ପବିତ୍ର ମାଘ ସପ୍ତମୀ ବୁଡ଼, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେବ, ପୁଷ୍କରିଣୀ ପ୍ରସ୍ତୁତ
କୋଣାର୍କ: କୋଣାର୍କ ମାଘ ମେଳା ପୁରୀ ଜିଲ୍ଲାର ପ୍ରସିଦ୍ଧ ଯାତ୍ରା। ଚଳିତ ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେବାକୁ ଯାଉଛି। ଚନ୍ଦ୍ରଭାଗା ପୁଷ୍କରିଣୀ ଓ ମାଘ ମେଳା ପଡିଆ ସିସିଟିଭିରେ ଛାଉଣୀ କରାଯାଇଥିବା ବେଳେ ଲକ୍ଷ୍ୟାଧିକ ଶ୍ରଦ୍ଧାଳୁ କିପରି ଆସି ମାଘମେଳା ବୁଲିବେ ଓ ତ୍ରୀର୍ଥ ପୁଷ୍କରିଣୀରେ ବୁଡ ପକାଇ ସୂର୍ଯ୍ୟ ମନ୍ଦିର, ନବଗ୍ରହ ବୁଲି ଘରକୁ ଫେରିଯିବେ, ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ସରିଛି l Also read- କଳାକାରଙ୍କ ସହାୟତା ରାଶି ବୃଦ୍ଧି, ଉପକୃତ ହେବେ ୮୦ ହଜାର କଳାକାର ତିନି ମହାଦେବ ଐଶାନେଶ୍ୱର,ତ୍ରୀବେଣୀଶ୍ବର ଓ ଦକ୍ଷିଣେଶ୍ବର ବିଜେ ସ୍ଥଳୀରୁ ବିମାନରେ ବିଜେ କରି ୮ଟା୩୦ରେ ବାହାରି କୋଣାର୍କ NAC ରେ ପହଞ୍ଚିବେ। ଏହା ପରେ ୧୧ଟା୩୦ ରୁ ୧୨ଟାରେ ଭୋଗ ଖାଇବା ପରେ ଚନ୍ଦ୍ରଭାଗା ତୀର୍ଥପୁଷ୍କରିଣୀ ପୂଜା ମଣ୍ଡପ ଭୋର୍ ୪ଟା ପୂର୍ବରୁ ପହଞ୍ଚିବେ। ତୀର୍ଥ ପୁଷ୍କରିଣୀରେ ୪ଟା ୩୪ମି.ରେ ମହାସ୍ନାନ ସାରିବା ପରେ ପରେ ରାଜ୍ୟ ଓ ଦେଶରୁ ଆସିଥିବା ସାଧୁସନ୍ଥମାନେ ସ୍ନାନ କରି ସୂର୍ଯ୍ୟ ନାରାୟଣଙ୍କ ଆଳତୀ ସାରିବା ପରେ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଗାଧୋଇବା ପାଇଁ ସୁଯୋଗ ପାଇବେ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ସିସିଟିଭିରେ ରଖାଯିବ ତ୍ରୀର୍ଥ ପୁଷ୍କରିଣୀ ଓ ମାଘମେଳା ପଡ଼ିଆ
କୋଣାର୍କ: କୋଣାର୍କ ମାଘ ମେଳା ପୁରୀ ଜିଲ୍ଲାର ପ୍ରସିଦ୍ଧ ଯାତ୍ରା। ଚଳିତ ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେବାକୁ ଯାଉଛି। ଚନ୍ଦ୍ରଭାଗା ପୁଷ୍କରିଣୀ ଓ ମାଘ ମେଳା ପଡିଆ ସିସିଟିଭିରେ ଛାଉଣୀ କରାଯାଇଥିବା ବେଳେ ଲକ୍ଷ୍ୟାଧିକ ଶ୍ରଦ୍ଧାଳୁ କିପରି ଆସି ମାଘମେଳା ବୁଲିବେ ଓ ତ୍ରୀର୍ଥ ପୁଷ୍କରିଣୀରେ ବୁଡ ପକାଇ ସୂର୍ଯ୍ୟ ମନ୍ଦିର, ନବଗ୍ରହ ବୁଲି ଘରକୁ ଫେରିଯିବେ, ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ସରିଛି l
Also read- କଳାକାରଙ୍କ ସହାୟତା ରାଶି ବୃଦ୍ଧି, ଉପକୃତ ହେବେ ୮୦ ହଜାର କଳାକାର
