କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ବିରୋଧ ପ୍ରଦର୍ଶନ, ଆଜି ହାଇକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ,୨୭।୩: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗିରଫ ହେବା ପରେ ଏଏପିର ବିରୋଧ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଆମ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବା ପାଇଁ ରାସ୍ତାରେ ତୀବ୍ର ପ୍ରତିବାଦ କରିଥିଲେ। ଯାହାକୁ ନେଇ ପୋଲିସ ସୁରକ୍ଷା କଡାକଡି କରିଥିଲା। ଏଥିସହିତ ପଞ୍ଜାବ ଶିକ୍ଷା ମନ୍ତ୍ରୀ ହରଜୋତ ବୈନ୍ସ, ବିଧାୟକ ସୋମନାଥ ଭାରତୀ ଏବଂ ଦିଲ୍ଲୀର ଡେପୁଟି ବାଚସ୍ପତି ରାଖୀ ର୍ବିଲାଙ୍କୁ ପୋଲିସ ଗିରଫ କରିଥିଲା। […] The post କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ବିରୋଧ ପ୍ରଦର୍ଶନ, ଆଜି ହାଇକୋର୍ଟରେ ହେବ ଶୁଣାଣି appeared first on Dharitri Odia News.

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ବିରୋଧ ପ୍ରଦର୍ଶନ, ଆଜି ହାଇକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ,୨୭।୩: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗିରଫ ହେବା ପରେ ଏଏପିର ବିରୋଧ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଆମ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବା ପାଇଁ ରାସ୍ତାରେ ତୀବ୍ର ପ୍ରତିବାଦ କରିଥିଲେ। ଯାହାକୁ ନେଇ ପୋଲିସ ସୁରକ୍ଷା କଡାକଡି କରିଥିଲା। ଏଥିସହିତ ପଞ୍ଜାବ ଶିକ୍ଷା ମନ୍ତ୍ରୀ ହରଜୋତ ବୈନ୍ସ, ବିଧାୟକ ସୋମନାଥ ଭାରତୀ ଏବଂ ଦିଲ୍ଲୀର ଡେପୁଟି ବାଚସ୍ପତି ରାଖୀ ର୍ବିଲାଙ୍କୁ ପୋଲିସ ଗିରଫ କରିଥିଲା।

ଅନ୍ୟପକ୍ଷରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବିଜେପି କର୍ମୀମାନେ ମଧ୍ୟ ତୀବ୍ର ବିରୋଧ କରିଥିଲେ। ଏହି ସମୟରେ ଦିଲ୍ଲୀ ଭାଜପା ମୁଖ୍ୟ ବିରେନ୍ଦ୍ର ସଚଦେବାଙ୍କ ସମେତ ଅନେକ ଦଳର ନେତାଙ୍କୁ ଅଟକ ରଖାଯାଇଥିଲା। ତେବେ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନ ବୁଧବାର ଶୁଣାଣି ହେବ।

The post କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ବିରୋଧ ପ୍ରଦର୍ଶନ, ଆଜି ହାଇକୋର୍ଟରେ ହେବ ଶୁଣାଣି appeared first on Dharitri Odia News.