କୁହୁଡି ସାଜିଲା କାଳ,ପିକଅପ ଭ୍ୟାନ ଓଲଟି ୧ ମୃତ ୭ ରୁ ଅଧିକ ଗୁରୁତର
ବାଲେଶ୍ୱର : ପିକଅପ ଭ୍ୟାନ ଓଲଟି ୭ ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମଲା ଥାନା ଅନ୍ତର୍ଗତ ରାୟପୁର ଗ୍ରାମରେ । ହରିହାଟ କଳସ ଶୋଭାଯାତ୍ରା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଗୁରୁତରଙ୍କୁ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡିଛି । ଘଟଣା ସ୍ଥଳରେ ତୁରନ୍ତ ସ୍ଥାନୀୟ ଗ୍ରାମବାସୀ ଏବଂ ପୋଲିସ ପହଂଚି ସମସ୍ତ ଗୁରୁତରଙ୍କୁ ପ୍ରଥମେ ବସ୍ତା ହସ୍ପିଟାଲ ଏବଂ ପରେ […]

ବାଲେଶ୍ୱର : ପିକଅପ ଭ୍ୟାନ ଓଲଟି ୭ ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମଲା ଥାନା ଅନ୍ତର୍ଗତ ରାୟପୁର ଗ୍ରାମରେ । ହରିହାଟ କଳସ ଶୋଭାଯାତ୍ରା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଗୁରୁତରଙ୍କୁ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡିଛି । ଘଟଣା ସ୍ଥଳରେ ତୁରନ୍ତ ସ୍ଥାନୀୟ ଗ୍ରାମବାସୀ ଏବଂ ପୋଲିସ ପହଂଚି ସମସ୍ତ ଗୁରୁତରଙ୍କୁ ପ୍ରଥମେ ବସ୍ତା ହସ୍ପିଟାଲ ଏବଂ ପରେ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି । ଘନ କୁହୁଡି ଯୋଗୁଁ ପିକଅପ ଭ୍ୟାନ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।
ଅନ୍ୟପଟେ ଆଜି ଗଞ୍ଜାମ ଜିଲା ଆସିକାରେ ମଧ୍ୟ ଘଟିଛି ବଡ଼ ଅଘଟଣ। କୁହୁଡି ଯୋଗୁଁ ଚାଲିଯାଇଛି ନିରିହ ଜୀବନ। ପିକଅପ୍ ଭ୍ୟାନ୍ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ଗାଙ୍ଗପୁର ଥାନା କେସରାପଲ୍ଲି ଗାଁରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ ସୀମାଞ୍ଚଳ ସ୍ୱାଇଁ। ଦୁର୍ଘଟଣା ପରେ ଡ୍ରାଇଭର ହେଲପର ଫେରାର ଥିବା ଜଣପଡ଼ିଛି। ଶବ ଜବତ କରି ପୋଲିସ ତଦନ୍ତ କରୁଛି।।