ଭାରତ-କାନାଡ଼ା ମ୍ୟାଚ୍ ବାତିଲ, ଏବେ ସୁପର-୮ରେ ନିଜର ଦମ ଦେଖାଇବ ରୋହିତ ବାହିନୀ
ଫ୍ଲୋରିଡ଼ା: ଟି-୨୦ ବିଶ୍ଵକପ୍ ୨୦୨୪ରେ ଭାରତ ଆଜି ନିଜର ଶେଷ ଲିଗ୍ ମ୍ୟାଚ୍ କାନାଡ଼ା ବିପକ୍ଷରେ ଖେଳିବାର ଥିଲା। ମାତ୍ର ବର୍ଷା ଯୋଗୁଁ ପଡ଼ିଆ ଖେଳିବା ଉପଯୋଗୀ ନ ହେବାରୁ ଶେଷରେ ବିନା ଟସ୍ରେ ମ୍ୟାଚ୍କୁ ରଦ୍ଦ କରିବାକୁ ପଡ଼ିଛି। ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ଅମ୍ପାୟର ଭାରତୀୟ ସମୟ ରାତି ୯ଟାରେ ପଡ଼ିଆ ନିରୀକ୍ଷଣ କରିବା ପରେ ମ୍ୟାଚ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗ୍ରାଉଣ୍ଡ ଷ୍ଟାଫ ପଡ଼ିଆକୁ ସୁଖାଇବା ପାଇଁ ବହୁତ ପରିଶ୍ରମ କରିଥିଲେ। ତେଣୁ ଦେଢ ଘଣ୍ଟା ମଧ୍ୟ ଅପେକ୍ଷା କରାଯାଇଥିଲା।ଭାରତ ଓ କାନାଡ଼ା ମ୍ୟାଚ୍ ଫ୍ଲୋରିଡ଼ାର ଲଡରହିଲ ସ୍ଥିତ ସେଣ୍ଟ୍ରାଲ ବ୍ରୋଭାର୍ଡ ରିଜନାଲ ପାର୍କ ଷ୍ଟାଡିୟମ ଟର୍ଫ ଗ୍ରାଉଣ୍ଡରେ ଖେଳା ଯିବାର ଥିଲା। ଭାରତୀୟ ସମୟ ଅନୁସାରେ ରାତି ସାଢେ ୭ଟାରେ ଟସ୍ ପଡ଼ିବାର ଥିଲା। କିନ୍ତୁ ଖରାପ ଆଉଟ୍ ଫିଲ୍ଡ କାରଣରୁ ନିର୍ଦ୍ଧାରିତ ସମୟରେ ଟସ୍ ପଡ଼ି ପାରି ନ ଥିଲା। ଏହାପରେ ପଡ଼ିଆ କର୍ମଚାରୀ ପଡ଼ିଆ ସୁଖାଇବା ପାଇଁ ଉଦ୍ୟମ କରିଥିଲେ। ପ୍ରାୟ ଦେଢ ଘଣ୍ଟା ଅପେକ୍ଷା କରିବା ପରେ ଅମ୍ପାୟର ମ୍ୟାଚ୍ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ???? UPDATE ????The #CANvIND match has been called off due to wet outfield.Both the teams share a point each.#T20WorldCup | #TeamIndia???? ICC pic.twitter.com/6KiRpe9Y2D— BCCI (@BCCI) June 15, 2024ଏବେ ସୁ
ଫ୍ଲୋରିଡ଼ା: ଟି-୨୦ ବିଶ୍ଵକପ୍ ୨୦୨୪ରେ ଭାରତ ଆଜି ନିଜର ଶେଷ ଲିଗ୍ ମ୍ୟାଚ୍ କାନାଡ଼ା ବିପକ୍ଷରେ ଖେଳିବାର ଥିଲା। ମାତ୍ର ବର୍ଷା ଯୋଗୁଁ ପଡ଼ିଆ ଖେଳିବା ଉପଯୋଗୀ ନ ହେବାରୁ ଶେଷରେ ବିନା ଟସ୍ରେ ମ୍ୟାଚ୍କୁ ରଦ୍ଦ କରିବାକୁ ପଡ଼ିଛି। ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ଅମ୍ପାୟର ଭାରତୀୟ ସମୟ ରାତି ୯ଟାରେ ପଡ଼ିଆ ନିରୀକ୍ଷଣ କରିବା ପରେ ମ୍ୟାଚ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗ୍ରାଉଣ୍ଡ ଷ୍ଟାଫ ପଡ଼ିଆକୁ ସୁଖାଇବା ପାଇଁ ବହୁତ ପରିଶ୍ରମ କରିଥିଲେ। ତେଣୁ ଦେଢ ଘଣ୍ଟା ମଧ୍ୟ ଅପେକ୍ଷା କରାଯାଇଥିଲା।
