କୁରକୁରେ ଦେବି କହି ଭାଣିଜୀଙ୍କୁ ବଳାତ୍କାର କଲେ ମାମୁ: ଆଇସିୟୁରେ ନିରୀହ ନାବାଳିକା, ଆଉ ମାମୁ….
ବାରଙ୍ଗ,୨୦।୧୧(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଅଞ୍ଚଳରେ ୬ ବର୍ଷର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ୬ ବର୍ଷ ଝିଅକୁ ବଳାତ୍କାର କରାଯାଇଥିବା ନେଇ ବାରଙ୍ଗ ଥାନାରେ ମାମଲା ରୁଜୁ ହୋଇଛି। ବଳାତ୍କାର କରିଥିବା ଯୁବକ ହେଉଛନ୍ତି ଝାଡ଼ଖଣ୍ଡ ଅଞ୍ଚଳର। ସେ ତ୍ରିଶୂଳିଆ ନିକଟରେ ଥିବା ଏକ ଇଟାଭାଟିରେ କାମ କରୁଥିଲେ। ମଙ୍ଗଳବାର ସା ସମୟରେ ଯୁବକ ଜଣଙ୍କ ୬ ବର୍ଷ ଝିଅକୁ ଭାଟିରୁ କୁର୍କୁରେ ଖାଇବାକୁ କହି ପାଖରେ ଥିବା ଏକ ଦୋକାନରୁ ଆଣିଥିଲା।କୁରକୁରେ କିଣାଇ […] The post କୁରକୁରେ ଦେବି କହି ଭାଣିଜୀଙ୍କୁ ବଳାତ୍କାର କଲେ ମାମୁ: ଆଇସିୟୁରେ ନିରୀହ ନାବାଳିକା, ଆଉ ମାମୁ…. appeared first on Dharitri Odia News.
ବାରଙ୍ଗ,୨୦।୧୧(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଅଞ୍ଚଳରେ ୬ ବର୍ଷର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ୬ ବର୍ଷ ଝିଅକୁ ବଳାତ୍କାର କରାଯାଇଥିବା ନେଇ ବାରଙ୍ଗ ଥାନାରେ ମାମଲା ରୁଜୁ ହୋଇଛି। ବଳାତ୍କାର କରିଥିବା ଯୁବକ ହେଉଛନ୍ତି ଝାଡ଼ଖଣ୍ଡ ଅଞ୍ଚଳର। ସେ ତ୍ରିଶୂଳିଆ ନିକଟରେ ଥିବା ଏକ ଇଟାଭାଟିରେ କାମ କରୁଥିଲେ।
ମଙ୍ଗଳବାର ସା ସମୟରେ ଯୁବକ ଜଣଙ୍କ ୬ ବର୍ଷ ଝିଅକୁ ଭାଟିରୁ କୁର୍କୁରେ ଖାଇବାକୁ କହି ପାଖରେ ଥିବା ଏକ ଦୋକାନରୁ ଆଣିଥିଲା।କୁରକୁରେ କିଣାଇ ସାରି ଭାଟିକୁ ଫେରିବା ବେଳେ ବଳାତ୍କାର କରି ଫେରାର ହୋଇଯାଇଥିଲା। ଝିଅଟି କଷ୍ଟ ସହ୍ୟକରିନପାରି ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଅଭିଯୋଗ କରିଛନ୍ତି। ନାବାଳିକା ଜଣଙ୍କ ଏସ୍ସିବିରେ ଆଇସିୟୁରେ ମୃତ୍ୟୁ ସହ ସଙ୍ଗ୍ରାମ କରୁଛନ୍ତି। ପାଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିବା ସହ ଗତ କାଲି ରାତିରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରିଥିବା ବେଳେ ଆଜି ସକାଳୁ ପୋଲିସ ତାଙ୍କଚ ଧରିବାରେ ସକ୍ଷମ ହୋଇଛି।ଅଭିଯୁକ୍ତ ହେଉଛନ୍ତି ଝିଅର ସମ୍ପର୍କୀୟ ମାମୁ ବୋଲି ଜଣାପଡିଛି।
The post କୁରକୁରେ ଦେବି କହି ଭାଣିଜୀଙ୍କୁ ବଳାତ୍କାର କଲେ ମାମୁ: ଆଇସିୟୁରେ ନିରୀହ ନାବାଳିକା, ଆଉ ମାମୁ…. appeared first on Dharitri Odia News.