କେଜ୍ରିୱାଲଙ୍କ ବିରୋଧରେ FIR: ଏପ୍ରିଲ ୧୮ରେ ଶୁଣାଣି
ନୂଆଦିଲ୍ଲୀ,୨୮।୩: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସମସ୍ୟା ଶେଷ ହେବାର ନାଁ ଧରୁନି। ନିର୍ବାଚନରେ ଶେଚନୀୟ ପରାଜୟ ପରେ, ଦିଲ୍ଲୀ ପୋଲିସ ଏବେ କେଜରିୱାଲ ଏବଂ ଅନ୍ୟମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ସାର୍ବଜନୀନ ସମ୍ପତ୍ତି ଆଇନର ଉଲ୍ଲଂଘନ ଅଭିଯୋଗରେ ଏହି ଏଫଆଇଆର ହୋଇଛି। ଦିଲ୍ଲୀ ପୋଲିସ ରାଉଜ ଆଭେନ୍ୟୁ କୋର୍ଟରେ ଏକ ଅନୁପାଳନ (Compliance) ରିପୋର୍ଟ ଦାଖଲ କରିଛି। ସାଧାରଣ ସମ୍ପତ୍ତି ଆଇନର ଉଲ୍ଲଂଘନ ଅଭିଯୋଗରେ […] The post କେଜ୍ରିୱାଲଙ୍କ ବିରୋଧରେ FIR: ଏପ୍ରିଲ ୧୮ରେ ଶୁଣାଣି appeared first on Dharitri Odia News.
ନୂଆଦିଲ୍ଲୀ,୨୮।୩: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସମସ୍ୟା ଶେଷ ହେବାର ନାଁ ଧରୁନି। ନିର୍ବାଚନରେ ଶେଚନୀୟ ପରାଜୟ ପରେ, ଦିଲ୍ଲୀ ପୋଲିସ ଏବେ କେଜରିୱାଲ ଏବଂ ଅନ୍ୟମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ସାର୍ବଜନୀନ ସମ୍ପତ୍ତି ଆଇନର ଉଲ୍ଲଂଘନ ଅଭିଯୋଗରେ ଏହି ଏଫଆଇଆର ହୋଇଛି। ଦିଲ୍ଲୀ ପୋଲିସ ରାଉଜ ଆଭେନ୍ୟୁ କୋର୍ଟରେ ଏକ ଅନୁପାଳନ (Compliance) ରିପୋର୍ଟ ଦାଖଲ କରିଛି।
ସାଧାରଣ ସମ୍ପତ୍ତି ଆଇନର ଉଲ୍ଲଂଘନ ଅଭିଯୋଗରେ କେଜରିୱାଲ ଏବଂ ଅନ୍ୟମାନଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଦ୍ୱାରା ରୁଜୁ ହୋଇଥିବା ଏଫଆଇଆର ମାମଲାର ଶୁଣାଣି ତାରିଖ ମଧ୍ୟ ପ୍ରକାଶ ପାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି କୋର୍ଟରେ ଏପ୍ରିଲ ୧୮ରେ ହେବ ବୋଲି ଧାର୍ଯ୍ୟ କରାଯାଇଛି।
ଏହି ପୂରା ମାମଲା ପ୍ରାୟ ୫ ବର୍ଷ ପୁରୁଣା। ୨୦୧୯ରେ, ଦ୍ୱାରକାରେ ବଡ଼ ବଡ଼ ହୋର୍ଡିଂ ଲଗାଇ ସାଧାରଣ ଲୋକଙ୍କ ଟଙ୍କା ଅପବ୍ୟବହାର କରିବା ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ଅନ୍ୟମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଦାବି କରାଯାଇଥିଲା। ଏବେ ଦିଲ୍ଲୀ ପୋଲିସ ଏହି ମାମଲାରେ ଏକ ଏଫଆଇଆର ପଞ୍ଜିକୃତ କରିଛି ଏବଂ କୋର୍ଟକୁ ମଧ୍ୟ ଏହା ବିଷୟରେ ଜଣାଇଛି।
The post କେଜ୍ରିୱାଲଙ୍କ ବିରୋଧରେ FIR: ଏପ୍ରିଲ ୧୮ରେ ଶୁଣାଣି appeared first on Dharitri Odia News.