କେଜରିୱାଲଙ୍କ ଗିରଫକୁ ଆପ୍ର ବିରୋଧ
ସମ୍ବଲପୁର,୨୨ା୩(ପ୍ରମୋଦ ବହିଦାର): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଗୁରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀଙ୍କୁ ଆମ ଆଦ୍ମୀ ପାର୍ଟି (ଆପ୍) ସମ୍ବଲପୁର ଶାଖା ପକ୍ଷରୁ ବିରୋଧ କରାଯାଇଛି। ଏହି ଘଟଣାକୁ ତୀବ୍ର ନିନ୍ଦା କରି ଆପ୍ ଏହାକୁ ଗଣତନ୍ତ୍ରର ହତ୍ୟା ଭାବେ ଅଭିହିତ କରିଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୂର୍ବାହ୍ନରେ ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦୁଇବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ମାମଲାରେ ଆପ୍ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଗିରଫ କରିବା […] The post କେଜରିୱାଲଙ୍କ ଗିରଫକୁ ଆପ୍ର ବିରୋଧ appeared first on Dharitri Odia News.
ସମ୍ବଲପୁର,୨୨ା୩(ପ୍ରମୋଦ ବହିଦାର): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଗୁରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀଙ୍କୁ ଆମ ଆଦ୍ମୀ ପାର୍ଟି (ଆପ୍) ସମ୍ବଲପୁର ଶାଖା ପକ୍ଷରୁ ବିରୋଧ କରାଯାଇଛି। ଏହି ଘଟଣାକୁ ତୀବ୍ର ନିନ୍ଦା କରି ଆପ୍ ଏହାକୁ ଗଣତନ୍ତ୍ରର ହତ୍ୟା ଭାବେ ଅଭିହିତ କରିଛି।
ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୂର୍ବାହ୍ନରେ ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦୁଇବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ମାମଲାରେ ଆପ୍ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଗିରଫ କରିବା ପଛରେ ଦିଲ୍ଲୀର ନିର୍ବାଚିତ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ କ୍ଷମତାସୀନ ସରକାରଙ୍କ ଏକ ହୀନ ଷଡ଼ଯନ୍ତ୍ର ବୋଲି ଦଳ ପକ୍ଷରୁ କୁହାଯାଇଛି। ଏ ନେଇ ଆପ୍ ସମ୍ବଲପୁର ଜିଲା ସଂଯୋଜକ ଲାଲମଣି ଲୁଗୁନ, ବିରେନ୍ଦ୍ର ପାଣିଗ୍ରାହୀ, ଭୁପେନ ସାହୁ, ଜୟକୃଷ୍ଣ ଓରାମ, କୁଞ୍ଜ ରୋହିଦାସ, ରଜନୀରଞ୍ଜନ ପଟ୍ଟନାୟକ, ସ୍ବପ୍ନିଳ ମିଶ୍ର, ଦୀପକ କୁମାର ସହାୟ, ମହମ୍ମଦ ଆଲ୍ଲାଦିନ ସିଦ୍ଦିକି ପ୍ରମୁଖ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
The post କେଜରିୱାଲଙ୍କ ଗିରଫକୁ ଆପ୍ର ବିରୋଧ appeared first on Dharitri Odia News.