କେଜରିୱାଲଙ୍କୁ ହଟାଇବାକୁ ଯାଇଥିଲେ ହାଇକୋର୍ଟ, ପୂର୍ବତନ ଆପ ନେତାଙ୍କୁ ଲାଗିଗଲା ଜରିମନା
ନୂଆଦିଲ୍ଲୀ ୧୦।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପଦରୁ ହଟାଇବା ଦାବିରେ ଦାଖଲ କରାଯାଇଥିବା ପିଟିସନକୁ ଦିଲ୍ଲୀ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ଆବେଦନକାରୀ ତଥା ଆପର ପୂର୍ବତନ ସଦସ୍ୟ ସନ୍ଦୀପ କୁମାରଙ୍କୁ ତାଗିଦ କରି ହାଇକୋର୍ଟ ପିଟିସନକୁ ଖାରଜ କରିଥିବା ବେଳେ ୫୦ ହଜାର ଟଙ୍କା ଜରିମନା ମଧ୍ୟ କରିଛନ୍ତି। କୋର୍ଟ ଆବେଦନକାରୀଙ୍କୁ ଚେତାବନୀ ଦେଇ ବିଚାର ବ୍ୟବସ୍ଥାକୁ ପରିହାସ ନ କରିବାକୁ କହିଛନ୍ତି। ହାଇକୋର୍ଟଙ୍କ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି (ଏସିଜେ) ଆବେଦନକୁ ଖାରଜ କରି କହିଛନ୍ତି ଯେ ଏହା ଜେମ୍ସ ବଣ୍ଡ ଫିଲ୍ମ ନୁହେଁ ଏହାର ଗୋଟିଏ ପରେ ଗୋଟିଏ ସିକ୍ୱେଲ ଆସିବ। ଏଇଭଳି ଦୁଇଟି ପିଟିସନ ପୂର୍ବରୁ ଖାରଜ ହୋଇସାରିଛି। କୋର୍ଟର ସମୟ ନଷ୍ଟ ନ କରନ୍ତୁ କି ନ୍ୟାୟପାଳିକାର ପରିହାସ ନ କରନ୍ତୁ। ଏଠାରେ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଲମ୍ବିତ ରହିଛି। ଏଥିରେ ଆବେଦନକାରୀଙ୍କ ଓକିଲ କହିଥିଲେ ଯେ ମୋ ପାଖରେ ସମ୍ବିଧାନ ଅନୁସାରେ ସରକାର ନଥିଲେ ମୋତେ କୁଆଡେ ଯିବାକୁ ପଡିବ? ଏଥିରେ ଏସିଜେ ଦୟାକରି ଏଠାରେ ରାଜନୈତିକ ଭାଷଣବାଜୀ ନ କରୁନ୍ତୁ ବୋଲି କହିଥିଲେ। କୋର୍ଟ କହିଥିଲେ ଯେ ଆମକୁ ରାଜନୀତିର କାଦୁଅକୁ ଟାଣନ୍ତୁନି, ଯଦି ଆପଣ ଚାହୁଁଛନ୍ତି ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରନ୍ତୁ ଓ ଏହି ବ୍ୟବସ୍ଥାକୁ ହାସ୍ୟସ୍ପଦ କରନ୍ତୁନି। ଏଥିରେ ଦିଲ୍ଲୀ ହାଇକୋର୍ଟ ଆବେଦନକାରୀଙ୍କୁ ପ୍ରଶ୍ନ କରିଥି
ନୂଆଦିଲ୍ଲୀ ୧୦।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପଦରୁ ହଟାଇବା ଦାବିରେ ଦାଖଲ କରାଯାଇଥିବା ପିଟିସନକୁ ଦିଲ୍ଲୀ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ଆବେଦନକାରୀ ତଥା ଆପର ପୂର୍ବତନ ସଦସ୍ୟ ସନ୍ଦୀପ କୁମାରଙ୍କୁ ତାଗିଦ କରି ହାଇକୋର୍ଟ ପିଟିସନକୁ ଖାରଜ କରିଥିବା ବେଳେ ୫୦ ହଜାର ଟଙ୍କା ଜରିମନା ମଧ୍ୟ କରିଛନ୍ତି। କୋର୍ଟ ଆବେଦନକାରୀଙ୍କୁ ଚେତାବନୀ ଦେଇ ବିଚାର ବ୍ୟବସ୍ଥାକୁ ପରିହାସ ନ କରିବାକୁ କହିଛନ୍ତି।
