କୂଳଡିହା ଅଭୟାରଣ୍ୟରେ ଫୁଟିଲା ଗୁଳି, ଦୁଇ ବନ କର୍ମଚାରୀ ଗୁରୁତର
ନୀଳଗିରି ୧୯।୦୩ : ସୋମବାର ରାତିରେ ବାଲେଶ୍ଵର ଜିଲ୍ଲା ନୀଳଗିରି କୂଳଡିହା ଅଭୟାରଣ୍ୟରେ ଫୁଟିଲା ଗୁଳି। ଶିକାରୀ ଗୁଳିଲେ ଦୁଇ ବନ କର୍ମଚାରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ୨ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ଖବର ଅନୁଯାୟୀ, ସୋମବାର ରାତିରେ ପଞ୍ଚଲିଙ୍ଗେଶ୍ଵର ଫରେଷ୍ଟଗାର୍ଡ ସିଂରାୟ ହେମ୍ବ୍ରମଙ୍କ ସହିତ ସବୁଜ ବାହିନୀ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଶିକାରୀଙ୍କ ଗୁଳିରେ ଦୁଇଜଣ ସବୁଜ ବାହିନୀ ଆହତ ହୋଇଛନ୍ତି। ଦୁଇଜଣଙ୍କୁ ବାଲେଶ୍ଵର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ବେଳେ ଜଣଙ୍କର ଗୋଡ଼ରେ ଗୁଳି ଥିବାରୁ ତାଙ୍କୁ କଟକ ପଠାଯାଇଛି। ତାଙ୍କର ଅବସ୍ଥା ଗୁରୁତର ହୋଇଛି। ଦୁଇଜଣ ଶିକାରୀ ଗିରଫ ହୋଇଥିବା ଜଣାପଡିଛି। ଆହତମାନେ ହେଲେ କ୍ଷିତିଶ ପରିଡା ଓ ବିରଞ୍ଜି ଜେନା। ତେବେ କୂଳଡିହା ଅଭୟାରଣ୍ୟରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ନିକଟରେ ଶିକାରୀଙ୍କ ଗୁଳିରେ ଏକ ହାତୀ ମୃତ୍ୟୁ ହୋଇଥିଲା।
ନୀଳଗିରି ୧୯।୦୩ : ସୋମବାର ରାତିରେ ବାଲେଶ୍ଵର ଜିଲ୍ଲା ନୀଳଗିରି କୂଳଡିହା ଅଭୟାରଣ୍ୟରେ ଫୁଟିଲା ଗୁଳି। ଶିକାରୀ ଗୁଳିଲେ ଦୁଇ ବନ କର୍ମଚାରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ୨ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି।
ଖବର ଅନୁଯାୟୀ, ସୋମବାର ରାତିରେ ପଞ୍ଚଲିଙ୍ଗେଶ୍ଵର ଫରେଷ୍ଟଗାର୍ଡ ସିଂରାୟ ହେମ୍ବ୍ରମଙ୍କ ସହିତ ସବୁଜ ବାହିନୀ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଶିକାରୀଙ୍କ ଗୁଳିରେ ଦୁଇଜଣ ସବୁଜ ବାହିନୀ ଆହତ ହୋଇଛନ୍ତି। ଦୁଇଜଣଙ୍କୁ ବାଲେଶ୍ଵର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ବେଳେ ଜଣଙ୍କର ଗୋଡ଼ରେ ଗୁଳି ଥିବାରୁ ତାଙ୍କୁ କଟକ ପଠାଯାଇଛି। ତାଙ୍କର ଅବସ୍ଥା ଗୁରୁତର ହୋଇଛି। ଦୁଇଜଣ ଶିକାରୀ ଗିରଫ ହୋଇଥିବା ଜଣାପଡିଛି। ଆହତମାନେ ହେଲେ କ୍ଷିତିଶ ପରିଡା ଓ ବିରଞ୍ଜି ଜେନା। ତେବେ କୂଳଡିହା ଅଭୟାରଣ୍ୟରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ନିକଟରେ ଶିକାରୀଙ୍କ ଗୁଳିରେ ଏକ ହାତୀ ମୃତ୍ୟୁ ହୋଇଥିଲା।