କୂଅ ସଫା ବେଳେ ଶ୍ବାସରୁଦ୍ଧ ହୋଇ ୨ ମୃତ

ରାୟଗଡା: ରାୟଗଡା ଜିଲା ଚନ୍ଦ୍ରପୁର ଥାନା ବନ୍ଦିରୀ ଗାଁରେ ବୁଧବାର ଅଭାବନୀୟ ଘଟଣା ଘଟିଛି। କୂଅ ସଫା କରୁଥିବା ବେଳେ ଶ୍ବାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକମାନେ ହେଲେ ବନ୍ଦିରୀ ଗ୍ରାମର ତେତେ ଟାଙ୍ଗାରାଙ୍ଗା (୨୫) ଓ ଚିତ୍ତରଞ୍ଜନ ଟାଙ୍ଗାରାଙ୍ଗା (୨୮)। ବୁଧବାର ସକାଳୁ ବନ୍ଦିରୀ ଗ୍ରାମ କାଲିମା ସାହିର ଦୁଇ ଯୁବକ କୂଅ ସଫା କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ଉପରକୁ ବାହାରି ପାରି ନ ଥିଲେ। ଏ ନେଇ ସ୍ଥାନୀୟ […]

କୂଅ ସଫା ବେଳେ ଶ୍ବାସରୁଦ୍ଧ ହୋଇ ୨ ମୃତ

ରାୟଗଡା: ରାୟଗଡା ଜିଲା ଚନ୍ଦ୍ରପୁର ଥାନା ବନ୍ଦିରୀ ଗାଁରେ ବୁଧବାର ଅଭାବନୀୟ ଘଟଣା ଘଟିଛି। କୂଅ ସଫା କରୁଥିବା ବେଳେ ଶ୍ବାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକମାନେ ହେଲେ ବନ୍ଦିରୀ ଗ୍ରାମର ତେତେ ଟାଙ୍ଗାରାଙ୍ଗା (୨୫) ଓ ଚିତ୍ତରଞ୍ଜନ ଟାଙ୍ଗାରାଙ୍ଗା (୨୮)। ବୁଧବାର ସକାଳୁ ବନ୍ଦିରୀ ଗ୍ରାମ କାଲିମା ସାହିର ଦୁଇ ଯୁବକ କୂଅ ସଫା କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ଉପରକୁ ବାହାରି ପାରି ନ ଥିଲେ। ଏ ନେଇ ସ୍ଥାନୀୟ ଲୋକେ ନିକଟସ୍ଥ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଚନ୍ଦ୍ରପୁର ଦମକଳ ବାହିନୀ ପହଞ୍ଚି କୂଅରୁ ଦୁଇ ଯୁବକଙ୍କୁ ଉଦ୍ଧାର କରି ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଚନ୍ଦ୍ରପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ନେଇ ଚନ୍ଦ୍ରପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଲିସ ମୃତଦେହ ଦୁଇଟିକୁ ଜବତ କରି ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ କରିବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ଏଭଳି ଅଘଟଣ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।