କୁର୍‌ସ୍କ ଅଞ୍ଚଳରେ ଘମାଘୋଟ ଲଢ଼େଇ; ଋଷର ଦାବି ୟୁକ୍ରେନ ଆକ୍ରମଣରେ ୧୦ ହଜାର ସୈନ୍ୟ ମୃତ

ମସ୍କୋ: ୟୁକ୍ରେନ ସୀମାକୁ ଲାଗିଥିବା ରୁଷର କୁର୍‌ସ୍କ ଅଞ୍ଚଳରେ ଘମାଘୋଟ ଯୁଦ୍ଧ ଜାରି । ଅଗଷ୍ଟ ୬ ତାରିଖରୁ ୟୁକ୍ରେନ ସେନା ସେଠାରେ ଆକ୍ରମଣ କରିଥିଲା । କୀଭ୍ ସେନାକୁ ରୋକିବା ଲାଗି ରୁଷ ସୈନ୍ୟମାନେ ଜୋରଦାର ପ୍ରୟାସ କରୁଛନ୍ତି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶରେ ରୁଷୀ ସେନା ସମ୍ପୃକ୍ତ ଅଞ୍ଚଳରେ ୟୁକ୍ରେନ ସୈନ୍ୟଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି । ଏଥିରେ ୟୁକ୍ରେନ ସେନାର ବିପୁଳ କ୍ଷତି ଘଟିଥିବା ରୁଷ ଦାବି କରିଛି । ରୁଷୀ ସୈନ୍ୟଙ୍କ ଆକ୍ରମଣରେ ୟୁକ୍ରେନର   ପ୍ରାୟ ୧୦ ହଜାର ୪୦୦ ସୈନିକ ପ୍ରାଣ ହରାଇସାରିଲେଣି । ଏଥିସହ  ଅନେକ ଟ୍ୟାଙ୍କ, ସାମରିକ ଯାନ ମଧ୍ୟ ଧ୍ୱଂସ ପାଇଛି ।   ଅନ୍ୟପକ୍ଷରେ ରୁଷର ଏଭଳି ଦାବିକୁ ଖଣ୍ଡନ କରିଛି ୟୁକ୍ରେନ । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର   ଜେଲେନ୍‌ସ୍କି କହିଛନ୍ତି ତାଙ୍କ ଦେଶର ସୈନ୍ୟଙ୍କ ଆକ୍ରମଣରେ ରୁଷର ୬ ହଜାରରୁ ଅଧିକ ସୈନ୍ୟ  ନିପାତ ହୋଇଛନ୍ତି । ଅନେକ ଟ୍ୟାଙ୍କ ନଷ୍ଟ ହୋଇଛି ।  କୁର୍‌ସ୍କ ଅଞ୍ଚଳର ପ୍ରାୟ ୧୩୦୦ ବର୍ଗ କି.ମି ବର୍ତ୍ତମାନ  ୟୁକ୍ରେନ ସେନା ହାତକୁ ଚାଲିଯାଇଛି । ସେଥିରେ ୧୦୦ଟି ଜନବସତି ରହିଛି । ସମ୍ପୃକ୍ତ ଅଞ୍ଚଳରେ ବସବାସ କରୁଥିବା ହଜାର ହଜାର ଲୋକ ବାସହରା ହୋଇଛନ୍ତି । ସେପଟେ ରୁଷୀ   ସୈନ୍ୟ ୟୁକ୍ରେନର ପ୍ରମୁଖ ସହର ପେକ୍ରୋଭସ୍କ ଠାରୁ ମାତ୍ର ଅଳ୍ପ କିଛି ଦୂରରେ ରହିଛନ୍ତି । ଏହି  ସହରରେ ପ୍ରମୁଖ ରୋଡ୍‌ ଓ ରେଳ ଷ୍ଟେସନ ରହିଛି ।

କୁର୍‌ସ୍କ ଅଞ୍ଚଳରେ ଘମାଘୋଟ ଲଢ଼େଇ; ଋଷର ଦାବି ୟୁକ୍ରେନ ଆକ୍ରମଣରେ ୧୦ ହଜାର ସୈନ୍ୟ ମୃତ

ମସ୍କୋ: ୟୁକ୍ରେନ ସୀମାକୁ ଲାଗିଥିବା ରୁଷର କୁର୍‌ସ୍କ ଅଞ୍ଚଳରେ ଘମାଘୋଟ ଯୁଦ୍ଧ ଜାରି । ଅଗଷ୍ଟ ୬ ତାରିଖରୁ ୟୁକ୍ରେନ ସେନା ସେଠାରେ ଆକ୍ରମଣ କରିଥିଲା । କୀଭ୍ ସେନାକୁ ରୋକିବା ଲାଗି ରୁଷ ସୈନ୍ୟମାନେ ଜୋରଦାର ପ୍ରୟାସ କରୁଛନ୍ତି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶରେ ରୁଷୀ ସେନା ସମ୍ପୃକ୍ତ ଅଞ୍ଚଳରେ ୟୁକ୍ରେନ ସୈନ୍ୟଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି । ଏଥିରେ ୟୁକ୍ରେନ ସେନାର ବିପୁଳ କ୍ଷତି ଘଟିଥିବା ରୁଷ ଦାବି କରିଛି । ରୁଷୀ ସୈନ୍ୟଙ୍କ ଆକ୍ରମଣରେ ୟୁକ୍ରେନର   ପ୍ରାୟ ୧୦ ହଜାର ୪୦୦ ସୈନିକ ପ୍ରାଣ ହରାଇସାରିଲେଣି । ଏଥିସହ  ଅନେକ ଟ୍ୟାଙ୍କ, ସାମରିକ ଯାନ ମଧ୍ୟ ଧ୍ୱଂସ ପାଇଛି ।   

