କେଜ୍ରିଓ୍ବାଲଙ୍କୁ ଛାଡ଼ିବାକୁ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ!
ନୂଆଦିଲ୍ଲୀ,୨୩।୩: ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ରିମାଣ୍ଡରେ ପଠାଯାଇଥିବା ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିପାରେ। କାରଣ ତାଙ୍କୁ ପଦରୁ ହଟାଇବା ଲାଗି ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାୟର କରାଯାଇଛି। ଦିଲ୍ଲୀର ସୁରଜିତ ସିଂ ଏହି ଯାଚିକା ଦାଖଲ କରିଛନ୍ତି। ନିଜକୁ ଜଣେ କୃଷକ ଏବଂ ସମାଜସେବୀ କହୁଥିବା ସୁରଜିତ ନିଜ ଦଲିଲ୍ରେ କହିଛନ୍ତି ଯେ, ଅବକାରୀ ନୀତି ମାମଲାରେ ଇଡି ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି। ଏଣୁ ସେ ସାର୍ବଜନିକ […] The post କେଜ୍ରିଓ୍ବାଲଙ୍କୁ ଛାଡ଼ିବାକୁ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ! appeared first on Dharitri Odia News.
ନୂଆଦିଲ୍ଲୀ,୨୩।୩: ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ରିମାଣ୍ଡରେ ପଠାଯାଇଥିବା ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିପାରେ। କାରଣ ତାଙ୍କୁ ପଦରୁ ହଟାଇବା ଲାଗି ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାୟର କରାଯାଇଛି। ଦିଲ୍ଲୀର ସୁରଜିତ ସିଂ ଏହି ଯାଚିକା ଦାଖଲ କରିଛନ୍ତି।
ନିଜକୁ ଜଣେ କୃଷକ ଏବଂ ସମାଜସେବୀ କହୁଥିବା ସୁରଜିତ ନିଜ ଦଲିଲ୍ରେ କହିଛନ୍ତି ଯେ, ଅବକାରୀ ନୀତି ମାମଲାରେ ଇଡି ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି। ଏଣୁ ସେ ସାର୍ବଜନିକ ପଦ ସମ୍ଭାଳିବା ଲାଗି ଅଯୋଗ୍ୟ। ଆର୍ଥିକ ହେରଫେରରେ ଫସିଥିବା ମୁଖ୍ୟମନ୍ତ୍ରୀଙ୍କୁ ପଦରେ ରହିବାର ଅନୁମତି ଦିଆଯିବା ଉଚିତ ନୁହେଁ। କାରଣ ଏହି ପଦ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାରେ ବାଧା ସୃଷ୍ଟି କରିବ। ଏପରିକି ରାଜ୍ୟର ଶାସନ ଠିକ୍ ଭାବେ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।
ସମ୍ବିଧାନର ଅନୁଚ୍ଛେଦ ୧୬୩, ୧୬୪କୁ ଦର୍ଶାଇ ଯାଚିକାକର୍ତ୍ତା ଦାବି କରିଛନ୍ତି ଯେ, କେଜ୍ରିଓ୍ବାଲ ଜଣେ କଏଦୀ ଭାବେ ବର୍ତ୍ତମାନ ସ୍ଥିତିରେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ୱକୁ ତୁଲାଇବାରେ ଅକ୍ଷମ। ଏହାଛଡ଼ା କେଜ୍ରିଓ୍ବାଲଙ୍କ ନିକଟରେ ପହଞ୍ଚିବାକୁ ଥିବା ସାମଗ୍ରୀ ଜେଲ ଅଧିକାରୀ ଯାଞ୍ଚ କରିବେ, ଯାହାକି ମୁଖ୍ୟମନ୍ତ୍ରୀ ଭାବେ ଦିଆଯାଇଥିବା ଗୋପନୀୟତାର ଶପଥର ଉଲ୍ଲଂଘନ ବୋଲି ସେ କହିଛନ୍ତି।
The post କେଜ୍ରିଓ୍ବାଲଙ୍କୁ ଛାଡ଼ିବାକୁ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ! appeared first on Dharitri Odia News.