ବିବାହିତା ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତ୍ୟୁ ଦେହ ଉଦ୍ଧାର 

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ମାରୁତି ନଗର ଏକ ଭଡ଼ା ଘରୁ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତ୍ୟୁ ଦେହକୁ ପୁଲିସ ଉଦ୍ଧାର କରିଛି। ମୃତ ମହିଳା ଜଣକ ହେଲେ ଭାରତୀ ବିଷୋୟୀ ବୟସ ୩୬ ବୋଲି ପୁଲିସ କହିଛି। ସୂଚନା ଅନୁସାରେ ମୃତ ଭାରତୀ ଆମ୍ବପୁଆ ଶ୍ରୀଦେବୀ ବିହାରରେ ରହୁଥିବା ଗୌରୀ ଶଙ୍କର ପ୍ରଧାନଙ୍କୁ ୨୦୦୮ ମସିହାରେ ବିବାହ କରିଥିଲେ। ତାଙ୍କର ଏକ ୧୨ ବର୍ଷର ପୁଅ ରହିଥିବା ବେଳେ ୨୦୨୦ ମସିହାରେ […]

ବିବାହିତା ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତ୍ୟୁ ଦେହ ଉଦ୍ଧାର 
ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ମାରୁତି ନଗର ଏକ ଭଡ଼ା ଘରୁ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତ୍ୟୁ ଦେହକୁ ପୁଲିସ ଉଦ୍ଧାର କରିଛି। ମୃତ ମହିଳା ଜଣକ ହେଲେ ଭାରତୀ ବିଷୋୟୀ ବୟସ ୩୬ ବୋଲି ପୁଲିସ କହିଛି। ସୂଚନା ଅନୁସାରେ ମୃତ ଭାରତୀ ଆମ୍ବପୁଆ ଶ୍ରୀଦେବୀ ବିହାରରେ ରହୁଥିବା ଗୌରୀ ଶଙ୍କର ପ୍ରଧାନଙ୍କୁ ୨୦୦୮ ମସିହାରେ ବିବାହ କରିଥିଲେ। ତାଙ୍କର ଏକ ୧୨ ବର୍ଷର ପୁଅ ରହିଥିବା ବେଳେ ୨୦୨୦ ମସିହାରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଅଶାନ୍ତ ସୃଷ୍ଟି ହୋଇ କୋର୍ଟ କଚେରୀ ଯିବା ସହ ସମାଧାନ ପାଇଁ ମଧ୍ୟ ଆଲୋଚନା ହୋଇଥିଲା। କିନ୍ତୁ କୌଣସି ସମାଧାନ ନହେବାରୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ଅଲଗା ରହୁଥିଲେ।
ସ୍ୱାମୀ ଆମ୍ବପୁଆର ଶ୍ରୀଦେବୀ ବିହାରରେ ରହୁଥିବା ବେଳେ ମୃତ ଭାରତୀ ତାଙ୍କ ପୁଅଙ୍କ ସହ ମାରୁତି ନଗର ଏକ ଭଡ଼ା ଘରେ ରହୁଥିଲେ। ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢେ ୭ ଟା ସମୟରେ ବେକରେ ଚୁର୍ଣ୍ଣି ଦେଇ ଫେନ ହୁକରେ ମା ଝୁଲୁଥିବା ଝରକା ପଟୁ ପୁଅ ଦେଖି ବାପାଙ୍କୁ ଜଣାଇଥିଲା। ସ୍ୱାମୀ ପହଞ୍ଚି ଦେଖିବା ପରେ ଗୋପାଳପୁର ପୁଲିସକୁ ଖବର ଦେଇଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲ ପଠାଇଥିଲା। ଆଜି ସ୍ୱାମୀର ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର  ୨୪/୨୪ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ସ୍ୱାମୀକୁ ହସ୍ତାନ୍ତର କରିବା ସହ ତଦନ୍ତ କରୁଥିବା ପୁଲିସ କହିଛି।