ଅନ୍ୟପକ୍ଷରେ ରୁଷର ଏଭଳି ଦାବିକୁ ଖଣ୍ଡନ କରିଛି ୟୁକ୍ରେନ । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର   ଜେଲେନ୍‌ସ୍କି କହିଛନ୍ତି ତାଙ୍କ ଦେଶର ସୈନ୍ୟଙ୍କ ଆକ୍ରମଣରେ ରୁଷର ୬ ହଜାରରୁ ଅଧିକ ସୈନ୍ୟ  ନିପାତ ହୋଇଛନ୍ତି । ଅନେକ ଟ୍ୟାଙ୍କ ନଷ୍ଟ ହୋଇଛି ।  କୁର୍‌ସ୍କ ଅଞ୍ଚଳର ପ୍ରାୟ ୧୩୦୦ ବର୍ଗ କି.ମି ବର୍ତ୍ତମାନ  ୟୁକ୍ରେନ ସେନା ହାତକୁ ଚାଲିଯାଇଛି । ସେଥିରେ ୧୦୦ଟି ଜନବସତି ରହିଛି । ସମ୍ପୃକ୍ତ ଅଞ୍ଚଳରେ ବସବାସ କରୁଥିବା ହଜାର ହଜାର ଲୋକ ବାସହରା ହୋଇଛନ୍ତି । ସେପଟେ ରୁଷୀ   ସୈନ୍ୟ ୟୁକ୍ରେନର ପ୍ରମୁଖ ସହର ପେକ୍ରୋଭସ୍କ ଠାରୁ ମାତ୍ର ଅଳ୍ପ କିଛି ଦୂରରେ ରହିଛନ୍ତି । ଏହି  ସହରରେ ପ୍ରମୁଖ ରୋଡ୍‌ ଓ ରେଳ ଷ୍ଟେସନ ରହିଛି । ଯାହାକି ୟୁକ୍ରେନ ସାମରିକ ବାହିନୀର ଏକ ପ୍ରମୁଖ   କେନ୍ଦ୍ର ଭାବେ ପରିଚିତ । ସେହି ଅଞ୍ଚଳକୁ ରୁଷ କବଳରୁ ସୁରକ୍ଷିତ ରଖିବା ଲାଗି ୟୁକ୍ରେନ ସେନା କୁର୍‌ସ୍କ ଅଞ୍ଚଳରେ ଆକ୍ରମଣ କରିଛି । 

ବିଶେଷଜ୍ଞଙ୍କ କହିବାନୁଯାୟୀ ପେକ୍ରୋଭସ୍କକୁ ସୁରକ୍ଷିତ ରଖିବା ଲାଗି ସେନା  ପଠାଇବା ବଦଳରେ ୟୁକ୍ରେନ କୁର୍‌ସ୍କ ଅଞ୍ଚଳକୁ ସୈନ୍ୟ ପଠାଇ ଭୁଲ କରିଦେଇଛି । ଯଦି ପେକ୍ରୋଭସ୍କ ସହର ରୁଷ୍‌ ହାତକୁ ଚାଲିଯିବ ତେବେ ୟୁକ୍ରେନ ପାଇଁ  ବଡ ସମସ୍ୟା ଉପୁଜିବ । ଅନ୍ୟପକ୍ଷରେ ୟୁକ୍ରେନ  ସେନା ମୁଖ୍ୟ ଜେନେରାଲ ଓଲେକଜାଣ୍ଡାର ସିର୍‌ସ୍କିୟି କହିଛନ୍ତି ସେମାନେ ରୁଷୀ ସେନ୍ୟର ଅଗ୍ରସରକୁ ରୋକିଛନ୍ତି । ପେକ୍ରୋଭସ୍କ ହେଉଛି ଡୋନେସ୍କ ଅଞ୍ଚଳର ଶେଷ ସହର । ଯାହାକି ବର୍ତ୍ତମାନ ୟୁକ୍ରେନ  ନିୟନ୍ତ୍ରଣରେ ରହିଛି । ଯଦି ୟୁକ୍ରେନ ସେନା ଏହାକୁ  ହରାନ୍ତି ତେବେ ସମଗ୍ର ଡୋନେସ୍କ ଅଞ୍ଚଳ ରୁଷ କବ୍‌ଜାକୁ ଚାଲିଯିବ । ତେଣୁ ଯେକୌଣସି ମତେ   ଏହାକୁ ହାତଛଡା କରିବାକୁ ଚାହୁନି ୟୁକ୍ରେନ ।