ବହୁ ଚର୍ଚ୍ଚିତ ରମେଶ ସିଂ ହତ୍ୟା ମାମଲା: ଶାଶୁଙ୍କୁ ଆଜୀବନ କାରାଦଣ୍ଡ, ଜ୍ୱାଇଁ ଖଲାସ
ସୁନ୍ଦରଗଡ଼,୨୯ା୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଟାଉନଥାନା ଅନ୍ତର୍ଗତ ଭବାନୀପୁରରେ ୨୦୨୧ରେ ଘଟିଥିବା ବହୁ ଚର୍ଚ୍ଚିତ ରମେଶ ସିଂ ହତ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ସୁନ୍ଦରଗଡ଼ ଅତିରିକ୍ତ ଜିଲା ଓ ଦୌରାଜଜ ଚିନ୍ମୟ ଗୋଚ୍ଛାୟତ ଏହି ରାୟର ଶୁଣାଣି କରି ୨ ଅଭିଯୁକ୍ତ ଶାଶୁ ମାଧବୀ ଲତା ସିଂ ଦେଓ ଓ ଜ୍ୱାଇଁ ଭଜୋ ଓରାମଙ୍କ ମଧ୍ୟରୁ ଶାଶୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରମାଣ ଅଭାବରୁ ଜ୍ୱାଇଁଙ୍କୁ ଖଲାସ କରିଛନ୍ତି। ମାଧବୀଲତାଙ୍କୁ ଆଜୀବନ ଦଣ୍ଡାଦେଶ […] The post ବହୁ ଚର୍ଚ୍ଚିତ ରମେଶ ସିଂ ହତ୍ୟା ମାମଲା: ଶାଶୁଙ୍କୁ ଆଜୀବନ କାରାଦଣ୍ଡ, ଜ୍ୱାଇଁ ଖଲାସ appeared first on Dharitri Odia News.
ସୁନ୍ଦରଗଡ଼,୨୯ା୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଟାଉନଥାନା ଅନ୍ତର୍ଗତ ଭବାନୀପୁରରେ ୨୦୨୧ରେ ଘଟିଥିବା ବହୁ ଚର୍ଚ୍ଚିତ ରମେଶ ସିଂ ହତ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ସୁନ୍ଦରଗଡ଼ ଅତିରିକ୍ତ ଜିଲା ଓ ଦୌରାଜଜ ଚିନ୍ମୟ ଗୋଚ୍ଛାୟତ ଏହି ରାୟର ଶୁଣାଣି କରି ୨ ଅଭିଯୁକ୍ତ ଶାଶୁ ମାଧବୀ ଲତା ସିଂ ଦେଓ ଓ ଜ୍ୱାଇଁ ଭଜୋ ଓରାମଙ୍କ ମଧ୍ୟରୁ ଶାଶୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରମାଣ ଅଭାବରୁ ଜ୍ୱାଇଁଙ୍କୁ ଖଲାସ କରିଛନ୍ତି।
ମାଧବୀଲତାଙ୍କୁ ଆଜୀବନ ଦଣ୍ଡାଦେଶ ସହିତ ୧୦ହଜାର ଟଙ୍କା ଜରିମାନା ଓ ଅନାଦେୟ ଅଧିକ ୬ମାସ ଜେଲଦଣ୍ଡ ପାଇଁ ବିଚାରପତି ତାଙ୍କ ରାୟରେ ଆଦେଶ କରିଛନ୍ତି। ମାଧବୀଲତାଙ୍କ ସହିତ ମୃତ ରମେଶ ସିଂଙ୍କ ଅନୈତିକ ସମ୍ପର୍କ ରହିଥିଲା। ହେଲେ ପରବର୍ତ୍ତୀ ସମୟରେ ମାଧବୀଲତା ଏହାକୁ ବାରଣ କରୁଥିଲେ। ମାତ୍ର ରମେଶ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବାରୁ ମାଧବୀ ତାଙ୍କୁ ରାସ୍ତାରୁ ସଫା କରିବାକୁ ଯୋଜନା କରିଥିଲେ। ଘଟଣା ଦିନ ରମେଶ ରାତିରେ ମଦ୍ୟପାନ କରି ମାଧବୀଲତାଙ୍କ ଘରକୁ ଆସିଥିଲେ। ଏହି ସମୟରେ ପୂର୍ବ ଯୋଜନା ଅନୁଯାୟୀ ମାଧବୀ ତାଙ୍କୁ ଭୁଜାଲିରେ ହାଣି ହତ୍ୟା କରିଥିଲେ। ପରେ ମୃତଦେହକୁ ୬ଖଣ୍ଡ କରିଦେଇଥିଲେ।
