କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଜର୍ମାନୀର ବୟାନକୁ ତୀବ୍ର ବିରୋଧ କଲା ଭାରତ

ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଜର୍ମାନୀର ବିଦେଶ ମନ୍ତ୍ରଣାଳୟ ବୟାନ ଦେଇଥିଲା। ଏହାକୁ କଡ଼ା ଭାଷାରେ ବିରୋଧ କରିଛି ଭାରତ। ଜର୍ମାନୀର ବୟାନ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଏକ ଖୋଲା ହସ୍ତକ୍ଷେପ ବୋଲି ଭାରତ କହିଛି। ଏହି ପରିପ୍ରେକ୍ଷୀରେ ଜର୍ମାନ ଦୂତାବାସର ଡେପୁଟି ହେଡ୍‌ ଅଫ୍‌ ମିଶନ୍‌ ଜର୍ଜ ଏନ୍‌ଜଓ୍ବିଲର୍‌ଙ୍କୁ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନେ ଡାକରା ଦେଇଛନ୍ତି। କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଜର୍ମାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ବିବୃତ୍ତି ଜାରି କରି […] The post କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଜର୍ମାନୀର ବୟାନକୁ ତୀବ୍ର ବିରୋଧ କଲା ଭାରତ appeared first on Dharitri Odia News.

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଜର୍ମାନୀର ବୟାନକୁ ତୀବ୍ର ବିରୋଧ କଲା ଭାରତ

ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଜର୍ମାନୀର ବିଦେଶ ମନ୍ତ୍ରଣାଳୟ ବୟାନ ଦେଇଥିଲା। ଏହାକୁ କଡ଼ା ଭାଷାରେ ବିରୋଧ କରିଛି ଭାରତ। ଜର୍ମାନୀର ବୟାନ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଏକ ଖୋଲା ହସ୍ତକ୍ଷେପ ବୋଲି ଭାରତ କହିଛି। ଏହି ପରିପ୍ରେକ୍ଷୀରେ ଜର୍ମାନ ଦୂତାବାସର ଡେପୁଟି ହେଡ୍‌ ଅଫ୍‌ ମିଶନ୍‌ ଜର୍ଜ ଏନ୍‌ଜଓ୍ବିଲର୍‌ଙ୍କୁ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନେ ଡାକରା ଦେଇଛନ୍ତି।

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଜର୍ମାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ବିବୃତ୍ତି ଜାରି କରି କହିଥିଲା ଯେ, ଆମେ ଧ୍ୟାନ ଦେଇଛୁ, ଭାରତ ଏକ ଗଣତାନ୍ତ୍ରିକ ଦେଶ। ଆମେ ଆଶା କରୁଛୁ ଯେ ନ୍ୟାୟପାଳିକାର ସ୍ବାଧୀନତା ଏବଂ ମୌଳିକ ଗଣତାନ୍ତ୍ରିକ ନୀତି ସହ ଜଡ଼ିତ ମାନ ମଧ୍ୟ ଏହି ମାମଲାରେ ପ୍ରୟୋଗ ହେବ। ଅଭିଯୋଗର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କ ଭଳି କେଜ୍‌ରିଓ୍ବାଲ ମଧ୍ୟ ନିରପେକ୍ଷ ଏବଂ ପକ୍ଷପାତିତାବିହୀନ ବିଚାର ପାଇଁ ହକ୍‌ଦାର, ସେ ସମସ୍ତ ଉପଲବ୍ଧ ଆଇନଗତ ଉପାୟକୁ କୌଣସି ପ୍ରତିବନ୍ଧକ ବିନା ସେ ବ୍ୟବହାର କରିପାରନ୍ତୁ। ନିର୍ଦ୍ଦୋଷତା ପ୍ରମାଣ କରିବାକୁ ଆଇନଗତ ନିୟମ ତାଙ୍କ ପାଇଁ ପ୍ରଯୁଜ୍ୟ ହେବ।

ଏହାକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜାୟସଓ୍ବାଲ କହିଛନ୍ତି, ନୂଆଦିଲ୍ଲୀରେ ଜର୍ମାନୀର ଦୂତାବାସର ଡେପୁଟି ହେଡ୍‌ ଅଫ୍‌ ମିଶନ୍‌ଙ୍କୁ ଶନିବାର ତଲବ କରାଯାଇଛି। ଆମର ଆଭ୍ୟନ୍ତରୀଣ ମାମଲାରେ ତାଙ୍କ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ରଙ୍କ ଟିପ୍ପଣୀ ଉପରେ ଭାରତର ବିରୋଧ ବିଷୟରେ ଅବଗତ କରାଯାଇଛି। ଏଭଳି ବୟାନକୁ ଆମର ନ୍ୟାୟବ୍ୟବସ୍ଥା ସହ ହସ୍ତକ୍ଷେପ ଏବଂ କୋର୍ଟର ସ୍ବତନ୍ତ୍ରତାକୁ ହାନୀ ପହଞ୍ଚାଉଥିବା ରୂପରେ ଦେଖୁଛୁ। ଭାରତ ଏବ ଜୀବନ୍ତ ଏବଂ ଆଇନଗତ ଶାସନବ୍ୟବସ୍ଥା ଥିବା ସୁଦୃଢ଼ ଗଣତନ୍ତ୍ର। ଏହି ମାମଲାରେ ମଧ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ହେଲେ ଏହାକୁ ନେଇ ପୂର୍ବାନୁମାନ ଏବଂ ଧାରଣା ବିଲ୍‌କୁଲ ଭୁଲ ବୋଲି ସେ କହିଛନ୍ତି।

The post କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଜର୍ମାନୀର ବୟାନକୁ ତୀବ୍ର ବିରୋଧ କଲା ଭାରତ appeared first on Dharitri Odia News.