ଭାରତ ଓ କାନାଡ଼ା ମ୍ୟାଚ୍ ଫ୍ଲୋରିଡ଼ାର ଲଡରହିଲ ସ୍ଥିତ ସେଣ୍ଟ୍ରାଲ ବ୍ରୋଭାର୍ଡ ରିଜନାଲ ପାର୍କ ଷ୍ଟାଡିୟମ ଟର୍ଫ ଗ୍ରାଉଣ୍ଡରେ ଖେଳା ଯିବାର ଥିଲା। ଭାରତୀୟ ସମୟ ଅନୁସାରେ ରାତି ସାଢେ ୭ଟାରେ ଟସ୍ ପଡ଼ିବାର ଥିଲା। କିନ୍ତୁ ଖରାପ ଆଉଟ୍ ଫିଲ୍ଡ କାରଣରୁ ନିର୍ଦ୍ଧାରିତ ସମୟରେ ଟସ୍ ପଡ଼ି ପାରି ନ ଥିଲା। ଏହାପରେ ପଡ଼ିଆ କର୍ମଚାରୀ ପଡ଼ିଆ ସୁଖାଇବା ପାଇଁ ଉଦ୍ୟମ କରିଥିଲେ। ପ୍ରାୟ ଦେଢ ଘଣ୍ଟା ଅପେକ୍ଷା କରିବା ପରେ ଅମ୍ପାୟର ମ୍ୟାଚ୍ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।
???? UPDATE ????
The #CANvIND match has been called off due to wet outfield.
Both the teams share a point each.#T20WorldCup | #TeamIndia
???? ICC pic.twitter.com/6KiRpe9Y2D— BCCI (@BCCI) June 15, 2024
ଏବେ ସୁପର-୮ରେ ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ୍ ଜୁନ ୨୦ ତାରିଖରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ। ଏହା ପରେ ଜୁନ ୨୨ରେ ଆଣ୍ଟିଗାରେ ବାଂଲାଦେଶ/ନେଦରଲାଣ୍ଡ ମଧ୍ୟରୁ ଗୋଟିଏ ଦଳ ସହ ପରବର୍ତ୍ତୀ ମ୍ୟାଚ୍ ଖେଳିବ। ଜୁନ ୨୪ରେ ସେଣ୍ଟ ଲୁସିଆରେ ଭାରତ ଅଷ୍ଟ୍ରେଲିଆ ସହ ହାଇଭୋଲଟେଜ୍ ମ୍ୟାଚ୍ ଖେଳିବ। ସୁପର-୮ରେ ଭାରତର ସମସ୍ତ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ରାତି ୮ଟାରେ ଖେଳାଯିବ।
ସୁପର-୮ ଗ୍ରୁପ
ଗ୍ରୁପ-୧: ଭାରତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ନେଦରଲାଣ୍ଡ/ବାଂଲାଦେଶ
ଗ୍ରୁପ-୨: ଆମେରିକା, ଇଂଲଣ୍ଡ/ସ୍କଟଲାଣ୍ଡ, ଓ୍ଵେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା
ଭାରତର କ୍ରୀଡ଼ାସୂଚୀ
ଜୁନ ୨୦- ବନାମ ଆଫଗାନିସ୍ତାନ, ବାରବାଡୋସ
ଜୁନ ୨୨- ବନାମ ନେଦରଲାଣ୍ଡ, ଆଣ୍ଟିଗା
ଜୁନ ୨୪- ବନାମ ଅଷ୍ଟ୍ରେଲିଆ, ସେଣ୍ଟ ଲୁସିଆ