ତାତିଲେ ଶତାଧିକ ମହିଳା, ପାଣି ପାଇଁ ବ୍ଲକ କାର୍ଯ୍ୟାଳୟରେ ପକାଇଲେ ତାଲା

ଆନନ୍ଦପୁର ୨୩।୦୧ : ତାତିଲେ ମହିଳା । ପାଣି ପାଇଁ ବ୍ଲକ୍‌ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁର ବ୍ଲକ ଘେରିଛନ୍ତି ବାତୋ ଗାଁର ଶତାଧିକ ମହିଳା । ଏପିରିକି ପମ୍ପହାଉସ୍‌କୁ ତାଲା ମଧ୍ୟ ପକାଇଦେଲେ ମହିଳା । ଆନନ୍ଦପୁର ଉପଖଣ୍ଡ ଘଷିପୁର ବ୍ଲକ ବାତୋ ଗାଁରେ ଗତ କିଛି ଦିନ ହେବ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଯାହାକୁ ନେଇ ମହିଳାମାନେ ବାରମ୍ବାର ଅଭିଯୋଗ କରିଆସୁଥିଲେ । ତଥାପି କୌଣସି ସୁଫଳ ମିଳିନଥିଲା । ଏପିରିକି ସରକାରଙ୍କ ତରଫରୁ ଏଠାରେ ବସୁଧା ଯୋଜନାରେ ପମ୍ପହାଉସ୍ ବସାଯାଇ ଘରକୁ ଘର ପାଇପ ଯୋଗେ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି । ହେଲେ କିଛି ଲୋକ ଉକ୍ତ ପାଇପ୍‌ ଲାଇନ୍‌ରେ ମଟର ପମ୍ପ ଲଗାଇଥିବାରୁ ଅନ୍ୟମାନଙ୍କ ଘରକୁ ପାଣିଆସୁନାହିଁ । ଶେଷରେ ପାନୀୟ ଜଳ ପାଇଁ ନଦୀ, ପୋଖରୀ ଉପରେ ନିର୍ଭର କରୁଛନ୍ତି ଗାଁ ଲୋକ । ଅନ୍ୟପଟେ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣର କୌଣସି ନିର୍ଦ୍ଧିଷ୍ଟ ସମୟ ରହୁନାହିଁ । ପମ୍ପ ଅପରେଟର ନିଜ ମନଇଚ୍ଛାରେ ପାଣି ଛାଡୁଥିବାର ଅଭିଯୋଗ ହୋଇଛି । ଏବେ ଠାରୁ ଏଭଳି ପରିସ୍ଥିତି, ଆଗକୁ ଖରାଦିନେ ସ୍ଥିତି ଭୟାନକ ହେବ ବୋଲି ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ମହିଳାମାନେ ଦାବି କରିଛନ୍ତି । 

ତାତିଲେ ଶତାଧିକ ମହିଳା, ପାଣି ପାଇଁ ବ୍ଲକ କାର୍ଯ୍ୟାଳୟରେ ପକାଇଲେ ତାଲା

ଆନନ୍ଦପୁର ୨୩।୦୧ : ତାତିଲେ ମହିଳା । ପାଣି ପାଇଁ ବ୍ଲକ୍‌ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁର ବ୍ଲକ ଘେରିଛନ୍ତି ବାତୋ ଗାଁର ଶତାଧିକ ମହିଳା । ଏପିରିକି ପମ୍ପହାଉସ୍‌କୁ ତାଲା ମଧ୍ୟ ପକାଇଦେଲେ ମହିଳା । 

ଆନନ୍ଦପୁର ଉପଖଣ୍ଡ ଘଷିପୁର ବ୍ଲକ ବାତୋ ଗାଁରେ ଗତ କିଛି ଦିନ ହେବ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଯାହାକୁ ନେଇ ମହିଳାମାନେ ବାରମ୍ବାର ଅଭିଯୋଗ କରିଆସୁଥିଲେ । ତଥାପି କୌଣସି ସୁଫଳ ମିଳିନଥିଲା । ଏପିରିକି ସରକାରଙ୍କ ତରଫରୁ ଏଠାରେ ବସୁଧା ଯୋଜନାରେ ପମ୍ପହାଉସ୍ ବସାଯାଇ ଘରକୁ ଘର ପାଇପ ଯୋଗେ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି । ହେଲେ କିଛି ଲୋକ ଉକ୍ତ ପାଇପ୍‌ ଲାଇନ୍‌ରେ ମଟର ପମ୍ପ ଲଗାଇଥିବାରୁ ଅନ୍ୟମାନଙ୍କ ଘରକୁ ପାଣିଆସୁନାହିଁ । ଶେଷରେ ପାନୀୟ ଜଳ ପାଇଁ ନଦୀ, ପୋଖରୀ ଉପରେ ନିର୍ଭର କରୁଛନ୍ତି ଗାଁ ଲୋକ । 

ଅନ୍ୟପଟେ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣର କୌଣସି ନିର୍ଦ୍ଧିଷ୍ଟ ସମୟ ରହୁନାହିଁ । ପମ୍ପ ଅପରେଟର ନିଜ ମନଇଚ୍ଛାରେ ପାଣି ଛାଡୁଥିବାର ଅଭିଯୋଗ ହୋଇଛି । ଏବେ ଠାରୁ ଏଭଳି ପରିସ୍ଥିତି, ଆଗକୁ ଖରାଦିନେ ସ୍ଥିତି ଭୟାନକ ହେବ ବୋଲି ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ମହିଳାମାନେ ଦାବି କରିଛନ୍ତି ।