କୃଷି କର୍ମଚାରୀମାନେ ନୂଆଖାଇ ପାଳନରୁ ବଞ୍ଚିତ ହେବାର ଆଶଙ୍କା
ବରଗଡ଼,୫।୯(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ଆସନ୍ତା ୮ତାରିଖ ଅନୁଷ୍ଠିତ ହେବ। ତେବେ ଉକ୍ତ ଦିନ ସିଏମ୍ କିଷାନ ସହାୟତା ପ୍ରଦାନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଥିବା ଯୋଗୁ କୃଷି କର୍ମଚାରୀମାନେ ନୂଆଖାଇ ପାଳନରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଏ ନେଇ ଓଡ଼ିଶା ଏଗ୍ରିକଲଚର୍ ସର୍ଭିସ ଆସୋସିଏଶନ, ବରଗଡ଼ ଶାଖା ପକ୍ଷରୁ ବୁଧବାର କୃଷି ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ ମିଶ୍ରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉପରୋକ୍ତ ସରକାରୀ କାର୍ଯ୍ୟକ୍ରମକୁ […] The post କୃଷି କର୍ମଚାରୀମାନେ ନୂଆଖାଇ ପାଳନରୁ ବଞ୍ଚିତ ହେବାର ଆଶଙ୍କା appeared first on Dharitri Odia News.
ବରଗଡ଼,୫।୯(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ଆସନ୍ତା ୮ତାରିଖ ଅନୁଷ୍ଠିତ ହେବ। ତେବେ ଉକ୍ତ ଦିନ ସିଏମ୍ କିଷାନ ସହାୟତା ପ୍ରଦାନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଥିବା ଯୋଗୁ କୃଷି କର୍ମଚାରୀମାନେ ନୂଆଖାଇ ପାଳନରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଏ ନେଇ ଓଡ଼ିଶା ଏଗ୍ରିକଲଚର୍ ସର୍ଭିସ ଆସୋସିଏଶନ, ବରଗଡ଼ ଶାଖା ପକ୍ଷରୁ ବୁଧବାର କୃଷି ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ ମିଶ୍ରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉପରୋକ୍ତ ସରକାରୀ କାର୍ଯ୍ୟକ୍ରମକୁ ଆସୋସିଏଶନ ପକ୍ଷରୁ ସ୍ବାଗତ କରାଯାଇଛି। କିନ୍ତୁ କର୍ମଚାରୀମାନଙ୍କୁ ସେମାନଙ୍କ ନିଜ ଜିଲା(ହୋମ ଡିଷ୍ଟ୍ରିକ୍ଟ)ର ଜିଲାସ୍ତରୀୟ କିମ୍ବା ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ କରାଗଲେ ସେମାନେ କାର୍ଯ୍ୟକ୍ରମରେ ଯୋଗଦାନ ସହିତ ନୂଆଖାଇ ପାଳନ କରିପାରିବେ ବୋଲି ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଏହାର ପୁନର୍ବିଚାର କରିବାକୁ ଆସୋସିଏଶନ କୃଷି ନିର୍ଦ୍ଦେଶକଙ୍କୁ ନିବେଦନ କରିଛି। ଆସୋସିଏଶନର ସଭାପତି ପ୍ରସନ୍ନ କୁମାର ମିଶ୍ର, ସମ୍ପାଦକ ରବି ନାରାୟଣ ସେନାପତି ପ୍ରମୁଖଙ୍କ ସ୍ବାକ୍ଷର ସ୍ମାରକପତ୍ରରେ ରହିଛି।
The post କୃଷି କର୍ମଚାରୀମାନେ ନୂଆଖାଇ ପାଳନରୁ ବଞ୍ଚିତ ହେବାର ଆଶଙ୍କା appeared first on Dharitri Odia News.