କୁଶଭଦ୍ରା ନଦୀରୁ ଏହି ବିରଳ କଇଁଛ ଉଦ୍ଧାର, ପିଠିରେ ରହିଛି ଚକା ଆଖି !
ବାଲିପାଟଣା ୨୯।୦୪ : ବିରଳ କଇଁଛ ଉଦ୍ଧାର । ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ ଆଳୋଇ ମାଣିଆସାହି ନିକଟରେ କୁଶଭଦ୍ରା ନଦୀରୁ ଏହି ବିରଳ କଇଁଛ ଉଦ୍ଧାର ହୋଇଛି । ଏହି ବିରଳ କଇଁଛର ପିଠିରେ ଏକ ଚକା ଆଖି ଥିବାର ଦୃଶ୍ୟମାନ ହେଉଛି । ଖବର ଅନୁଯାୟୀ, ଆଳୋଇମାଣିଆର ବାବନ ସେଠୀ ନଦୀକୁ ମାଛ ଧରିବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ଜାଲରେ ଏକ ବିରଳ କଇଁଛ ପଡିଥିଲା । ଯାହାପରେ ସେ କୂଳକୁ ଆଣିଥିଲେ । ସେଠାରେ ଦେଖିବା ବେଳେ କଇଁଛ ପିଠିରେ ଚକା ଆଖି ଦୃଶ୍ୟମାନ ହେଉଛି । ଜଗନ୍ନାଥଙ୍କ ଶ୍ରୀମୁଖ କଇଁଛ ପିଠିରେ ଦେଖାଯାଉଛି । କେହି କେହି ଏହାକୁ କଚ୍ଛପ ଅବତାର ମଧ୍ୟ କହୁଛନ୍ତି । ଯାହାକୁ ନେଇ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଗାଁ ଲୋକେ ସଙ୍କୀର୍ତ୍ତନ କରିବା ସହ କଇଁଛକୁ ପୂଜାର୍ଚ୍ଚନା କରୁଛନ୍ତି । ଆଖପାଖର ଗାଁର ଲୋକ ଏହି କଇଁଛକୁ ଦେଖିବାକୁ ବେଶ୍ ଭିଡ଼ ଜମାଇଛନ୍ତି। ପୁରୀ ନରେନ୍ଦ୍ର ପୋଖରୀରେ ଏହି ବିରଳ କଇଁଛକୁ ଛାଡ଼ିବାକୁ ଗ୍ରାମବାସୀ ଯୋଜନା କରୁଥିବାର ଜଣାପଡିଛି ।
ବାଲିପାଟଣା ୨୯।୦୪ : ବିରଳ କଇଁଛ ଉଦ୍ଧାର । ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ ଆଳୋଇ ମାଣିଆସାହି ନିକଟରେ କୁଶଭଦ୍ରା ନଦୀରୁ ଏହି ବିରଳ କଇଁଛ ଉଦ୍ଧାର ହୋଇଛି । ଏହି ବିରଳ କଇଁଛର ପିଠିରେ ଏକ ଚକା ଆଖି ଥିବାର ଦୃଶ୍ୟମାନ ହେଉଛି ।

ଖବର ଅନୁଯାୟୀ, ଆଳୋଇମାଣିଆର ବାବନ ସେଠୀ ନଦୀକୁ ମାଛ ଧରିବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ଜାଲରେ ଏକ ବିରଳ କଇଁଛ ପଡିଥିଲା । ଯାହାପରେ ସେ କୂଳକୁ ଆଣିଥିଲେ । ସେଠାରେ ଦେଖିବା ବେଳେ କଇଁଛ ପିଠିରେ ଚକା ଆଖି ଦୃଶ୍ୟମାନ ହେଉଛି । ଜଗନ୍ନାଥଙ୍କ ଶ୍ରୀମୁଖ କଇଁଛ ପିଠିରେ ଦେଖାଯାଉଛି । କେହି କେହି ଏହାକୁ କଚ୍ଛପ ଅବତାର ମଧ୍ୟ କହୁଛନ୍ତି । ଯାହାକୁ ନେଇ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଗାଁ ଲୋକେ ସଙ୍କୀର୍ତ୍ତନ କରିବା ସହ କଇଁଛକୁ ପୂଜାର୍ଚ୍ଚନା କରୁଛନ୍ତି । ଆଖପାଖର ଗାଁର ଲୋକ ଏହି କଇଁଛକୁ ଦେଖିବାକୁ ବେଶ୍ ଭିଡ଼ ଜମାଇଛନ୍ତି। ପୁରୀ ନରେନ୍ଦ୍ର ପୋଖରୀରେ ଏହି ବିରଳ କଇଁଛକୁ ଛାଡ଼ିବାକୁ ଗ୍ରାମବାସୀ ଯୋଜନା କରୁଥିବାର ଜଣାପଡିଛି ।