କୂଅରେ ପଡି ବୃଦ୍ଧଙ୍କ ମୃତ୍ୟୁ

କଲମପୁର : ଜୁନାଗଡ ଥାନା ଅଧିନସ୍ଥ ବାନ୍ଧନପଲା ଗ୍ରାମ ଠାରେ ଅଘଟଣ ଘଟିଛି। ଜଣେ ବୃଦ୍ଧ କୌଣସି କାରଣରୁ କୂଅରେ ପଡି ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁସାରେ ଗୁରୁବାର ଜୁନାଗଡ ଥାନା ଅଧିନସ୍ଥ ବାନ୍ଧନପଲା ଗ୍ରାମର ଏକ କୂଅରେ ସେହି ଗ୍ରାମର ଗଙ୍ଗାଧର ଭୋଇ (୬୦) ବର୍ଷିୟ ବୃଦ୍ଧ କୌଣସି କାରଣରୁ ପଡି ଯାଇଥିଲେ। ଏନେଇ ପରିବାର ଲୋକ ଜାଣିବା ପରେ ତୁରନ୍ତ ବୃଦ୍ଧ ଜଣଙ୍କୁ  ଉଦ୍ଧାର ପାଇଁ କଲମପୁର ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। […]

କୂଅରେ ପଡି ବୃଦ୍ଧଙ୍କ ମୃତ୍ୟୁ

କଲମପୁର : ଜୁନାଗଡ ଥାନା ଅଧିନସ୍ଥ ବାନ୍ଧନପଲା ଗ୍ରାମ ଠାରେ ଅଘଟଣ ଘଟିଛି। ଜଣେ ବୃଦ୍ଧ କୌଣସି କାରଣରୁ କୂଅରେ ପଡି ମୃତ୍ୟୁ ବରଣ କରିଛନ୍ତି।
ସୂଚନା ଅନୁସାରେ ଗୁରୁବାର ଜୁନାଗଡ ଥାନା ଅଧିନସ୍ଥ ବାନ୍ଧନପଲା ଗ୍ରାମର ଏକ କୂଅରେ ସେହି ଗ୍ରାମର ଗଙ୍ଗାଧର ଭୋଇ (୬୦) ବର୍ଷିୟ ବୃଦ୍ଧ କୌଣସି କାରଣରୁ ପଡି ଯାଇଥିଲେ। ଏନେଇ ପରିବାର ଲୋକ ଜାଣିବା ପରେ ତୁରନ୍ତ ବୃଦ୍ଧ ଜଣଙ୍କୁ  ଉଦ୍ଧାର ପାଇଁ କଲମପୁର ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। କଲମପୁର ଅଗ୍ନିଶମ ବାହିନୀର ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ଡିସେମ୍ବର ବୁଡେକ, ପବିତ୍ର କୁମାର ବେହେରା, ସରୋଜ କୁମାର ପ୍ରଧାନ, ନିର୍ମଳ ତରିଆ, ଗଜାନନ ମାଝୀ, ନିରଞ୍ଜନ ଦାସ ପ୍ରମୁଖ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ରାତି ସାଢେ ୧୦ଟା ବେଳେ ବୃଦ୍ଧଙ୍କ ଶବକୁ ଉଦ୍ଧାର କରିଛନ୍ତି।