କୃଷି ଆନ୍ଦୋଳନକୁ ନେଇ କରିପାରିବେନି ଟ୍ବିଟ୍! ଏଲନ ମସ୍କ କହିଲେ…
ନୂଆଦିଲ୍ଲୀ,୨୨।୨: ଦେଶର ବିଶିଷ୍ଟ ବ୍ୟକ୍ତିଙ୍କର ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ଏନେଇ ଏକ୍ସ ମୁଖ୍ୟ ତଥା ସିିଇଓ ଏଲନ ମସ୍କ ଟ୍ବିଟରରେ ସୂଚନା ଦେଇଛନ୍ତି। ତେବେ ଭାରତ ସରକାର ଏକ୍ସର ଏପରି ଅଭିଯୋଗରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଗୁରୁବାର ଏକ୍ସ’ର Global Government Affairs ଏକ ଟ୍ବିଟ୍ କରିଛି। ପୋଷ୍ଟରେ କମ୍ପାନୀ ସରକାରଙ୍କ ଏପରି ପଦକ୍ଷେପକୁ ଗ୍ରହଣ କରିବା ପାଇଁ ଅସହମତି ଦର୍ଶାଇଛି। ଏଥିସହ କହିଛି, ଅଭିବ୍ୟକ୍ତିର […] The post କୃଷି ଆନ୍ଦୋଳନକୁ ନେଇ କରିପାରିବେନି ଟ୍ବିଟ୍! ଏଲନ ମସ୍କ କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୨୨।୨: ଦେଶର ବିଶିଷ୍ଟ ବ୍ୟକ୍ତିଙ୍କର ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ଏନେଇ ଏକ୍ସ ମୁଖ୍ୟ ତଥା ସିିଇଓ ଏଲନ ମସ୍କ ଟ୍ବିଟରରେ ସୂଚନା ଦେଇଛନ୍ତି। ତେବେ ଭାରତ ସରକାର ଏକ୍ସର ଏପରି ଅଭିଯୋଗରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।
ଗୁରୁବାର ଏକ୍ସ’ର Global Government Affairs ଏକ ଟ୍ବିଟ୍ କରିଛି। ପୋଷ୍ଟରେ କମ୍ପାନୀ ସରକାରଙ୍କ ଏପରି ପଦକ୍ଷେପକୁ ଗ୍ରହଣ କରିବା ପାଇଁ ଅସହମତି ଦର୍ଶାଇଛି। ଏଥିସହ କହିଛି, ଅଭିବ୍ୟକ୍ତିର ସ୍ବତନ୍ତ୍ରତା ଆଧାରରେ କୌଣସି ବ୍ୟକ୍ତିଙ୍କ ପୋଷ୍ଟକୁ ଆକାଉଣ୍ଟରୁ ଡିଲିଟ୍ କରିବା ଉଚିତ୍ ନୁହେଁ। ଏହାପରେ ବି କମ୍ପାନୀ ଭାରତ ସରକାରଙ୍କ ଆଦେଶକୁ ଅନୁପାଳନ କରିବ ବୋଲି କହିଛି। ଏକ୍ସ ଏହିସବୁ ଆକାଉଣ୍ଟକୁ ଭାରତରେ ଡିଆକ୍ଟିଭେଟ କରିବ ଯାହାଦ୍ୱାରା ଦେଶର କୌଣସି ଲୋକ କୃଷି ଆନ୍ଦୋଳନ ସର୍ମ୍ପକିତ କୌଣସି ପୋଷ୍ଟ ଦେଖିପାରିବେନି। କିନ୍ତୁ ଏହି ପୋଷ୍ଟକୁ ବିଦେଶ ଲୋକ ଦେଖିପାରିବେ ବୋଲି ଏକ୍ସ କହିଛି।
ଏକ୍ସ ଦାବି କରିଛି ଯେ, ଭାରତ ସରକାର କାର୍ଯ୍ୟକାରୀ ନିର୍ଦ୍ଦେଶ ଜାରି କରିଛନ୍ତି। କୌଣସି ବିଶିଷ୍ଟ କିମ୍ବା ନିର୍ଦ୍ଧିଷ୍ଟ ବିଶେଷ ଆକାଉଣ୍ଟରୁ ଚାଷୀ ଆନ୍ଦୋଳନକୁ ନେଇ ପୋଷ୍ଟ ହେଲେ ସେହି ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଯଦି କେହି ଏସମ୍ପର୍କିତ ପୋଷ୍ଟ କରନ୍ତି ତେବେ ସେମାନଙ୍କୁ ଜରିମାନା ଦେବାକୁ ପଡିବ ବୋଲି ସରକାର କହିଛନ୍ତି।
‘ଆଇନଗତ ପ୍ରତିବନ୍ଧକ ହେତୁ, ଆମେ କାର୍ଯ୍ୟକାରୀ ନିର୍ଦ୍ଦେଶ ପ୍ରକାଶ କରିବାକୁ ଅସମର୍ଥ ଅଟୁ। କିନ୍ତୁ ସ୍ବଚ୍ଛତା ପାଇଁ ସେଗୁଡିକୁୁ ସାର୍ବଜନୀନ କରିବା ଜରୁରୀ ଅଟେ। ସାର୍ବଜନୀନ ନ କରିବା ଏହା ଉତ୍ତରଦାୟିତ୍ୱ ଉପରେ ପ୍ରଶ୍ନବାଚୀ ଉଠାଇପାରେ। ଏହାଦ୍ୱାରା ସରକାର ମନମୁଖୀ ନିଷ୍ପତ୍ତି ନିଆଯିବାର ସମ୍ଭାବନା ଥାଇପାରେ ବୋଲି ଏକ୍ସ କହିଛି।
The post କୃଷି ଆନ୍ଦୋଳନକୁ ନେଇ କରିପାରିବେନି ଟ୍ବିଟ୍! ଏଲନ ମସ୍କ କହିଲେ… appeared first on Dharitri Odia News.