କେଦାରନାଥରେ ହେଲି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଡାକ୍ତର
କେଦାରନାଥ ୧୭।୫: ଉତ୍ତରାଖଣ୍ଡ କେଦାରନାଥ ଧାମରେ ଶନିବାର ଏମର୍ଜେନ୍ସୀ ଲ୍ୟାଣ୍ଡିଂ କାଳରେ ହେଲିକପ୍ଟର ଆମ୍ବୁଲାନ୍ସ ଦୁର୍ଘଟଣାର ଶିକାର ହୋଇଛି। ତେବେ ପାଇଲଟଙ୍କ ବୁଦ୍ଧିମତା ଯୋଗୁ ଏଥିରେ ଥିବା ଦୁଇଜଣ ଡାକ୍ତର ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ହେଲି ଆମ୍ବୁଲାନ୍ସ ଅବତରଣ କାଳରେ ଏଥିରେ ବୈଷୟିକ ତ୍ରୁଟି ଦେଖା ଦେଇଥିଲା। ଏହି ସମୟରେ ହେଲିକପ୍ଟରରେ ୨ ଜଣ ଡାକ୍ତର ଥିଲେ ଓ ସେମାନଙ୍କୁ କେଦାରନାଥ ହେଲିପ୍ୟାଡରେ ଲ୍ୟାଣ୍ଡ କରାଯାଉଥିଲା। ଲ୍ୟାଣ୍ଡିଂ କାଳରେ ହେଲିକପ୍ଟରର ପିଛିଲା ଭାଗ ଭାଙ୍ଗି ପଡିଥିଲା। ଫଳରେ ହେଲିପ୍ୟାଡରେ ଆତଙ୍କ ଖେଳିଯାଇଥିଲା। ତେବେ ପାଇଲଟ ହେଲିକପ୍ଟରକୁ ସୁରକ୍ଷିତ ଲ୍ୟାଣ୍ଡ କରାଇ ଦେଇଛନ୍ତି। ସୂଚନା ଅନୁସାରେ ଏହି ହେଲି ଆମ୍ବୁଲାନ୍ସଟି ଋଷିକେଶ ଏମସ୍ ର ଥିଲା। ଏଥିରେ ଚିକିତ୍ସକଙ୍କ ଏକ ୩ ସଦସୀୟ ଟିମ୍ ଯାତ୍ରା କରୁଥିଲା। ଚିକିତ୍ସକ ଦଳ କେଦାରନାଥ ଧାମରୁ କୌଣସି ରୋଗୀଙ୍କୁ ଋଷିକେଶ ଏମସ୍ କୁ ନେଇ ଯାଉଥିଲେ। ତେବେ ଯାତ୍ରାର କିଛି ସମୟ ପରେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏଣୁ ହେଲି ଆମ୍ବୁଲାନ୍ସକୁ ଜରୁରି ଅବତରଣ କରିବାକୁ ପଡିଥିଲା। ଏହି ଦୁର୍ଘଟଣାରେ କେହି ହତାହତ ହୋଇଥିବାର ସୂଚନା ନାହିଁ। ତେବେ ଏହି ଘଟଣା କେଦାରନାଥରେ ସଞ୍ଚାଳିତ ହେଲି ସେବାର ସୁରକ୍ଷା ଉପରେ ପ୍ରଶ୍ନବାଚୀ ଲଗାଇଛି। ଗତ କିଛିଦିନ ହେଲା କେଦାରନାଥ ଧାମରେ ହେଲିକପ୍ଟର ସେବାକୁ ନେଇ କେତେକ ଘଟଣା ସାମ୍ନାକୁ ଆସିଛି। ନିକ
କେଦାରନାଥ ୧୭।୫: ଉତ୍ତରାଖଣ୍ଡ କେଦାରନାଥ ଧାମରେ ଶନିବାର ଏମର୍ଜେନ୍ସୀ ଲ୍ୟାଣ୍ଡିଂ କାଳରେ ହେଲିକପ୍ଟର ଆମ୍ବୁଲାନ୍ସ ଦୁର୍ଘଟଣାର ଶିକାର ହୋଇଛି। ତେବେ ପାଇଲଟଙ୍କ ବୁଦ୍ଧିମତା ଯୋଗୁ ଏଥିରେ ଥିବା ଦୁଇଜଣ ଡାକ୍ତର ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ହେଲି ଆମ୍ବୁଲାନ୍ସ ଅବତରଣ କାଳରେ ଏଥିରେ ବୈଷୟିକ ତ୍ରୁଟି ଦେଖା ଦେଇଥିଲା। ଏହି ସମୟରେ ହେଲିକପ୍ଟରରେ ୨ ଜଣ ଡାକ୍ତର ଥିଲେ ଓ ସେମାନଙ୍କୁ କେଦାରନାଥ ହେଲିପ୍ୟାଡରେ ଲ୍ୟାଣ୍ଡ କରାଯାଉଥିଲା।
