କେଉଁ ବାପା ନିଜ ପୁଅ ସମର୍ଥନରେ ନରହିବ: ସୁର ରାଉତରାୟ
ଭୁବନେଶ୍ୱର: କଂଗ୍ରେସ କାରଣଦର୍ଶାଅ ନୋଟିସର ରୋକଠୋକ୍ ଉତ୍ତର ଦେଲେ ଦଳର ବିଧାୟକ ସୁରେଶ ରାଉତରାୟ। କହିଛନ୍ତି, ସେ ଅନ୍ଯ କୌଣସି... The post କେଉଁ ବାପା ନିଜ ପୁଅ ସମର୍ଥନରେ ନରହିବ: ସୁର ରାଉତରାୟ appeared first on .
ଭୁବନେଶ୍ୱର: କଂଗ୍ରେସ କାରଣଦର୍ଶାଅ ନୋଟିସର ରୋକଠୋକ୍ ଉତ୍ତର ଦେଲେ ଦଳର ବିଧାୟକ ସୁରେଶ ରାଉତରାୟ। କହିଛନ୍ତି, ସେ ଅନ୍ଯ କୌଣସି ଦଳ ପାଇଁ ପ୍ରଚାର କରିନାହାନ୍ତି । ପୁଅ ମନ୍ମଥ ଭୁବନେଶ୍ବରରୁ ବିଜେଡିର ସାଂସଦ ପ୍ରାର୍ଥୀ ହୋଇଥିବାରୁ କେଉଁଠି କେଉଁଠି ତା’ ସହ ସାକ୍ଷାତ ହୋଇଯାଉଛି। ସେ କିନ୍ତୁ କଂଗ୍ରେସ ପାଇଁ ପ୍ରଚାର କରୁଛନ୍ତି। ଏହା ସତ୍ତ୍ବେ କଂଗ୍ରେସ ତାଙ୍କୁ କାଢ଼ିଦେଲେ ବି ଶେଷ ଯାଏଁ ସେ ଦଳ ପାଇଁ କାମ କରିବେ।
ସେ ଆହୁରି ମଧ୍ୟ କହିଛନ୍ତି, ‘‘ମୁଁ କଂଗ୍ରେସ ମ୍ୟାନ। କଂଗ୍ରେସରେ ଅଛି ଓ ରହିବି। କଂଗ୍ରେସ ମୋତେ କାଢ଼ି ଦେଲେ ବି ମୁଁ ଦଳ ପାଇଁ କାମ କରିବି। ତୃତୀୟ ଥର ପାଇଁ କଂଗ୍ରେସ କାରଣଦର୍ଶାଅ ନୋଟିସର ଉତ୍ତର ଦେଇ ଏମିତି କହିଛନ୍ତି କଂଗ୍ରେସ ହେଭିଓ୍ବେଟ ତଥା ଚର୍ଚ୍ଚିତ ବିଧାୟକ ସୁରେଶ ରାଉତରାୟ। ଦୀର୍ଘବର୍ଷ ଧରି ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଲୋକଙ୍କ ସୁଖଦୁଃଖରେ ସାଥୀ ହୋଇଛି। କଂଗ୍ରେସ ପାଇଁ ମୁଁ ପ୍ରଚାର କରୁଛି। ଆଗକୁ ମଧ୍ୟ କରିବି’’।
ପୁଅ ବିଜେଡି ପ୍ରାର୍ଥୀ ହୋଇଥିଲେ ମଧ୍ୟ ମୁଁ ଦଳୀୟ ଶୃଙ୍ଖଳା ଭାଙ୍ଗିନାହିଁ ବୋଲି ଗଣମାଧ୍ୟମରେ ଗର୍ଜନ କରି ସୁର କହିଛନ୍ତି । ତେବେ ଯିଏ ପଚାରିବ ପୁଅକୁ ଭୋଟ ଦେବୁ କି ? ମୁଁ କହିବି ଦିଅ । କେଉଁ ବାପା ନିଜପୁଅ ସମର୍ଥନରେ ନରହିବ ବୋଲି ସୁର ପ୍ରଶ୍ନ କରିଛନ୍ତି ।
The post କେଉଁ ବାପା ନିଜ ପୁଅ ସମର୍ଥନରେ ନରହିବ: ସୁର ରାଉତରାୟ appeared first on .