ଜର୍ମାନୀ ଓ ଚୀନକୁ ପଛରେ ପକାଇଲା ଭାରତ: ଏହି ସଫଳତା ପାଇବାରେ ହେଲା ବିଶ୍ୱର ଚତୁର୍ଥ ବଡ଼ ଦେଶ

ନୂଆଦିଲ୍ଲୀ: ଡିଜିଟାଲ ମାଧ୍ୟମରେ ବିତରଣ ସେବା(ଡିଜିଟାଲି ଡେଲିଭର୍ଡ ସର୍ଭିସ୍‌)ରେ ଚୀନ୍ ଓ ଜର୍ମାନୀକୁ ପଛରେ ପକାଇଲା ଭାରତ। ଡିଜିଟାଲୀ ଡେଲିଭର୍ଡ ସର୍ଭିସ୍‌ ରପ୍ତାନୀ କ୍ଷେତ୍ରରେ ଭାରତ ବିଶ୍ୱର ଚତୁର୍ଥ ବଡ଼ ଦେଶ ଭାବେ ଉଭା ହୋଇଛି। ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲୁଟିଓ)ର ରିପୋର୍ଟ ଅନୁସାରେ, ବିଶ୍ୱ ସେବା ପ୍ରଦାନ ବ୍ୟବସାୟରେ ଭାରତ ଡିଜିଟାଲ ମାଧ୍ୟମରେ ଯୋଗାଇଥିବା ସେବା କ୍ଷେତ୍ରରେ ୫ ପ୍ରତିଶତରୁ ଅଧିକ ଯୋଗଦାନ ଦେଇଛି। ନିକଟରେ ପ୍ରକାଶିତ ଡବ୍ଲୁଟିଓ ରିପୋର୍ଟ ଅନୁସାରେ, ଡିଜିଟାଲି ଡେଲିଭର୍ଡ ସର୍ଭିସ୍‌ରେ ୨୦୨୩ରେ ଭାରତର ରପ୍ତାନୀ ୨୫୭ ବିଲିଅନ ଆମେରିକୀୟ ଡଲାର ହୋଇଛି। ଯାହା ୨୦୨୨ ବର୍ଷ ତୁଳନାରେ ୧୭ ପ୍ରତିଶତ ଅଧିକ। ହେଲେ ସମାନ ଅବଧିରେ ଜର୍ମାନୀ ଓ ଚୀନରେ ଡିଜିଟାଲ ଡେଲିଭର୍ଡ ସର୍ଭିସ୍‌ କ୍ଷେତ୍ରରେ ମାତ୍ର ୪ ପ୍ରତିଶତ ଅଭିବୃଦ୍ଧି ହୋଇଛି ବୋଲି ଡବ୍ଲୁଟିଓ କହିଛି।    ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁସାରେ, ୨୦୨୩ରେ ସାରା ବିଶ୍ୱରେ ଡିଜିଟାଲୀ ଡେଲିଭର୍ଡ ସର୍ଭିସ୍‌ରେ ୪,୨୫ ଟ୍ରିଲିଅନକୁ ବୃଦ୍ଧି ହୋଇଛି। ବର୍ଷକୁ ବର୍ଷ ଆଧାରରେ ଏଥିରେ ୯ ପ୍ରତିଶତ ବୃଦ୍ଧି ହୋଇଛି। ଯାହା ବିଶ୍ୱର ଦ୍ରବ୍ୟ ଓ ସେବା ରପ୍ତାନୀର ୧୩.୮ ପ୍ରତିଶତ। ସାରା ବିଶ୍ୱରେ ଦ୍ରବ୍ୟ ରପ୍ତାନୀ ହ୍ରାସ ପାଉଥିବା ବେଳେ ଡିଜିଟାଲ ମାଧ୍ୟମରେ ସେବା ବିତରଣ ରପ୍ତାନୀ କିନ୍ତୁ ଭଲ ବୃଦ୍ଧି ହେଉଛି। ବିଶ୍ୱ ଡିଜିଟାଲୀ ଡେଲିଭର୍ଡ ସର୍ଭିସ୍‌ ରପ୍ତାନୀର ମୋଟ