ପ୍ରମାଣ ନଷ୍ଟ ପାଇଁ ଜ୍ୱାଇଁ ସହ ମିଶି ଭବାନୀପୁର ପୋଖରୀରେ ପକାଇଦେଇଥିଲେ। ପୋଖରୀକୁ ନେବା ସମୟରେ ରାସ୍ତାରେ ଯୁକଙ୍କ କଟା ହାତ ଓ ଗୋଡ ଖସି ପଡିଥିଲା। ଯୁବକ ଜଣକ ଭୋଜି କରିବାକୁ ଯାଇ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଏନେଇ ୧୪ତାରିଖ ସକାଳେ ନିଖୋଜ ଥିବା ନେଇ ଟାଉନଥାନାରେ ରିପୋର୍ଟ କରିଥିଲେ। ପୋଲିସ ପ୍ରଥମେ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ସେହିଦିନ ସନ୍ଧ୍ୟାରେ ସ୍ଥାନୀୟ ଏକ ହୋଟେଲ ପଛ ପାଖରୁ ପୋଲିସ ଏକ ବ୍ୟକ୍ତିଙ୍କ କଟା ହାତ ପାଇଥିଲା। ୧୫ ତାରିଖରେ ପୁଣି ଏକ କଟା ଗୋଡ ପାଇବା ପରେ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ପରେ ଭବାନୀପୁର ପୋଖରୀରାରୁ ଅଗ୍ନିଶମ ଟିମ ସହାୟତାରେ ନିଖୋଜ ଯୁବକଙ୍କ ମୁଣ୍ଡ, ଗଣ୍ଡି ଓ ଶରୀର ଅନ୍ୟ ଅଂଶ ଉଦ୍ଧାର କରିଥିଲା। ତଦନ୍ତ ପରେ ଏହାଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣି ପାରିଥିଲା।
୧୮ ତାରିଖରେ ଟାଉନଥାନାରେ ପୋଲିସ ଏକ ହତ୍ୟା ମାମଲା ଓ ଏହାର ପ୍ରମାଣ ନଷ୍ଟ କରିବା ଅପରାଧରେ ମାମଲା ରୁଜୁ କରି ଉଭୟ ଶାଶୁ ଓ ଜ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ଭୁଜାଲି ପୋଲିସ ଜବତ କରିଥିଲା। ଏହି ମାମଲାର ତଦନ୍ତକାରୀ ଅଧିକାରୀ ଟାଉନଥାନାର ତତ୍କାଳୀନ ସବ ଇନ୍ସପେକ୍ଟର ଲକ୍ଷ୍ମୀ କାନ୍ତ ପ୍ରଧାନ ଥିଲାବେଳେ ମାମଲାଟିକୁ ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ପ୍ରଶାନ୍ତ କୁମାର ପଟେଲ ପରିଚାଳନା କରୁଥିଲେ।
The post ବହୁ ଚର୍ଚ୍ଚିତ ରମେଶ ସିଂ ହତ୍ୟା ମାମଲା: ଶାଶୁଙ୍କୁ ଆଜୀବନ କାରାଦଣ୍ଡ, ଜ୍ୱାଇଁ ଖଲାସ appeared first on Dharitri Odia News.