କେଜ୍ରିଓ୍ବାଲ୍ଙ୍କୁ ଜାମିନ ମିଳିବା ପରେ ଆପ୍ର ପ୍ରଥମ ପ୍ରତିକ୍ରିୟା
ନୂଆଦିଲ୍ଲୀ,୧୨ା୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟି ନେତା ଅରବିନ୍ଦ କେଜ୍ରିଓ୍ବାଲ୍ଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ଦେଇଛନ୍ତି। ଏହା ପରେ ଆମ୍ ଆଦ୍ମୀ ପାର୍ଟି(ଆପ୍)ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆପ୍ କହିଛି, ସତ୍ୟର ଜୟ ହୋଇଛି। ମଦ ଦୁର୍ନୀତି ଏବଂ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ କେଜ୍ରିଓ୍ବାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି, କିନ୍ତୁ ସେ ଜେଲରେ ରହିବେ କାରଣ ଇଡି ମାମଲାରେ ଏହି ଜାମିନ ମିଳିଛି। ସୁପ୍ରିମକୋର୍ଟ ଏହି ମାମଲାକୁ ୩ […] The post କେଜ୍ରିଓ୍ବାଲ୍ଙ୍କୁ ଜାମିନ ମିଳିବା ପରେ ଆପ୍ର ପ୍ରଥମ ପ୍ରତିକ୍ରିୟା appeared first on Dharitri Odia News.
ନୂଆଦିଲ୍ଲୀ,୧୨ା୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟି ନେତା ଅରବିନ୍ଦ କେଜ୍ରିଓ୍ବାଲ୍ଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ଦେଇଛନ୍ତି। ଏହା ପରେ ଆମ୍ ଆଦ୍ମୀ ପାର୍ଟି(ଆପ୍)ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆପ୍ କହିଛି, ସତ୍ୟର ଜୟ ହୋଇଛି।
ମଦ ଦୁର୍ନୀତି ଏବଂ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ କେଜ୍ରିଓ୍ବାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି, କିନ୍ତୁ ସେ ଜେଲରେ ରହିବେ କାରଣ ଇଡି ମାମଲାରେ ଏହି ଜାମିନ ମିଳିଛି। ସୁପ୍ରିମକୋର୍ଟ ଏହି ମାମଲାକୁ ୩ ଜଣ ବିଚାରପତିଙ୍କ ଏକ ବେଞ୍ଚକୁ ପଠାଇଥିଲେ। ଇଡି ଗିରଫକୁ କେଜ୍ରିଓ୍ବାଲ୍ ଚ୍ୟାଲେଞ୍ଜ କରିଥିରେ।
ମାର୍ଚ୍ଚ ୨୧ରେ ଅର୍ଥ ହେରଫେର ମାମଲାରେ ଇଡି କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା। ତେବେ କେଜ୍ରିଓ୍ବାଲ ଏପର୍ଯ୍ୟନ୍ତ ଜେଲରୁ ବାହାରି ପାରିବେ ନାହିଁ କାରଣ ସେ ସିବିଆଇ ମାମଲାରେ ନ୍ୟାୟିକ ହେପାଜତରେ ଅଛନ୍ତି। ଜୁନ୍ ୨୬ରେ ସିବିଆଇ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା। ଜେଲ୍ରୁ ବାହାରିବା ପାଇଁ ତାଙ୍କୁ ମଧ୍ୟ ଜାମିନ ଦେବାକୁ ପଡ଼ିବ।
The post କେଜ୍ରିଓ୍ବାଲ୍ଙ୍କୁ ଜାମିନ ମିଳିବା ପରେ ଆପ୍ର ପ୍ରଥମ ପ୍ରତିକ୍ରିୟା appeared first on Dharitri Odia News.