ଜର୍ମାନୀ ଓ ଚୀନକୁ ପଛରେ ପକାଇଲା ଭାରତ: ଏହି ସଫଳତା ପାଇବାରେ ହେଲା ବିଶ୍ୱର ଚତୁର୍ଥ ବଡ଼ ଦେଶ

ନୂଆଦିଲ୍ଲୀ: ଡିଜିଟାଲ ମାଧ୍ୟମରେ ବିତରଣ ସେବା(ଡିଜିଟାଲି ଡେଲିଭର୍ଡ ସର୍ଭିସ୍‌)ରେ ଚୀନ୍ ଓ ଜର୍ମାନୀକୁ ପଛରେ ପକାଇଲା ଭାରତ। ଡିଜିଟାଲୀ ଡେଲିଭର୍ଡ ସର୍ଭିସ୍‌ ରପ୍ତାନୀ କ୍ଷେତ୍ରରେ ଭାରତ ବିଶ୍ୱର ଚତୁର୍ଥ ବଡ଼ ଦେଶ ଭାବେ ଉଭା ହୋଇଛି। ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲୁଟିଓ)ର ରିପୋର୍ଟ ଅନୁସାରେ, ବିଶ୍ୱ ସେବା ପ୍ରଦାନ ବ୍ୟବସାୟରେ ଭାରତ ଡିଜିଟାଲ ମାଧ୍ୟମରେ ଯୋଗାଇଥିବା ସେବା କ୍ଷେତ୍ରରେ ୫ ପ୍ରତିଶତରୁ ଅଧିକ ଯୋଗଦାନ ଦେଇଛି। 

ନିକଟରେ ପ୍ରକାଶିତ ଡବ୍ଲୁଟିଓ ରିପୋର୍ଟ ଅନୁସାରେ, ଡିଜିଟାଲି ଡେଲିଭର୍ଡ ସର୍ଭିସ୍‌ରେ ୨୦୨୩ରେ ଭାରତର ରପ୍ତାନୀ ୨୫୭ ବିଲିଅନ ଆମେରିକୀୟ ଡଲାର ହୋଇଛି। ଯାହା ୨୦୨୨ ବର୍ଷ ତୁଳନାରେ ୧୭ ପ୍ରତିଶତ ଅଧିକ। ହେଲେ ସମାନ ଅବଧିରେ ଜର୍ମାନୀ ଓ ଚୀନରେ ଡିଜିଟାଲ ଡେଲିଭର୍ଡ ସର୍ଭିସ୍‌ କ୍ଷେତ୍ରରେ ମାତ୍ର ୪ ପ୍ରତିଶତ ଅଭିବୃଦ୍ଧି ହୋଇଛି ବୋଲି ଡବ୍ଲୁଟିଓ କହିଛି।    

ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁସାରେ, ୨୦୨୩ରେ ସାରା ବିଶ୍ୱରେ ଡିଜିଟାଲୀ ଡେଲିଭର୍ଡ ସର୍ଭିସ୍‌ରେ ୪,୨୫ ଟ୍ରିଲିଅନକୁ ବୃଦ୍ଧି ହୋଇଛି। ବର୍ଷକୁ ବର୍ଷ ଆଧାରରେ ଏଥିରେ ୯ ପ୍ରତିଶତ ବୃଦ୍ଧି ହୋଇଛି। ଯାହା ବିଶ୍ୱର ଦ୍ରବ୍ୟ ଓ ସେବା ରପ୍ତାନୀର ୧୩.୮ ପ୍ରତିଶତ। 

ସାରା ବିଶ୍ୱରେ ଦ୍ରବ୍ୟ ରପ୍ତାନୀ ହ୍ରାସ ପାଉଥିବା ବେଳେ ଡିଜିଟାଲ ମାଧ୍ୟମରେ ସେବା ବିତରଣ ରପ୍ତାନୀ କିନ୍ତୁ ଭଲ ବୃଦ୍ଧି ହେଉଛି। ବିଶ୍ୱ ଡିଜିଟାଲୀ ଡେଲିଭର୍ଡ ସର୍ଭିସ୍‌ ରପ୍ତାନୀର ମୋଟ ପରିମାଣରେ କେବଳ ୭୬.୨ ପ୍ରତିଶତ ଡିଜିଟାଲୀ ଡେଲିଭର୍ଡ ସେବା ରପ୍ତାନୀ ୟୁରୋପ ଓ ଏସିଆ କରୁଥିବା ବେଳେ ସେମାନଙ୍କର ଯଥାକ୍ରମେ ୧୧ ପ୍ରତିଶତ ଓ ୯ ପ୍ରତିଶତ ବୃଦ୍ଧି ହୋଇଛି। 

