‘କେଜ୍‌ରିଓ୍ବାଲଙ୍କ ସହ ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଛି’

ନୂଆଦିଲ୍ଲୀ,୨୧।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଜାମିନ ଉପରେ ଅସ୍ଥାୟୀ ଭାବେ ରୋକ ଲଗାଯିବା ପରେ ଆମ ଆଦ୍‌ମୀ ପାର୍ଟି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଦଳ ତାନାଶାହାଙ୍କ ଶାସନ ବୋଲି କଟାକ୍ଷ କରିଛି। ଦଳର ନେତା କହିଛନ୍ତି ଯେ ଏଭଳି ଦେଶରେ ପ୍ରଥମ ଥର ହେଉଛି। ନିମ୍ନ ଅଦାଲତର ଆଦେଶ କପି ଆସି ନ ଥିବା ବେଳେ ଇଡି ଉକ୍ତ ଆଦେଶ ବିରୋଧରେ ଦିଲ୍ଲୀ ହାଇକୋର୍ଟ ପହଞ୍ଚିଯାଇଛି। […] The post ‘କେଜ୍‌ରିଓ୍ବାଲଙ୍କ ସହ ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଛି’ appeared first on Dharitri Odia News.

‘କେଜ୍‌ରିଓ୍ବାଲଙ୍କ ସହ ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଛି’
ନୂଆଦିଲ୍ଲୀ,୨୧।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଜାମିନ ଉପରେ ଅସ୍ଥାୟୀ ଭାବେ ରୋକ ଲଗାଯିବା ପରେ ଆମ ଆଦ୍‌ମୀ ପାର୍ଟି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଦଳ ତାନାଶାହାଙ୍କ ଶାସନ ବୋଲି କଟାକ୍ଷ କରିଛି। ଦଳର ନେତା କହିଛନ୍ତି ଯେ ଏଭଳି ଦେଶରେ ପ୍ରଥମ ଥର ହେଉଛି। ନିମ୍ନ ଅଦାଲତର ଆଦେଶ କପି ଆସି ନ ଥିବା ବେଳେ ଇଡି ଉକ୍ତ ଆଦେଶ ବିରୋଧରେ ଦିଲ୍ଲୀ ହାଇକୋର୍ଟ ପହଞ୍ଚିଯାଇଛି।
କହିରଖୁଛୁ, ଦିନକ ପୂର୍ବରୁ କେଜ୍‌ରିଓ୍ବାଲଙ୍କୁ ନିମ୍ନ ଅଦାଲତରୁ ଜାମିନ ମିଳି ଯାଇଥିଲା। ହେଲେ ଶୁକ୍ରବାର ଇଡି ହାଇକୋର୍ଟ ପହଞ୍ଚି ଉକ୍ତ ଜାମିନକୁ ବିରୋଧ କରିଥିଲା। ଏପରିକି ମାମଲାର ତ୍ୱରିତ ଶୁଣାଣି ପାଇଁ ଦାବି କରିଥିଲା। ଏହାପରେ ଦିଲ୍ଲୀ ହାଇକୋର୍ଟ ଇଡିର ଯାଚିକା ଉପରେ ଶୁଣାଣି ପୁରା ହେବା ଯାଏ ନିମ୍ନ ଅଦାଲତଙ୍କ ଆଦେଶ ଉପରେ ରୋକ ଲଗାଇ ଦେଇଛନ୍ତି।
ଏନେଇ ଜଣାପଡ଼ିବା ପରେ କେଜ୍‌ରିଓ୍ବାଲଙ୍କ ପତ୍ନୀ ସୁନୀତା କେଜ୍‌ରିଓ୍ବାଲ କହିଛନ୍ତି, ଜାମନ ଆଦେଶ ଅପଲୋଡ ହେବା ପୂର୍ବରୁ ଇଡି ହାଇକୋର୍ଟ ପହଞ୍ଚିଯାଇଛି। ସେମାନେ ଏଭଳି ବ୍ୟବହାର କରୁଛନ୍ତି ଯେମିତି କେଜ୍‌ରିଓ୍ବାଲ ଜଣେ ଆତଙ୍କବାଦୀ। ତାନାଶାହୀ ସବୁ ସୀମା ଟପିସାରିଛି। ହାଇକୋର୍ଟରୁ ଆମକୁ ନ୍ୟାୟ ମିଳିବ ବୋଲି ଆଶା କରୁଛୁ ବୋଲି ସେ କହିଛନ୍ତି।
ସେହିଭଳି ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ କହିଛନ୍ତି, ମୋଦି ସରକାରଙ୍କ ଗୁଣ୍ଡାଗର୍ଦ୍ଦି ଦେଖନ୍ତୁ, ଏବେ ନିମ୍ନ କୋର୍ଟର ଆଦେଶ ଆସିନାହିଁ, ଏହାର କପି ମିଳିନାହିଁ, ତଥାପି ମୋଦିଙ୍କ ଇଡି ହାଇକୋର୍ଟରେ କେଉଁ ଆଦେଶ ବିରୋଧରେ ପହଞ୍ଚିଛି। ଏ କ’ଣ ହେଉଛି ସବୁ ଦେଶରେ? ନ୍ୟାୟ ବ୍ୟବସ୍ଥାକୁ ପ୍ରହସନରେ ପରିଣତ କରାଯାଉଛି। ପୁରା ଦେଶ ଏସବୁ ଦେଖୁଛି ବୋଲି ସେ କହିଛନ୍ତି।

The post ‘କେଜ୍‌ରିଓ୍ବାଲଙ୍କ ସହ ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଛି’ appeared first on Dharitri Odia News.