କେଜ୍ରିଓ୍ବାଲ୍ ସମାଜ ପାଇଁ ବିପଦ ନୁହେଁ: ସୁପ୍ରିମକୋର୍ଟରେ କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀଙ୍କ ଓକିଲ
ନୂଆଦିଲ୍ଲୀ,୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ଜେଲରେ ଥିବା କେଜ୍ରିୱାଲ ତାଙ୍କ ଗିରଫଦାରୀକୁ ନେଇ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଉଜଲ ଭୁୟାଁଙ୍କ ବେଞ୍ଚ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରୁଛନ୍ତି। ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି କେଜ୍ରିୱାଲଙ୍କ ପ୍ରତିନିଧିତ୍ୱ କରୁଛନ୍ତି। ଜାମିନ ଆବେଦନ ଉପରେ ଶୁଣାଣି ବେଳେ କେଜ୍ରିୱାଲଙ୍କ ଓକିଲ […] The post କେଜ୍ରିଓ୍ବାଲ୍ ସମାଜ ପାଇଁ ବିପଦ ନୁହେଁ: ସୁପ୍ରିମକୋର୍ଟରେ କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀଙ୍କ ଓକିଲ appeared first on Dharitri Odia News.
ନୂଆଦିଲ୍ଲୀ,୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ଜେଲରେ ଥିବା କେଜ୍ରିୱାଲ ତାଙ୍କ ଗିରଫଦାରୀକୁ ନେଇ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଉଜଲ ଭୁୟାଁଙ୍କ ବେଞ୍ଚ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରୁଛନ୍ତି। ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି କେଜ୍ରିୱାଲଙ୍କ ପ୍ରତିନିଧିତ୍ୱ କରୁଛନ୍ତି।
ଜାମିନ ଆବେଦନ ଉପରେ ଶୁଣାଣି ବେଳେ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଘଭି ଯୁକ୍ତି ଦର୍ଶାଇଥିଲେ, କେଜ୍ରିୱାଲଙ୍କ ନାମ ଏକ୍ସାଇଜ ପଲିସି ମାମଲାରେ ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଏଫଆଇଆରରେ ନାହିଁ। ଏଥିସହ ନିକଟରେ କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରି ସୁପ୍ରିମକୋର୍ଟ କହିଥିଲେ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସମାଜ ପାଇଁ ବିପଦ ନୁହେଁ। ଦୁଇଥର ସୁପ୍ରିମକୋର୍ଟ ଏବଂ ଥରେ ଟ୍ରାଏଲ କୋର୍ଟ କେଜ୍ରିୱାଲଙ୍କୁ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିଂହଭି ଯୁକ୍ତି କରିଛନ୍ତି ଯେ, କେଜ୍ରିୱାଲ ଏକ ସାମ୍ବିଧାନିକ ପଦବୀରେ ଅଛନ୍ତି ଏବଂ ଏହା ସମାଜ ପାଇଁ ବିପଦ ନୁହେଁ। ତାଙ୍କୁ ଜାଣିଶୁଣି ଗିରଫ କରାଯାଇଛି। ସେ ଜେଲ୍ରୁ କେମିତି ବାହାରକୁ ନ ଆସି ପାରିବେ, ସେଥିପାଇଁ ତାଙ୍କୁ ସିବିଆଇ ଗିରଫ କରିଛି।
The post କେଜ୍ରିଓ୍ବାଲ୍ ସମାଜ ପାଇଁ ବିପଦ ନୁହେଁ: ସୁପ୍ରିମକୋର୍ଟରେ କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀଙ୍କ ଓକିଲ appeared first on Dharitri Odia News.