ପଢ଼ନ୍ତୁ-ଚୀନକୁ ବଢ଼ିଲା ଭାରତରୁ ରପ୍ତାନୀ, ଆଇରନ ଓର୍ ଏବଂ ସୂତାରେ ସର୍ବାଧିକ ବୃଦ୍ଧି

୨୦୨୩ରେ ବିଶ୍ୱର ମୋଟ ଡିଜିଟାଲୀ ଡେଲିଭର୍ଡ ସର୍ଭିସ୍‌ ରପ୍ତାନୀରେ ବ୍ୟବସାୟ, ପ୍ରଫେସ୍‌ନାଲ ଏବଂ ଟେକ୍‌ନିକାଲ ସର୍ଭିସ୍‌ କ୍ଷେତ୍ରରେ ସିଂହଭାଗ ୪୧.୨ ପ୍ରତିଶତ ଯୋଗଦାନ ରହିଛି। ଏହାପଛକୁ କମ୍ପ୍ୟୁଟର ସର୍ଭିସ୍‌ ୨୦.୫ ପ୍ରତିଶତ, ଫାଇନାନ୍ସିଆଲ୍ ସର୍ଭିସ୍(୧୬%) ବୈଧିକ ସମ୍ପତ୍ତି ସମ୍ପର୍କିତ ସେବା ବା ଇଣ୍ଟେଲେକ୍‌ଚୁଆଲ୍ ପ୍ରପର୍ଟି ରିଲେଟେଡ୍ ସର୍ଭିସ୍‌(୧୦.୯ %),ଇନ୍‌ସୁରାନ୍ସ ଏବଂ ପେନ୍‌ସନ୍ ସର୍ଭିସ୍(୫.୨%),  ଟେଲିକମ୍ୟୁନିକେଶ ସର୍ଭିସ୍(୨.୬%), ଅଡିଓ-ଭିଜୁଆଲ ଓ ଅନ୍ୟ ବ୍ୟକ୍ତିଗତ, ସାଂସ୍କୃତିକ ଏବଂ ମନୋରଞ୍ଜନ ସେବା(୨.୧%) ଓ ସୂଚନା ସେବା ବା ଇନ୍‌ଫର୍‌ମେସନ ସର୍ଭିସ୍(୧.୫%) ଯୋଗଦାନ ରହିଛି। 

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ କୃତିମ ବୁଦ୍ଧିମତା(ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ଟେକ୍ନୋଲୋଜୀର ବ୍ୟବହାର ମଧ୍ୟ ବୃଦ୍ଧି ହୋଇଛି। ଫଟୋ, ଗୀତ ଓ ଭିଡିଓ ତିଆରି କରୁଥିବା ଏଆଇ ମୋଡେଲ୍ ମଧ୍ୟ ରହିଛି।

ଏହାର ଦ୍ରୁତ ବ୍ୟବହାର ଯୋଗୁ ଅର୍ଥନୀତିର ଅନେକ ଦିଗରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।, ଯାହାକି ଦକ୍ଷତା, ନବସୃଜନ, ମୂଲ୍ୟ ସଞ୍ଚୟ, ବ୍ୟକ୍ତିଗତକରଣ ସୁଯୋଗ, ନିଯୁକ୍ତି ସୃଷ୍ଟି ଏବଂ ଅର୍ଥନୈତିକ ଅଭିବୃଦ୍ଧି ବଢାଇବ। ଏହାଦ୍ୱାରା  ଡିଜିଟାଲ୍ ମାଧ୍ୟମରେ ବିତରଣ ସେବାରେ ବ୍ୟବସାୟ ଆହୁରି ବୃଦ୍ଧି ପାଇବ।