କୁମ୍ଭ ମେଳା ପାଇଁ ରେଳବାଇର ପ୍ରସ୍ତୁତି, ଚାଲିବ ୧ ହଜାର ୨୨୫ଟି ସ୍ବତନ୍ତ୍ର ଟ୍ରେନ
ନୂଆଦିଲ୍ଲୀ: ଆସନ୍ତା ବର୍ଷ ପଡ଼ୁଛି ମହାକୁମ୍ଭ ମେଳା । ଜାନୁଆରୀ ୧୩ରୁ ଫେବ୍ରୁଆରୀ ୨୬ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ପ୍ରୟାଗରାଜରେ ମେଳା ଆୟୋଜିତ ହେବ। ଆଉ ମହାକୁମ୍ଭ ମେଳାରେ ବୁଡ଼ ପକାଇବାକୁ ଦୁନିଆରୁ କୋଣ ଅନୁକୋଣରୁ ଆସିବେ ସାଧୁ, ସନ୍ନ୍ୟାସୀଙ୍କ ସମେତ କୋଟି କୋଟି ଶ୍ରଦ୍ଧାଳୁ। ଏମିତିରେ ଉତ୍ତର ପ୍ରଦେଶରେ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହି କ୍ରମରେ ଭାରତୀୟ ରେଳବାଇ ମଧ୍ୟ ମେଳାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି କରିସାରିଛି। ଯେପରି କେହି ଶ୍ରଦ୍ଧାଳୁ ଏବଂ ଯାତ୍ରୀଙ୍କ ରେଳ ଯାତ୍ରାରେ ବ୍ୟାଘାତ ନହେବ ସେଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ମଧ୍ୟ କରିଛି। ରେଳବାଇର ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଆସନ୍ତା ବର୍ଷ ହେବାକୁ ଥିବା ମହାକୁମ୍ଭ ମେଳାରେ ପ୍ରାୟ ୪୦ କୋଟି ତୀର୍ଥଯାତ୍ରୀ ଆସିପାରନ୍ତି। ଏଥିପାଇଁ ରେଲବାଇ ୧୪୦ ରେଗୁଲାର ଟ୍ରେନ ବ୍ୟତୀତ ଛଅ ମୁଖ୍ୟ ଅନୁଷ୍ଠାନରେ ସ୍ନାନ ଦିନମାନଙ୍କରେ ୧,୨୨୫ଟି ସ୍ବତନ୍ତ୍ର ଟ୍ରେନ ଚଳାଇବ। ଏହି ୧୨୨୫ ସ୍ବତନ୍ତ୍ର ଟ୍ରେନ ମଧ୍ୟରୁ ୮୨୫ ସ୍ମଲ ରୁଟ ପାଇଁ ରହିଛି, ଯେତେବେଳେକି ୪୦୦ ଅଧିକ ଲଙ୍ଗ୍ରୁଟ୍ର ରିଜର୍ଭ ଟ୍ରେନ। ରେଲଓ୍ବେର ସୂଚନା ଅନୁସାରେ, ଏହା ୨୦୧୯ରେ ଅର୍ଦ୍ଧକୁମ୍ଭ ସମୟରେ ଚାଲିଥିବା ଟ୍ରେନ ତୁଳନାରେ ପ୍ରାୟ ୧୭୭ ପ୍ରତିଶତ ଅଧିକ। ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଟୋଲ ଫ୍ରି ନମ୍ବର ୧୮୦୦-୪୧୯୯-୧୩୯ ଆରମ୍ଭ କରିଛି। କୁମ୍ଭ ୨୦୨୫ ମୋବାଇଲ ଆପ ମଧ୍
ନୂଆଦିଲ୍ଲୀ: ଆସନ୍ତା ବର୍ଷ ପଡ଼ୁଛି ମହାକୁମ୍ଭ ମେଳା । ଜାନୁଆରୀ ୧୩ରୁ ଫେବ୍ରୁଆରୀ ୨୬ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ପ୍ରୟାଗରାଜରେ ମେଳା ଆୟୋଜିତ ହେବ। ଆଉ ମହାକୁମ୍ଭ ମେଳାରେ ବୁଡ଼ ପକାଇବାକୁ ଦୁନିଆରୁ କୋଣ ଅନୁକୋଣରୁ ଆସିବେ ସାଧୁ, ସନ୍ନ୍ୟାସୀଙ୍କ ସମେତ କୋଟି କୋଟି ଶ୍ରଦ୍ଧାଳୁ। ଏମିତିରେ ଉତ୍ତର ପ୍ରଦେଶରେ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହି