କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଲା

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଛି। ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନା ସୁପାରିଶ କରିଛନ୍ତି। ଉପରାଜ୍ୟପାଳ ଭି.କେ ସାକ୍ସେନା ଖଲିସ୍ତାନ ସମର୍ଥକ ସଂଗଠନ ଶିଖ୍‌ ଫର୍‌ ଜଷ୍ଟିସରୁ ଫଣ୍ଡ ନେବା ମାମଲାରେ ଏନଆଇଏ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି ସେ ଏହି ଦାବି କରିଛନ୍ତି। ଉପରାଜ୍ୟପାଳଙ୍କ ସଚିବ ଦେଇଥିବା ସୂଚନାନୁଯାୟୀ, ଭି.କେ […] The post କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଲା appeared first on Dharitri Odia News.

କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଲା

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଛି। ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନା ସୁପାରିଶ କରିଛନ୍ତି। ଉପରାଜ୍ୟପାଳ ଭି.କେ ସାକ୍ସେନା ଖଲିସ୍ତାନ ସମର୍ଥକ ସଂଗଠନ ଶିଖ୍‌ ଫର୍‌ ଜଷ୍ଟିସରୁ ଫଣ୍ଡ ନେବା ମାମଲାରେ ଏନଆଇଏ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି ସେ ଏହି ଦାବି କରିଛନ୍ତି।

ଉପରାଜ୍ୟପାଳଙ୍କ ସଚିବ ଦେଇଥିବା ସୂଚନାନୁଯାୟୀ, ଭି.କେ ସାକ୍ସେନାଙ୍କ ପାଖକୁ ଗୋଟିଏ ଅଭିଯୋଗ ଆସିଥିଲା। ଏଥିରେ କୁହାଯାଇଥିଲା ଯେ ଖଲିସ୍ତାନୀ ସପକ୍ଷବାଦୀ ଗ୍ରୁପ ଠାରୁ ଆପ ୧୬ ମିଲିୟନ ଡଲାର ପାଇଛି। ୧୯୯୩ ମସିହା ଦିଲ୍ଲୀ ବିସ୍ଫୋରଣର ଦୋଷୀ ତଥା ଆତଙ୍କବାଦୀ ଦେବେନ୍ଦ୍ର ପାଲ ଭୂଲ୍ଲାରକୁ ଛାଡିବା ପାଇଁ ଏପରି ପାଣ୍ଠି ମିଳିଛି।ଯେହେତୁ ମୁଖ୍ୟମନ୍ତ୍ରୀ ବିରୋଧରେ ବ୍ୟାନ ହୋଇଥିବା ସଂଗଠନ ଠାରୁ ଟଙ୍କା ନେବାର ଅଭିଯୋଗ ଆସିଛି, ତେଣୁ ଏହାର ତଦନ୍ତ ଆବଶ୍ୟକ।

The post କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଲା appeared first on Dharitri Odia News.