କେଜ୍ରିୱାଲଙ୍କ ବାସଭବନରେ ପୁଣି ପୁଲିସ
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଶନିବାର ସକାଳେ ପୁଣି ଦିଲ୍ଲୀ ପୁଲିସ କ୍ରାଇମ ବ୍ରାଞ୍ଚର ଏକ ଟିମ୍ ପହଞ୍ଚିଛନ୍ତି। ବିଜେପି ଆପ୍ ନେତାମାନଙ୍କୁ କିଣିବାକୁ ଚେଷ୍ଟା କରୁଛି ବୋଲି କେଜ୍ରିୱାଲ ଯେଉଁ ଅଭିଯୋଗ କରିଥିଲେ ସେହି ମାମଲାରେ ନୋଟିସ କରିବାପାଇଁ ଦିଲ୍ଲୀ ପୁଲିସ କ୍ରାଇମ ବ୍ରାଞ୍ଚ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ଜଣେ ଆସିଷ୍ଟାଣ୍ଟ କମିସନର ସ୍ତରୀୟ ପୁଲିସ ଅଫିସରଙ୍କ ନେତୃତ୍ବାଧୀନ ଏହି ଟିମ୍ ଉତ୍ତର ଦିଲ୍ଲୀ ଅଞ୍ଚଳର ସିଭିଲ ଲାଇନ୍ସ ସ୍ଥିତ ସରକାରୀ […]

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଶନିବାର ସକାଳେ ପୁଣି ଦିଲ୍ଲୀ ପୁଲିସ କ୍ରାଇମ ବ୍ରାଞ୍ଚର ଏକ ଟିମ୍ ପହଞ୍ଚିଛନ୍ତି। ବିଜେପି ଆପ୍ ନେତାମାନଙ୍କୁ କିଣିବାକୁ ଚେଷ୍ଟା କରୁଛି ବୋଲି କେଜ୍ରିୱାଲ ଯେଉଁ ଅଭିଯୋଗ କରିଥିଲେ ସେହି ମାମଲାରେ ନୋଟିସ କରିବାପାଇଁ ଦିଲ୍ଲୀ ପୁଲିସ କ୍ରାଇମ ବ୍ରାଞ୍ଚ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ଜଣେ ଆସିଷ୍ଟାଣ୍ଟ କମିସନର ସ୍ତରୀୟ ପୁଲିସ ଅଫିସରଙ୍କ ନେତୃତ୍ବାଧୀନ ଏହି ଟିମ୍ ଉତ୍ତର ଦିଲ୍ଲୀ ଅଞ୍ଚଳର ସିଭିଲ ଲାଇନ୍ସ ସ୍ଥିତ ସରକାରୀ ବାସଭବନରେ ପହଞ୍ଚିଥିଲେ। ଶୁକ୍ରବାର ସନ୍ଧ୍ୟାରେ ମଧ୍ୟ କ୍ରାଇମ ବ୍ରାଞ୍ଚ ଟିମ୍ କେଜ୍ରିୱାଲ ଏବଂ ଦିଲ୍ଲୀ ମନ୍ତ୍ରୀ ଅତିଶୀଙ୍କ ବାସଭବନ ଯାଇଥିଲେ। କିନ୍ତୁ ପୁଲିସ ଟିମ୍ ଅନୁଯାୟୀ କେଜ୍ରିୱାଲଙ୍କ ଅଫିସର ଅଧିକା୍ରୀମାନେ ଏହି ନୋଟିସ ଗ୍ରହଣ କରିନଥିଲେ ଏବଂ ଅତିଶୀ ମଧ୍ୟ ଗୃହରେ ଉପସ୍ଥିତ ନଥିଲେ।