ବନ୍ଧୁଙ୍କ ଅନ୍ତିମ ସଂସ୍କାର ଯାଉଥିଲେ, ଓଲଟିଲା ଅଟୋ: ଜଣେ ମୃତ ୪ ଆହତ
ଜି.ଉଦୟଗିରି,୯।୧୧(ଚିନ୍ମୟ କୁମାର ସେଠୀ):ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ କାନବାଗେରି ଗ୍ରାମ ନିକଟରେ ଅଟୋ ଓଲଟି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପାଞ୍ଚ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତ ଙ୍କୁ ଜି.ଉଦୟଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଦୁଇ ମହିଳା ଓ ତିନି ଜଣ ପୁରୁଷ ଥିବାର ଜଣା ପଡ଼ିଛି। ସୂଚନା ଅନୁସାରେ, କିଲାକିଆରୁ ରୁଦାଙ୍ଗିଆ ଏକ ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ କନବାଗେରି ନିକଟରେ ଭାରସାମ୍ୟ ହରାଇ […] The post ବନ୍ଧୁଙ୍କ ଅନ୍ତିମ ସଂସ୍କାର ଯାଉଥିଲେ, ଓଲଟିଲା ଅଟୋ: ଜଣେ ମୃତ ୪ ଆହତ appeared first on Dharitri Odia News.
ଜି.ଉଦୟଗିରି,୯।୧୧(ଚିନ୍ମୟ କୁମାର ସେଠୀ):ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ କାନବାଗେରି ଗ୍ରାମ ନିକଟରେ ଅଟୋ ଓଲଟି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପାଞ୍ଚ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତ ଙ୍କୁ ଜି.ଉଦୟଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଦୁଇ ମହିଳା ଓ ତିନି ଜଣ ପୁରୁଷ ଥିବାର ଜଣା ପଡ଼ିଛି।
ସୂଚନା ଅନୁସାରେ, କିଲାକିଆରୁ ରୁଦାଙ୍ଗିଆ ଏକ ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ କନବାଗେରି ନିକଟରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଉଦ୍ଧାର କରି ଅନ୍ୟ ଅଟୋ ଯୋଗେ ସ୍ଥାନୀୟ ମେଡ଼ିକାଲ ନେଇଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା କରାଯାଇଥିଲା କିନ୍ତୁ ଗୁରୁତର ଆହତ ହୋଇଥିବା ସର୍ବାନନ୍ଦ ପ୍ରଧାନ (୬୧) ଓ ଦିବାକର ପ୍ରଧାନ (୩୮)ଙ୍କୁ କାର୍ଯ୍ୟରତ ଡାକ୍ତର ଫୁଲବାଣୀ ସ୍ଥାନାନ୍ତର କରିଥିଲେ। ଦୁର୍ଭାଗ୍ୟର ବିଷୟ ରୁଦାଙ୍ଗିଆ ଏକ ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ସର୍ବାନନ୍ଦ ପ୍ରଧାନ ଜଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ନିଜେ ଆଖି ବୁଜିଥିଲେ। ସର୍ଗତ ପ୍ରଧାନଙ୍କ ମୃତ୍ୟଖବର ପାଇ ପରିବାର ବନ୍ଧୁ ବର୍ଗଙ୍କ ସହ ତାଙ୍କ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
The post ବନ୍ଧୁଙ୍କ ଅନ୍ତିମ ସଂସ୍କାର ଯାଉଥିଲେ, ଓଲଟିଲା ଅଟୋ: ଜଣେ ମୃତ ୪ ଆହତ appeared first on Dharitri Odia News.