କୃଷିଋଣ ପାଇଁ ୮୩୦ କୋଟିର ସୁଧ ରିହାତି

ଭୁବନେଶ୍ୱର,୧୯ା୧୧(ସୁଚିସ୍ମିତା ସାହୁ): ଅର୍ଥନୈତିକ ଓ ସାମାଜିକ ପ୍ରଗତିରେ ସମବାୟର ପ୍ରମୁଖ ଭୂମିକା ରହିଛି। ଚଳିତ ଆର୍ଥିକ ବର୍ଷରେ ସୁଧମୁକ୍ତ କୃଷିଋଣ ଯୋଜନା ପାଇଁ ରାଜ୍ୟ ସରକାର ୮୩୦ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ ବ୍ୟବସ୍ଥା କରିଛନ୍ତି। ସୋମବାର ସୂଚନା ଭବନରେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ ପକ୍ଷରୁ ୭୧ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ବାଚସ୍ପତି ସୁରମା ପାଢ଼ୀ ଏହି ସୂଚନା ଦେଇଛନ୍ତି। ସେ କହିଲେ, ସମବାୟର ଗୁରୁତ୍ୱକୁ ଉପଲବ୍ଧି କରି କେନ୍ଦ୍ର […] The post କୃଷିଋଣ ପାଇଁ ୮୩୦ କୋଟିର ସୁଧ ରିହାତି appeared first on Dharitri Odia News.

କୃଷିଋଣ ପାଇଁ ୮୩୦ କୋଟିର ସୁଧ ରିହାତି

ଭୁବନେଶ୍ୱର,୧୯ା୧୧(ସୁଚିସ୍ମିତା ସାହୁ): ଅର୍ଥନୈତିକ ଓ ସାମାଜିକ ପ୍ରଗତିରେ ସମବାୟର ପ୍ରମୁଖ ଭୂମିକା ରହିଛି। ଚଳିତ ଆର୍ଥିକ ବର୍ଷରେ ସୁଧମୁକ୍ତ କୃଷିଋଣ ଯୋଜନା ପାଇଁ ରାଜ୍ୟ ସରକାର ୮୩୦ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ ବ୍ୟବସ୍ଥା କରିଛନ୍ତି। ସୋମବାର ସୂଚନା ଭବନରେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ ପକ୍ଷରୁ ୭୧ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ବାଚସ୍ପତି ସୁରମା ପାଢ଼ୀ ଏହି ସୂଚନା ଦେଇଛନ୍ତି। ସେ କହିଲେ, ସମବାୟର ଗୁରୁତ୍ୱକୁ ଉପଲବ୍ଧି କରି କେନ୍ଦ୍ର ସରକାର ନୂତନ ଭାବେ ସମବାୟ ମନ୍ତ୍ରଣାଳୟ ଖୋଲିଛନ୍ତି। ତିନୋଟି ମଲ୍ଟି ଷ୍ଟେଟ୍‌ ଆକ୍ଟରେ ୩ଟି ସମବାୟ ସମିତି ଗଠନ କରାଯାଉଛି। ସମବାୟରେ ସଭ୍ୟମାନଙ୍କୁ ଅଧିକରୁ ଅଧିକ ଅନ୍ତର୍ଭୁକ୍ତ କରାଯିବାକୁ ଚେଷ୍ଟା କରାଯାଉ। କେବଳ ରାଜ୍ୟ ନୁହେଁ, ରାଜ୍ୟଗୁଡ଼ିକ ଭିତରେ ସମବାୟ ସମ୍ପର୍କକୁ ଆହୁରି ଦୃଢ଼ କରିବାର ଆବଶ୍ୟକତା ରହିଛି। ବିକଶିତ ଭାରତ ପାଇଁ ଏହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ବାଚସ୍ପତି କହିଛନ୍ତି।
ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଲେ, ସମବାୟ କ୍ଷେତ୍ରରେ ଥିବା ବିଭିନ୍ନ ଆଇନଗତ ଅସୁବିଧାକୁ ଦୂର କରାଯିବ। ଚାଷୀଙ୍କୁ କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ ଦେବା ସହ କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟରେ ବିକ୍ରିବଟା ପାଇଁ ସମସ୍ତ ନିୟନ୍ତ୍ରିତ ବଜାର କମିଟିରେ ଇ-ମାର୍କେଟିଂର ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ। ଉତ୍ସବରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ
ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ସମବାୟ ସମିତି ସମୂହର ନିବନ୍ଧକ ପ୍ରଭୁକଲ୍ୟାଣ ପଟ୍ଟନାୟକ, ୟୁନିୟନ ସଭାପତି ପ୍ରବାସିନୀ ଷଡ଼ଙ୍ଗୀ ଓ ସମ୍ପାଦକ ବ୍ରହ୍ମାନନ୍ଦ ପରିଡ଼ା ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ ୟୁନିୟନ ଦ୍ୱାରା ପ୍ରକାଶିତ ‘ସ୍ମରଣିକା’ ଓ ‘ସମବାୟ ସମାଚାର’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏଥିସହ ଉତ୍ତମ କାର୍ଯ୍ୟପ୍ରଣାଳୀ ପାଇଁ ରାଜ୍ୟର କେନ୍ଦ୍ର ସମବାୟ ବ୍ୟାଙ୍କ, ଅର୍ବାନ ସମବାୟ ବ୍ୟାଙ୍କ, ବୁଣାକାର, ମତ୍ସ୍ୟ ସମବାୟ, ଦୁଗ୍ଧ ସମବାୟ, ଶିଳ୍ପ ସମବାୟ, ତାଳ ଗୁଡ଼ ସମବାୟ, ଖାଉଟି ସମବାୟ, ପ୍ୟାକ୍ସ, ଲ୍ୟାମ୍ପସ, କର୍ମଚାରୀ ଋଣ ସମବାୟ ସମିତି ଆଦି ବିଭିନ୍ନ କ୍ଷେତ୍ରରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ସମବାୟ ଅନୁଷ୍ଠାନକୁ ପୁରସ୍କୃତ କରାଯାଇଥିଲା। ସେହିପରି ସମବାୟ ଡିପ୍ଲୋମା ପାଠ୍ୟକ୍ରମରେ ପ୍ରଥମ ସ୍ଥାନରେ ରହିଥିବା ଛାତ୍ରୀଛାତ୍ରଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

The post କୃଷିଋଣ ପାଇଁ ୮୩୦ କୋଟିର ସୁଧ ରିହାତି appeared first on Dharitri Odia News.