କୂଳଡିହା ସୀମାନ୍ତ ଜଙ୍ଗଲରେ ଲାଗିଲା ନିଆଁ, ଆସିଲେନି ବନ ବିଭାଗ କର୍ମଚାରୀ

ନୀଳଗିରି: ବାଲେଶ୍ଵର ଜିଲ୍ଲା ସୀମାନ୍ତ ଝରଣାଘାଟି ନିକଟରେ ଥିବା ଛତାହୁଡ଼ି ପାହାଡ଼ରେ ଲାଗିଲା ନିଆଁ। କୂଳଡିହା ଅଭୟାରଣ୍ୟ ସୀମାନ୍ତକୁ ଲାଗିଥିବା ଏହି ଜଙ୍ଗଲରେ ଆଜି ହଠାତ ନିଆଁ ଲାଗିଯାଇଥିଲା। ହୁ ହୁ ହୋଇ ନିଆଁ ବ୍ୟାପିଯିବାରୁ ଗ୍ରାମବାସୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଏପରିକି ଏହି ପାହାଡ଼ର ଅପରପାର୍ଶ୍ୱ ମୟୁରଭଞ୍ଜ ଜିଲ୍ଲା ଅଧୀନରେ ଯାଉଥିବା ବେଳେ ନିଆଁ ଲିଭାଇବାକୁ ବନବିଭାଗର କର୍ମଚାରୀ ପହଞ୍ଚି ନଥିଲେ। ଗ୍ରାମବାସୀ ମାନେ ମିଳିତ ଭାବେ ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଛନ୍ତି। 