ତିନି ମହାଦେବ ଐଶାନେଶ୍ୱର,ତ୍ରୀବେଣୀଶ୍ବର ଓ ଦକ୍ଷିଣେଶ୍ବର ବିଜେ ସ୍ଥଳୀରୁ ବିମାନରେ ବିଜେ କରି ୮ଟା୩୦ରେ ବାହାରି କୋଣାର୍କ NAC ରେ ପହଞ୍ଚିବେ। ଏହା ପରେ ୧୧ଟା୩୦ ରୁ ୧୨ଟାରେ ଭୋଗ ଖାଇବା ପରେ ଚନ୍ଦ୍ରଭାଗା ତୀର୍ଥପୁଷ୍କରିଣୀ ପୂଜା ମଣ୍ଡପ ଭୋର୍ ୪ଟା ପୂର୍ବରୁ ପହଞ୍ଚିବେ। ତୀର୍ଥ ପୁଷ୍କରିଣୀରେ ୪ଟା ୩୪ମି.ରେ ମହାସ୍ନାନ ସାରିବା ପରେ ପରେ ରାଜ୍ୟ ଓ ଦେଶରୁ ଆସିଥିବା ସାଧୁସନ୍ଥମାନେ ସ୍ନାନ କରି ସୂର୍ଯ୍ୟ ନାରାୟଣଙ୍କ ଆଳତୀ ସାରିବା ପରେ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଗାଧୋଇବା ପାଇଁ ସୁଯୋଗ ପାଇବେ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ସିସିଟିଭିରେ ରଖାଯିବ ତ୍ରୀର୍ଥ ପୁଷ୍କରିଣୀ ଓ ମାଘମେଳା ପଡ଼ିଆ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବମୋଟ ୩୦ ପ୍ଲାଟୁନ ଫୋର୍ସ, ୩୦ ଜଣ DSP , ୧୦୦ ଜଣ ଆଇଆଇସି ସହ ପୁରୀ ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।ଶ୍ରଦ୍ଧାଳୁ ମାନେ କିପରି ଭୁବନେଶ୍ୱରରୁ ବାହାରି ବଡ ଗାଡି ହେଲିପ୍ୟାଡ୍, ରିଙ୍ଗ ରୋଡ ଛକ ଠାରୁ ମେଡ଼ିକାଲ ପଛ ପଟେ ଯାଇଥିବା ୬ଲେନ୍ ରାସ୍ତାରେ, IOCL ପାର୍କିଂ ପଡିଆରେ ରଖିବା କୁ କୁହାଯାଇଛି। କାରଗୁଡିକ ହେଲିପ୍ୟାଡରେ ରଖି ସେଠାରୁ ଚାଲିଚାଲି ଚନ୍ଦ୍ରଭାଗା ପୁଷ୍କରିଣୀ ଯାଇ ବୁଡ ପକାଇ ପାରିବେ ଶ୍ରଦ୍ଧାଳୁ।

ସେହିପରି ପୁରୀ ରୁ ଆସୁଥିବା ଗାଡି ଗୁଡିକୁ ରାମଚଣ୍ଡୀ ଠାରେ ରଖିବା ପାଇଁ ଧାର୍ଯ୍ୟ କରାଯାଇଛି। ଯେପରି କୌଣସି ଅଘଟଣ ନ ହୁଏ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରିବା ପାଇଁ ଧାର୍ଯ୍ୟ କରାଯାଇଛି। ଆଉ ଦିନକ ପରେ ତଥା ଆସନ୍ତା ଗୁରୁବାର ତାରିଖ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଚଦ୍ରଭାଗାକୁ ଆସିବେ ରାତ୍ରରେ ମାଟି ହାଣ୍ଡି ରେ ସୁଖୁଆ ଡାଲମା ରୋଷେଇ କରି ଖାଇବା ପରମ୍ପରା ରହିଛି l ସେମାନଙ୍କ ପାଇଁ ଚାଉଳ, ଡାଲି,କାଠ,କିରୋସିନି କିପରି ସୁଲଭ ମୂଲ୍ୟରେ ପାଇବେ ଯାହାକି ଠକାମୀର ଶୀକାର ନ ହୁଅନ୍ତି ସେଥିପ୍ରତି ସ୍ଥାନୀୟ ପ୍ରଶାସନ ସଜାଗ ରହିବେ । ତା ସହିତ ମାଘ ବୁଡ଼ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁକ୍ଳ ଛାଡ଼ କରଯାଇଛି କୋଣାର୍କ ମନ୍ଦିର ଓ ନବଗ୍ରହ ପିଠରେ ପ୍ରବଳ ଭିଡକୁ ଦୃଷ୍ଟି ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି l ମାଘ ମେଳାରେ ୩ ଲକ୍ଷରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ପୂର୍ବାନୁମାନ କରାଯାଉଛିl
The post ପବିତ୍ର ମାଘ ସପ୍ତମୀ ବୁଡ଼, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେବ, ପୁଷ୍କରିଣୀ ପ୍ରସ୍ତୁତ appeared first on Prameya News7.