ଡବଲ୍ସରେ ଆହାନଙ୍କୁ ଟାଇଟଲ
ଭୁବନେଶ୍ୱର, ୩୦।୩, (ତପନ ସ୍ବାଇଁ): କୋଲକାତାର ଶ୍ୟାମ ବଜାରଠାରେ ୧୪ ବର୍ଷରୁ କମ୍ ଏସିଆନ ର଼୍ୟାଙ୍କିଙ୍ଗ ଟେନିସ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଶେଷ ହୋଇଥିବା ପ୍ରତିଯୋଗିତାର ଡବଲ୍ସରେ ଓଡ଼ିଶାର ଆହାନ ମିଶ୍ର ଟାଇଟଲ ହାସଲ କରିଛନ୍ତି। ଏଥିରେ ଆହାନଙ୍କର ଡବଲ୍ସ ପାର୍ଟନର ଥିଲେ ପଶ୍ଚିମବଙ୍ଗର ସଂକଳ୍ପ ସାହାଣୀ। ଆହାନ-ସଂକଳ୍ପ ଯୋଡ଼ି ଫାଇନାଲରେ କର୍ନାଟକର ଈଶାନ ବଡଗି ଓ ଓଡ଼ିଶାର ସାଇ ସ୍ବସ୍ତିକ ମହାନ୍ତିଙ୍କୁ ୬-୧, ୬-୨ରେ ପରାସ୍ତ କରିଥିଲେ। ସିଙ୍ଗଲ୍ସ ଇଭେଣ୍ଟରେ ଆହାନ କ୍ୱାର୍ଟର ଫାଇନାଲରେ […] The post ଡବଲ୍ସରେ ଆହାନଙ୍କୁ ଟାଇଟଲ appeared first on Dharitri Odia News.
ଭୁବନେଶ୍ୱର, ୩୦।୩, (ତପନ ସ୍ବାଇଁ): କୋଲକାତାର ଶ୍ୟାମ ବଜାରଠାରେ ୧୪ ବର୍ଷରୁ କମ୍ ଏସିଆନ ର଼୍ୟାଙ୍କିଙ୍ଗ ଟେନିସ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଶେଷ ହୋଇଥିବା ପ୍ରତିଯୋଗିତାର ଡବଲ୍ସରେ ଓଡ଼ିଶାର ଆହାନ ମିଶ୍ର ଟାଇଟଲ ହାସଲ କରିଛନ୍ତି। ଏଥିରେ ଆହାନଙ୍କର ଡବଲ୍ସ ପାର୍ଟନର ଥିଲେ ପଶ୍ଚିମବଙ୍ଗର ସଂକଳ୍ପ ସାହାଣୀ। ଆହାନ-ସଂକଳ୍ପ ଯୋଡ଼ି ଫାଇନାଲରେ କର୍ନାଟକର ଈଶାନ ବଡଗି ଓ ଓଡ଼ିଶାର ସାଇ ସ୍ବସ୍ତିକ ମହାନ୍ତିଙ୍କୁ ୬-୧, ୬-୨ରେ ପରାସ୍ତ କରିଥିଲେ। ସିଙ୍ଗଲ୍ସ ଇଭେଣ୍ଟରେ ଆହାନ କ୍ୱାର୍ଟର ଫାଇନାଲରେ ପରାଜିତ ହୋଇ ୬ଷ୍ଠ ସ୍ଥାନ ପାଇଥିଲେ। ଓଡ଼ିଶା ଟେନିସ ଆସୋସିଏଶନ ଏକାଡେମୀରେ ଟ୍ରେନିଂ ନେଉଥିବା ଆହାନ ସମ୍ପ୍ରତି ୧୪ ବର୍ଷରୁ କମ୍ ବାଳକ ର଼୍ୟାଙ୍କିଙ୍ଗ୍ର ୧୪ତମ ସ୍ଥାନରେ ଅଛନ୍ତି। ଆହାନ ଜଣେ ଅତ୍ୟନ୍ତ ପ୍ରତିଭାଧର ଖେଳାଳି। ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ଆଗକୁ ଯିବାର ଦକ୍ଷତା ରଖିଛନ୍ତି ବୋଲି ତାଙ୍କ କୋଚ୍ ସନ୍ତୋଷ ମଲିକ ପ୍ରକାଶ କରିଛନ୍ତି।
The post ଡବଲ୍ସରେ ଆହାନଙ୍କୁ ଟାଇଟଲ appeared first on Dharitri Odia News.