କେଜ୍ରିଓ୍ବାଲଙ୍କୁ ମିଳିଲାନି ‘ସୁପ୍ରିମ୍’ ଆଶ୍ବସ୍ତି; ଜୁନ୍ ୨ରେ ତିହାର ଜେଲ୍ ଫେରିବେ ଆପ୍ ସୁପ୍ରିମୋ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି । ଜାମିନ୍ ମିଆଦି ବୃଦ୍ଧି କରିବା ଆବେଦନକୁ ଖାରଜ୍ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଆଉ ୭ଦିନ ଜାମିନ୍ ଅବଧି ବୃଦ୍ଧି କରିବା ପାଇଁ ଦାୟର ହୋଇଥିବା ଯାଚିକକୁ ସ୍ବୀକାର କରି ନାହାନ୍ତି କୋର୍ଟ । ଆସନ୍ତା ଜୁନ୍ ୨ ତାରିଖରେ ଆପ୍ ସୁପ୍ରିମୋ ଆରବିନ୍ଦ କେଜ୍ରିଓ୍ବାଲ ତିହାର ଜେଲରେ ଆତ୍ମସମର୍ପଣ କରିବେ । ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ କେଜ୍ରିଓ୍ବାଲ ତାଙ୍କ ଜାମିନ୍ ଆବେଦନକୁ ଆଉ ୭ଦିନ ବଢ଼ାଇବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ସିଏମ୍ କେଜ୍ରିଓ୍ବାଲଙ୍କ PET-CT ସ୍କାନ ସହିତ କିଛି ଅନ୍ୟ ରାଜ୍ୟକୁ ଗସ୍ତ କରିଥାନ୍ତେ। ତେଣୁ ସେ ୭ଦିନ ଜାମିନ୍ ଅବଧ୍ ବଢ଼ାଇବାକୁ କୋର୍ଟଙ୍କୁ ଗୁହାରି କରିଥିଲେ । ଗତକାଲି ସର୍ବୋଚ୍ଚ ଅଦାଲତର ଅବକାଶକାଳୀନ ଖଣ୍ଡପୀଠ ଏହି ଯାଚିକାକୁ ଶୁଣାଣି କରିବାକୁ ମନା କରିବା ସହିତ ସିଏଜଆଇଙ୍କ ନିକଟକୁ ପଠାଇଥିଲେ । ତେବେ ଆଜି ସୁପ୍ରିମକୋର୍ଟଙ୍କ ରେଜିଷ୍ଟର ଏହାକୁ ଗ୍ରହଣ କରିନାହାନ୍ତି । ରେଜିଷ୍ଟର କହିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଟ୍ରାଏଲ୍ କୋର୍ଟରେ ଜାମିନ୍ ଆବେଦନ ଦାୟର କରନ୍ତୁ । ଏଥିରୁ ସ୍ପଷ୍ଟ ହୋଇଛି, ଆସନ୍ତା ଜୁନ୍ ୨ ତାରିଖରେ ଆପ୍ ସୁପ୍ରିମୋ ତିହାର ଜେଲକୁ ଫେରିବେ ।
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି । ଜାମିନ୍ ମିଆଦି ବୃଦ୍ଧି କରିବା ଆବେଦନକୁ ଖାରଜ୍ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଆଉ ୭ଦିନ ଜାମିନ୍ ଅବଧି ବୃଦ୍ଧି କରିବା ପାଇଁ ଦାୟର ହୋଇଥିବା ଯାଚିକକୁ ସ୍ବୀକାର କରି ନାହାନ୍ତି କୋର୍ଟ । ଆସନ୍ତା ଜୁନ୍ ୨ ତାରିଖରେ ଆପ୍ ସୁପ୍ରିମୋ ଆରବିନ୍ଦ କେଜ୍ରିଓ୍ବାଲ ତିହାର ଜେଲରେ ଆତ୍ମସମର୍ପଣ କରିବେ ।
ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ କେଜ୍ରିଓ୍ବାଲ ତାଙ୍କ ଜାମିନ୍ ଆବେଦନକୁ ଆଉ ୭ଦିନ ବଢ଼ାଇବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ସିଏମ୍ କେଜ୍ରିଓ୍ବାଲଙ୍କ PET-CT ସ୍କାନ ସହିତ କିଛି ଅନ୍ୟ ରାଜ୍ୟକୁ ଗସ୍ତ କରିଥାନ୍ତେ। ତେଣୁ ସେ ୭ଦିନ ଜାମିନ୍ ଅବଧ୍ ବଢ଼ାଇବାକୁ କୋର୍ଟଙ୍କୁ ଗୁହାରି କରିଥିଲେ । ଗତକାଲି ସର୍ବୋଚ୍ଚ ଅଦାଲତର ଅବକାଶକାଳୀନ ଖଣ୍ଡପୀଠ ଏହି ଯାଚିକାକୁ ଶୁଣାଣି କରିବାକୁ ମନା କରିବା ସହିତ ସିଏଜଆଇଙ୍କ ନିକଟକୁ ପଠାଇଥିଲେ । ତେବେ ଆଜି ସୁପ୍ରିମକୋର୍ଟଙ୍କ ରେଜିଷ୍ଟର ଏହାକୁ ଗ୍ରହଣ କରିନାହାନ୍ତି । ରେଜିଷ୍ଟର କହିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଟ୍ରାଏଲ୍ କୋର୍ଟରେ ଜାମିନ୍ ଆବେଦନ ଦାୟର କରନ୍ତୁ । ଏଥିରୁ ସ୍ପଷ୍ଟ ହୋଇଛି, ଆସନ୍ତା ଜୁନ୍ ୨ ତାରିଖରେ ଆପ୍ ସୁପ୍ରିମୋ ତିହାର ଜେଲକୁ ଫେରିବେ ।