କୁଲଡିହା ଅଭୟାରଣ୍ୟ ଅଞ୍ଚଳରେ ଚଢ଼ାଉ: ୫ ବନ୍ଧୁକ ଜବତ, ୬ ଶିକାରୀ ଗିରଫ
ନୀଳଗିରି,୨୧ା୩(ପ୍ରଶାନ୍ତ କୁମାର ବିଶ୍ୱାଳ): ରାତି ଅଧିଆ ଚଢ଼ାଉ କରାଯାଇ କୁଲଡିହା ଅଭୟାରଣ୍ୟ ଅଞ୍ଚଳର ୬ ଶିକାରୀ ଗିରଫ ହୋଇଛନ୍ତି। ନୀଳଗିରି ପୋଲିସ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉରେ ଏହି ଶିକାରୀମାନେ ଗିରଫ ହେବା ସହ ସେମାନଙ୍କ ନିକଟରୁ ୫ଟି ବନ୍ଧୁକ ଜବତ ହୋଇଛି। ତିନି ଦିନରେ ଗିରଫ ହେଲେଣି ୮ ଶିକାରୀ। ସୂଚନାନୁଯାୟୀ, ସୋମବାର ମଧ୍ୟ ରାତିରେ ବନବିଭାଗର ସର୍ଚ୍ଚ ଅପରେଶନ ବେଳେ ଶିକାରୀଙ୍କ ଗୁଳିରେ ଦୁଇ ବନକର୍ମଚାରୀ ଗୁରୁତର ହେବା ପରେ ଆକ୍ସନ […] The post କୁଲଡିହା ଅଭୟାରଣ୍ୟ ଅଞ୍ଚଳରେ ଚଢ଼ାଉ: ୫ ବନ୍ଧୁକ ଜବତ, ୬ ଶିକାରୀ ଗିରଫ appeared first on Dharitri Odia News.
ନୀଳଗିରି,୨୧ା୩(ପ୍ରଶାନ୍ତ କୁମାର ବିଶ୍ୱାଳ): ରାତି ଅଧିଆ ଚଢ଼ାଉ କରାଯାଇ କୁଲଡିହା ଅଭୟାରଣ୍ୟ ଅଞ୍ଚଳର ୬ ଶିକାରୀ ଗିରଫ ହୋଇଛନ୍ତି। ନୀଳଗିରି ପୋଲିସ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉରେ ଏହି ଶିକାରୀମାନେ ଗିରଫ ହେବା ସହ ସେମାନଙ୍କ ନିକଟରୁ ୫ଟି ବନ୍ଧୁକ ଜବତ ହୋଇଛି। ତିନି ଦିନରେ ଗିରଫ ହେଲେଣି ୮ ଶିକାରୀ।
ସୂଚନାନୁଯାୟୀ, ସୋମବାର ମଧ୍ୟ ରାତିରେ ବନବିଭାଗର ସର୍ଚ୍ଚ ଅପରେଶନ ବେଳେ ଶିକାରୀଙ୍କ ଗୁଳିରେ ଦୁଇ ବନକର୍ମଚାରୀ ଗୁରୁତର ହେବା ପରେ ଆକ୍ସନ ମୋଡ୍କୁ ଆସିଛି କୁଲଡ଼ିହା ବନବିଭାଗ। ମଙ୍ଗଳବାର ଭୋର୍ ସମୟରେ ନୀଳଗିରି ପୋଲିସ ଏବଂ ବନବିଭାଗର ମିଳିତ ଚଢ଼ାଉ ପରେ ଔପଦା ବ୍ଲକ କାଣ୍ଡଗରଡ଼ି ପଞ୍ଚାୟତ ମଲ୍ଲିବଣିଆ ଗ୍ରାମର ଜଗବନ୍ଧୁ ସିଂ ନାମକ ବ୍ୟକ୍ତିଙ୍କ ଘରୁ ୪ରୁ ଅଧିକପରିମାଣର ଦେଶୀ ବନ୍ଧୁକ, ଲୁହା ବ୍ୟାରେଲ ସହ ବନ୍ଧୁକ ତିଆରି ସରଞ୍ଜାମ, ଦେଶୀ ବନ୍ଧୁକ ମିଳିବା ପରେ ବନ୍ଧୁକ ତିଆରି କାରଖାନା ଚାଲିଥିବା ଠାବ କରାଯାଇଥିଲା। ତେବେ ଅଭୟାରଣ୍ୟ ପାଦଦେଶରେ ବହୁ ସଂଖ୍ୟାରେ ଦେଶୀ ବନ୍ଧୁକ ଥିବାର ସୂଚନା ବନବିଭାଗ ପାଖରେ ଥିବାରୁ ଉକ୍ତ ଅଞ୍ଚଳରେ ବନ୍ୟପ୍ରାଣୀ ପିସିସିଏଫ୍ଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଏସିଏଫ୍ ଶୋଭନ ଦିଗନ୍ତ ଚାନ୍ଦଙ୍କ ନେତୃତ୍ୱରେ କୁଳଡିହା ରେଞ୍ଜର ପ୍ରବୀର ମୁର୍ମୁ, ଫରେଷ୍ଟର, ଫରେଷ୍ଟ ଗାର୍ଡ, ସବୁଜବାହିନୀ, ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ନୀଳଗିରି ପୋଲିସର ମିଳିତ ସହଯୋଗରେ ବୁଧବାର ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଥିଲା। ସିଆଡିମାଳ ପଞ୍ଚାୟତ ବାବନ୍ଧ ନିକଟବର୍ତ୍ତୀ ଡେଉଁଚଖାଲ ଗ୍ରାମରେ ଚଢ଼ାଉ କରି ୬ଜଣକୁ ଅଟକ ରଖିବା ସହିତ ସେମାନଙ୍କ ନିକଟରୁ ୫ଟି ଗୁଳି ଭର୍ତ୍ତି ଦେଶୀବନ୍ଧୁକ ଜବତ କରି ପୋଲିସକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।
The post କୁଲଡିହା ଅଭୟାରଣ୍ୟ ଅଞ୍ଚଳରେ ଚଢ଼ାଉ: ୫ ବନ୍ଧୁକ ଜବତ, ୬ ଶିକାରୀ ଗିରଫ appeared first on Dharitri Odia News.