ହାଇକୋର୍ଟଙ୍କ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି (ଏସିଜେ) ଆବେଦନକୁ ଖାରଜ କରି କହିଛନ୍ତି ଯେ ଏହା ଜେମ୍ସ ବଣ୍ଡ ଫିଲ୍ମ ନୁହେଁ ଏହାର ଗୋଟିଏ ପରେ ଗୋଟିଏ ସିକ୍ୱେଲ ଆସିବ। ଏଇଭଳି ଦୁଇଟି ପିଟିସନ ପୂର୍ବରୁ ଖାରଜ ହୋଇସାରିଛି। କୋର୍ଟର ସମୟ ନଷ୍ଟ ନ କରନ୍ତୁ କି ନ୍ୟାୟପାଳିକାର ପରିହାସ ନ କରନ୍ତୁ। ଏଠାରେ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଲମ୍ବିତ ରହିଛି। ଏଥିରେ ଆବେଦନକାରୀଙ୍କ ଓକିଲ କହିଥିଲେ ଯେ ମୋ ପାଖରେ ସମ୍ବିଧାନ ଅନୁସାରେ ସରକାର ନଥିଲେ ମୋତେ କୁଆଡେ ଯିବାକୁ ପଡିବ? ଏଥିରେ ଏସିଜେ ଦୟାକରି ଏଠାରେ ରାଜନୈତିକ ଭାଷଣବାଜୀ ନ କରୁନ୍ତୁ ବୋଲି କହିଥିଲେ।
କୋର୍ଟ କହିଥିଲେ ଯେ ଆମକୁ ରାଜନୀତିର କାଦୁଅକୁ ଟାଣନ୍ତୁନି, ଯଦି ଆପଣ ଚାହୁଁଛନ୍ତି ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରନ୍ତୁ ଓ ଏହି ବ୍ୟବସ୍ଥାକୁ ହାସ୍ୟସ୍ପଦ କରନ୍ତୁନି। ଏଥିରେ ଦିଲ୍ଲୀ ହାଇକୋର୍ଟ ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ ଯେ ଏପରି କୌଣସି ଆଦେଶ ଅଛି, ଯେଉଁଥିରେ ହାଇକୋର୍ଟ ଅଥବା ସୁପ୍ରିମକୋର୍ଟ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି? ଆପଣ ପିଟିସନ ଦାଖଲ କରି କୋର୍ଟର ସମୟ ନଷ୍ଟ କରୁଛନ୍ତି। ଏଣୁ ଆପଣଙ୍କ ଉପରେ ଆମେ ମୋଟା ରକମର ଜରିମନା ନିର୍ଦ୍ଦେଶ ଦେଉଛୁ। ଆମେ ଆପଣଙ୍କ ଉପରେ ୫୦ ହଜାର ଟଙ୍କା ଜରିମନା କରୁଛୁ।
କୋର୍ଟ ତାଙ୍କ ଟିପ୍ପଣୀରେ କହିଥିଲେ ଯେ ଏପରି ଆବେଦନକାରୀଙ୍କ ଯୋଗୁ ବାହାରେ କୋର୍ଟ ପରିହାସର ସ୍ଥଳ ପାଲଟିଛି। ହାଇକୋର୍ଟ ଆବେଦନକାରୀ ତଥା ଆମ ଆଦମୀ ପାର୍ଟିର ପୂର୍ବତନ ନେତା ତଥା ମନ୍ତ୍ରୀ ଥିବା ସନ୍ଦୀପ କୁମାରଙ୍କୁ ପଚାରିଥିଲେ ଯେ ଆଇନର କେଉଁ ପ୍ରାବଧାନରେ କେଜରିୱାଲଙ୍କ ବିରୋଧରେ କୁ ୱାରେଣ୍ଟ ଜାରି ହୋଇପାରେ କହିପାରିବେ?