କ୍ରମରେ ଭାରତୀୟ ରେଳବାଇ ମଧ୍ୟ ମେଳାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି କରିସାରିଛି। ଯେପରି କେହି ଶ୍ରଦ୍ଧାଳୁ ଏବଂ ଯାତ୍ରୀଙ୍କ ରେଳ ଯାତ୍ରାରେ ବ୍ୟାଘାତ ନହେବ ସେଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ମଧ୍ୟ କରିଛି।
ରେଳବାଇର ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଆସନ୍ତା ବର୍ଷ ହେବାକୁ ଥିବା ମହାକୁମ୍ଭ ମେଳାରେ ପ୍ରାୟ ୪୦ କୋଟି ତୀର୍ଥଯାତ୍ରୀ ଆସିପାରନ୍ତି। ଏଥିପାଇଁ ରେଲବାଇ ୧୪୦ ରେଗୁଲାର ଟ୍ରେନ ବ୍ୟତୀତ ଛଅ ମୁଖ୍ୟ ଅନୁଷ୍ଠାନରେ ସ୍ନାନ ଦିନମାନଙ୍କରେ ୧,୨୨୫ଟି ସ୍ବତନ୍ତ୍ର ଟ୍ରେନ ଚଳାଇବ। ଏହି ୧୨୨୫ ସ୍ବତନ୍ତ୍ର ଟ୍ରେନ ମଧ୍ୟରୁ ୮୨୫ ସ୍ମଲ ରୁଟ ପାଇଁ ରହିଛି, ଯେତେବେଳେକି ୪୦୦ ଅଧିକ ଲଙ୍ଗ୍ରୁଟ୍ର ରିଜର୍ଭ ଟ୍ରେନ।
ରେଲଓ୍ବେର ସୂଚନା ଅନୁସାରେ, ଏହା ୨୦୧୯ରେ ଅର୍ଦ୍ଧକୁମ୍ଭ ସମୟରେ ଚାଲିଥିବା ଟ୍ରେନ ତୁଳନାରେ ପ୍ରାୟ ୧୭୭ ପ୍ରତିଶତ ଅଧିକ। ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଟୋଲ ଫ୍ରି ନମ୍ବର ୧୮୦୦-୪୧୯୯-୧୩୯ ଆରମ୍ଭ କରିଛି। କୁମ୍ଭ ୨୦୨୫ ମୋବାଇଲ ଆପ ମଧ୍ୟ ବିକଶିତ କରାଯାଉଛି।
ଜଣେ ରେଲଓ୍ବେ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ରେଳବାଇ ୯୩୩.୬୨ କୋଟି ଟଙ୍କାର ମୌଳିକ ଭିତ୍ତିଭୂମି ନିର୍ମାଣ ପ୍ରକଳ୍ପ ମଧ୍ୟ ଜାରି ରଖିଛି। ଯେଉଁଥିରେ ଯାତ୍ରୀଙ୍କ ସୁବିଧାରେ ବୃଦ୍ଧି ପାଇଁ ୪୯୪.୯୦ କୋଟି ଟଙ୍କା ଏବଂ ରୋଡ ଓଭରବ୍ରିଜ, ଅଣ୍ଡରବ୍ରିଜ ନିର୍ମାଣ ପାଇଁ ୪୩୮.୭୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ନୂଆ ଷ୍ଟେସନ ଭବନ ଏବଂ ସିସିଟିଭି ବ୍ୟବସ୍ଥା ସହ ୭୯ଟି ଯାତ୍ରୀ ସୁବିଧା କେନ୍ଦ୍ର ଉପରେ ମଧ୍ୟ କାମ ଚାଲିଛି।
ସବୁ ଷ୍ଟେସନ ସହ ମେଳା ଅଞ୍ଚଳରେ ୫୪୨ ଟିକେଟିଂ ପଏଣ୍ଟ ଉପଲବ୍ଧ କରାଯିବ। ଏହି କାଉଣ୍ଟର ପ୍ରତିଦିନ ୯.୭୬ ଲକ୍ଷ ଟିକେଟ ବିତରଣ କରିପାରିବେ। ରେଲଓ୍ବେ ସୁରକ୍ଷା ବଳ ୬୫୧ ଅତିରିକ୍ତ ସିସିଟିଭି କ୍ୟାମେରା ଲଗାଉଛି। ଏଥିରେ ପ୍ରାୟ ୧୦୦ କ୍ୟାମେରାରେ ଦଙ୍ଗାକାରୀ ଏବଂ ଅସାମାଜିକ ବ୍ୟକ୍ତିଙ୍କ ଚିହ୍ନଟ ପାଇଁ ଏଆଇ ଆଧାରିତ ଫେସ୍ ରେକଗ୍ନିସନ ସିଷ୍ଟମ ହେବ।