କୂଳ ଲଙ୍ଘିଲା ବୈତରଣୀ ନଦୀ, ଯାଜପୁର -ଆଖଣ୍ଡଳମଣି ଯୋଗାଯୋଗ ବିଚ୍ଛିନ୍ନ
ଆରଡି: ବୈତରଣୀ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଗତ ଶନିବାର ଭଦ୍ରକ ଆଖୁଆପଦା ଆନିକଟରେ ବନ୍ୟା ପାଣି ଦୃତଗତିରେ ଵୃଦ୍ଧି ପାଇବା ପରେ ରବିବାର କ୍ରମଶଃ ହ୍ରାସ ପାଇଥିଲା। ହେଲେ ଉପରମୁଣ୍ଡରୁ ଆସୁଥିବା ବନ୍ୟାପାଣି ଭଣ୍ଡାରିପୋଖରୀ, ଧାମନଗର ଓ ଚାନ୍ଦବାଲିରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା। ଫଳରେ ବୈତରଣୀ କୂଳ ଲଘିଂଵାରୁ କୁଆଖିଆ -ଆଖଣ୍ଡଳମଣି ୨୦ନମ୍ଵର ଜାତୀୟ ରାଜପଥର ଵୋଡକ ଠାରେ ୨ଫୁଟ ଉଚ୍ଚରେ ବନ୍ୟାପାଣି ଦୀର୍ଘ ୧କିମି ରାସ୍ତାରେ ପ୍ରଵାହିତ ହେବା ଫଳରେ ଆଖଣ୍ଡଳମଣି […]
ଆରଡି: ବୈତରଣୀ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଗତ ଶନିବାର ଭଦ୍ରକ ଆଖୁଆପଦା ଆନିକଟରେ ବନ୍ୟା ପାଣି ଦୃତଗତିରେ ଵୃଦ୍ଧି ପାଇବା ପରେ ରବିବାର କ୍ରମଶଃ ହ୍ରାସ ପାଇଥିଲା। ହେଲେ ଉପରମୁଣ୍ଡରୁ ଆସୁଥିବା ବନ୍ୟାପାଣି ଭଣ୍ଡାରିପୋଖରୀ, ଧାମନଗର ଓ ଚାନ୍ଦବାଲିରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା। ଫଳରେ ବୈତରଣୀ କୂଳ ଲଘିଂଵାରୁ କୁଆଖିଆ -ଆଖଣ୍ଡଳମଣି ୨୦ନମ୍ଵର ଜାତୀୟ ରାଜପଥର ଵୋଡକ ଠାରେ ୨ଫୁଟ ଉଚ୍ଚରେ ବନ୍ୟାପାଣି ଦୀର୍ଘ ୧କିମି ରାସ୍ତାରେ ପ୍ରଵାହିତ ହେବା ଫଳରେ ଆଖଣ୍ଡଳମଣି -ଯାଜପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
ଏପରିକି ତଳମୁଣ୍ଡରେ ଅର୍ଥାତ୍ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ଅଞ୍ଚଳରେ ବନ୍ୟାପାଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଶ୍ରାବଣ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ଆସୁଥିବା କାଉଡ଼ିଆ ଭକ୍ତମାନେ ବନ୍ୟାପାଣିରେ ପଶି ବିପଦପୂର୍ଣ୍ଣ ଭାବେ ଆସୁଥିଵାର ଦେଖିବାକୁ ମିଳିଛି। ସେହିପରି ଅନେକ ଛୋଟବଡ ଗାଡି ମଧ୍ୟ ବନ୍ୟାପାଣିରେ ପଶି ଆରଡି ଅଭିମୁଖେ ଆସୁଛି। ଏକପ୍ରକାର ନଦୀ, ପଥ, କ୍ଷେତ ଏକାକାର ହୋଇଯାଇଥିଵାରୁ ଯାଜପୁର ସମେତ କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା (ଭୂଵନେଶ୍ଵର) ଆଦି ଜିଲ୍ଲାରୁ ହଜାରହଜାର କାଉଡ଼ିଆ ଭକ୍ତ ଆଖଣ୍ଡଳମଣିଙ୍କ ପୀଠକୁ କୁଆଖିଆ -ଆଖଣ୍ଡଳମଣି ଜାତୀୟ ରାଜପଥ ଦେଇ ଆସୁଥିଵା ବେଳେ କେଉଁଟି ନଦୀ ଓ କେଉଁଠି ରାସ୍ତା ଜାଣିବା ଜଟିଳ ହୋଇପଡିଵାରୁ କାଉଡ଼ିଆ ଭକ୍ତଙ୍କ ଯାତାୟତକୁ ବନ୍ଦ କରିଥିଲା ପୁଲିସ ପ୍ରଶାସନ। ଏପରିକି ଡ଼ାକବାଜି ଯନ୍ତ୍ର ଦ୍ଵାରା ଆଗନ୍ତୁକ ଭକ୍ତଙ୍କ ସହ ସ୍ଥାନୀୟ ଲୋକଙ୍କୁ ସଚେତନତା କରାଇଥିଲା।