙ୍କ ଗସ୍ତର ପ୍ରକୃତ ଉଦ୍ଦେଶ୍ୟ ସୋଭିଏତ୍‌ ଗୋଇନ୍ଦା ଏଜେଣ୍ଟ ଭାବେ ତାଲିକାଭୁକ୍ତ ହେବା ଥିଲା ବୋଲି ମୁସାୟେଭ୍‌ କହିଛନ୍ତି। ୮୦ ଦଶକର ଗୋଇନ୍ଦା ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ, ଖ୍ୟାତନାମା ପାଶ୍ଚାତ୍ୟ ବ୍ୟକ୍ତିଙ୍କୁ ଗୁପ୍ତଚର ବା ସୂଚନାଦାତା ଭାବେ ନିଯୁକ୍ତି ପାଇଁ କେଜିବି ସକ୍ରିୟ ଭାବେ ଉଦ୍ୟମ ଚଳାଇଥିଲା। ଟ୍ରମ୍ପ୍‌ଙ୍କ କେଜିବି ଫାଇଲ ଏବେ ବି ଖୋଲା ରହିଛି ଏବଂ ତାଙ୍କ ଘନଷ୍ଠ ବନ୍ଧୁ ତଥା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏହାକୁ ପରିଚାଳନା କରୁଛନ୍ତି ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଯଦିଓ ମୁସାୟେଭଙ୍କ ଅଭିଯୋଗର କୌଣସି ପ୍ରମାଣ ନାହିଁ, ଟ୍ରମ୍ପ୍‌ ସୋଭିଏଟ୍‌ର ଏକ ଆସେଟ୍‌ ବୋଲି ପୂର୍ବରୁ ରହିଥିବା ଧାରଣାକୁ ଏହା ଜାଗ୍ରତ କରିଛି। ତେବେ ଟ୍ରମ୍ପ୍‌ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

The post ୧୯୮୭ରେ ରୁଷିଆର ଗୁପ୍ତଚର ଥିଲେ ଟ୍ରମ୍ପ୍‌ appeared first on Dharitri Odia News.