ଲ୍ୟାଣ୍ଡିଂ କାଳରେ ହେଲିକପ୍ଟରର ପିଛିଲା ଭାଗ ଭାଙ୍ଗି ପଡିଥିଲା। ଫଳରେ ହେଲିପ୍ୟାଡରେ ଆତଙ୍କ ଖେଳିଯାଇଥିଲା। ତେବେ ପାଇଲଟ ହେଲିକପ୍ଟରକୁ ସୁରକ୍ଷିତ ଲ୍ୟାଣ୍ଡ କରାଇ ଦେଇଛନ୍ତି। ସୂଚନା ଅନୁସାରେ ଏହି ହେଲି ଆମ୍ବୁଲାନ୍ସଟି ଋଷିକେଶ ଏମସ୍ ର ଥିଲା। ଏଥିରେ ଚିକିତ୍ସକଙ୍କ ଏକ ୩ ସଦସୀୟ ଟିମ୍ ଯାତ୍ରା କରୁଥିଲା। ଚିକିତ୍ସକ ଦଳ କେଦାରନାଥ ଧାମରୁ କୌଣସି ରୋଗୀଙ୍କୁ ଋଷିକେଶ ଏମସ୍ କୁ ନେଇ ଯାଉଥିଲେ। ତେବେ ଯାତ୍ରାର କିଛି ସମୟ ପରେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏଣୁ ହେଲି ଆମ୍ବୁଲାନ୍ସକୁ ଜରୁରି ଅବତରଣ କରିବାକୁ ପଡିଥିଲା।
ଏହି ଦୁର୍ଘଟଣାରେ କେହି ହତାହତ ହୋଇଥିବାର ସୂଚନା ନାହିଁ। ତେବେ ଏହି ଘଟଣା କେଦାରନାଥରେ ସଞ୍ଚାଳିତ ହେଲି ସେବାର ସୁରକ୍ଷା ଉପରେ ପ୍ରଶ୍ନବାଚୀ ଲଗାଇଛି। ଗତ କିଛିଦିନ ହେଲା କେଦାରନାଥ ଧାମରେ ହେଲିକପ୍ଟର ସେବାକୁ ନେଇ କେତେକ ଘଟଣା ସାମ୍ନାକୁ ଆସିଛି। ନିକଟରେ ଏକ ହେଲିକପ୍ଟରକୁ ଏମାର୍ଜେନ୍ସୀ ଲ୍ୟାଣ୍ଡିଂ କରାଇବାକୁ ପଡିଥିଲା। ସେହିପରି ଅନ୍ୟ ଏକ ହେଲିକପ୍ଟର କ୍ରାସ ହୋଇଥିବାର ମଧ୍ୟ ଖବର ଆସିଥିଲା। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା।
କେଦାରନାଥ ଧାମକୁ ପ୍ରତି ବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଯାତ୍ରା କରିଥାନ୍ତି। ଏହି ସମୟରେ ବହୁସଂଖ୍ୟାରେ ଲୋକେ ହେଲିକପ୍ଟର ସେବାର ସାହାରା ନେଇଥାନ୍ତି। ଏଣୁ ଏହି ସେବାରେ ସୁରକ୍ଷା ତଥା ମାନକ ନେଇ ପ୍ରଶାସନକୁ ଜରୁରି ପଦକ୍ଷେପ ଉଠାଇବା ଜରୁରି ବୋଲି କୁହାଯାଇଛି। ତେବେ ଶନିବାରର ଘଟଣା ପରେ କାହିଁକି ଏପରି ଘଟଣା ବାରମ୍ବାର ଘଟୁଛି ତାର ଅସଲ କାରଣ ସାମ୍ନାକୁ ଆସିବ ବୋଲି ଆଶା କରାଯଉଛି।