ମାନବୀୟ ମୂଲ ଉପରେ ତର୍କ ଉପସ୍ଥାପନ କରି ଜିଲା ପାଇଁ ଗୌରବ ଆଣିଲେ ଅଧ୍ୟାପକ ପ୍ରତାପ ଚନ୍ଦ୍ର

ଭବାନୀପାଟଣା,୨୬ା୧୦(ଉତ୍ତମ କୁମାର ଦାଶ): ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ କାମ୍ବୋଡିଆର ନେମ୍ପେର ରୟାଲ ୟୁନିଭରସିଟି ଅଫ୍‌ ଲ’ ଆଣ୍ଡ୍‌ ଇକୋନିମିକ୍ସରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ହ୍ୟୁମାନ ଭେଲ୍ୟୁ(ମାନବୀୟ ମୂଲ୍ୟ ଉପରେ) ଉପରେ ଶନିବାର ନିଜର ତର୍କ ଉପସ୍ଥାପନ କରି ଜିଲା ପାଇଁ ଗୌରବ ଆଣିଛନ୍ତି। ଆଧୁନିକ ବିଜ୍ଞାନ ଓ ଯନ୍ତ୍ର ଦୁନିଆରେ କୃତ୍ରିମ ଜ୍ଞାନ ଓ ମାନବ ଜ୍ଞାନର ପାର୍ଥକ୍ୟ […] The post ମାନବୀୟ ମୂଲ ଉପରେ ତର୍କ ଉପସ୍ଥାପନ କରି ଜିଲା ପାଇଁ ଗୌରବ ଆଣିଲେ ଅଧ୍ୟାପକ ପ୍ରତାପ ଚନ୍ଦ୍ର appeared first on Dharitri Odia News.

ମାନବୀୟ ମୂଲ ଉପରେ ତର୍କ ଉପସ୍ଥାପନ କରି ଜିଲା ପାଇଁ ଗୌରବ ଆଣିଲେ ଅଧ୍ୟାପକ ପ୍ରତାପ ଚନ୍ଦ୍ର

ଭବାନୀପାଟଣା,୨୬ା୧୦(ଉତ୍ତମ କୁମାର ଦାଶ): ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ କାମ୍ବୋଡିଆର ନେମ୍ପେର ରୟାଲ ୟୁନିଭରସିଟି ଅଫ୍‌ ଲ’ ଆଣ୍ଡ୍‌ ଇକୋନିମିକ୍ସରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ହ୍ୟୁମାନ ଭେଲ୍ୟୁ(ମାନବୀୟ ମୂଲ୍ୟ ଉପରେ) ଉପରେ ଶନିବାର ନିଜର ତର୍କ ଉପସ୍ଥାପନ କରି ଜିଲା ପାଇଁ ଗୌରବ ଆଣିଛନ୍ତି।

ଆଧୁନିକ ବିଜ୍ଞାନ ଓ ଯନ୍ତ୍ର ଦୁନିଆରେ କୃତ୍ରିମ ଜ୍ଞାନ ଓ ମାନବ ଜ୍ଞାନର ପାର୍ଥକ୍ୟ ସହ ମାନବୀୟ ଗୁଣାବତ୍ତାର ବ୍ୟବହାରିକ ପ୍ରୟୋଗ ପଦ୍ଧତିରେ ସମାଜର କଲ୍ୟାଣ ଓ ଗୁଣବତ୍ତାର ବୃଦ୍ଧି ଉପରେ ସେ ତର୍କ ଉପସ୍ଥାପନା କରି ବେଶ ପ୍ରଶଂସିତ ହୋଇଛନ୍ତି।

ଏହି ଅଧିବେଶନରେ ଗାନ୍ଧୀଗ୍ରାମ ବିଶ୍ୱବିଦ୍ୟାଳୟର ଡ. ସୌନ୍ଦର୍ଯ୍ୟ ପାଣ୍ଡିଆନ ଓ ଭୁବନେଶ୍ୱର କିଟ୍‌ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ପ୍ରଫେସର ଡଃ ସ୍ମୃତି ରଞ୍ଜନ ଦାସ ଅଧ୍ୟକ୍ଷତା ଓ ସହ-ଅଧ୍ୟକ୍ଷତା କରିଥିଲେ। ସର୍ବମୋଟ୍‌ ୧୨ଟି ଦେଶର ୧୫୦ ଜଣ ପ୍ରତିନିଧି ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଭାଗ ନେଇଥିଲେ। ଅଧ୍ୟାପକ ପ୍ରତାପଙ୍କ ଏହି ସଫଳତା ପାଇଁ ଜିଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

The post ମାନବୀୟ ମୂଲ ଉପରେ ତର୍କ ଉପସ୍ଥାପନ କରି ଜିଲା ପାଇଁ ଗୌରବ ଆଣିଲେ ଅଧ୍ୟାପକ ପ୍ରତାପ ଚନ୍ଦ୍ର appeared first on Dharitri Odia News.