ଭାରତରେ ପଶିଛନ୍ତି ୫୦ରୁ ୫୫ ଆତଙ୍କୀ, ଖୋଜୁଛନ୍ତି ୫୦୦ ପାରା କମାଣ୍ଡୋ

ପାକିସ୍ତାନ ପଟୁ ୫୦ରୁ ୫୫ ଜଣ ଆତଙ୍କବାଦୀ ଜମ୍ମୁ ଅଞ୍ଚଳରେ ଅନୁପ୍ରବେଶ କରିଥିବା ଖବର ମିଳିଛି। ଉପତ୍ୟକାରେ ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧି କରିବା ସେମାନଙ୍କର ଲକ୍ଷ୍ୟ।

ଭାରତରେ ପଶିଛନ୍ତି ୫୦ରୁ ୫୫ ଆତଙ୍କୀ, ଖୋଜୁଛନ୍ତି ୫୦୦ ପାରା କମାଣ୍ଡୋ

ଜମ୍ମୁ-କଶ୍ମୀରରେ ଏବେ ଅନୁପ୍ରବେଶ ବୃଦ୍ଧି ପାଇଛି। ପାକିସ୍ତାନରେ ଉପଯୁକ୍ତ ତାଲିମ ପ୍ରାପ୍ତ ଆତଙ୍କବାଦୀ ଏବେ ଭାରତରେ ପ୍ରବେଶ କରିଛନ୍ତି। ଏହି ଖବର ମିଳିବା ପରେ ଭାରତୀୟ ସେନା ପକ୍ଷରୁ ରଣନୀତି ପରିବର୍ତ୍ତନ କରାଯାଇଛି।

ପାକିସ୍ତାନ ପଟୁ ୫୦ରୁ ୫୫ ଜଣ ଆତଙ୍କବାଦୀ ଜମ୍ମୁ ଅଞ୍ଚଳରେ ଅନୁପ୍ରବେଶ କରିଥିବା ଖବର ମିଳିଛି। ଉପତ୍ୟକାରେ ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧି କରିବା ସେମାନଙ୍କର ଲକ୍ଷ୍ୟ। ଏହି ଖବର ମିଳିବା ପରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନା ପକ୍ଷରୁ ୫୦୦ ପାରା ସ୍ପେଶାଲ ଫୋର୍ସ କମାଣ୍ଡୋଙ୍କୁ ମୁତୟନ କରାଯାଇଛି।

ଏଥିସହ ଭାରତୀୟ ସେନା ପୂର୍ବରୁ ହିଁ ପାକିସ୍ତାନର ଛାୟା ଯୁଦ୍ଧର ଜବାବ ଦେବାରୁ ଅତିରିକ୍ତ ୩୫୦୦ରୁ ୪୦୦୦ ଯବାନଙ୍କୁ ଉପତ୍ୟକାକୁ ପଠାଇଥିଲା। ଆତଙ୍କବାଦୀଙ୍କୁ ଧରିବା ଓ ସେମାନଙ୍କ ପାଖରେ ଥିବା ଅସ୍ତ୍ରଶସ୍ତ୍ରକୁ ଧ୍ୱଂସ କରିବା ଲକ୍ଷ୍ୟରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଛି।

ଜମ୍ମୁ ରିଜନରେ ଭାରତୀୟ ସେନା ଆତଙ୍କବାଦ ନିରୋଧ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ରାଷ୍ଟ୍ରୀୟ ରାଇଫଲର ରୋମିଓ ଓ ଡେଲ୍ଟା ଫୋସଆକୁ ମୁତୟନ କରାଯାଇଛି। ଏମାନଙ୍କ ସହ ନିୟମିତ ଇନ୍ଫାଣ୍ଟ୍ରୀ ଡିଜୟନ ମଧ୍ୟ ଉପତ୍ୟକାରେ ରହିଛନ୍ତି।