କେତେ ଉପକାରୀ ଦଲିଆ

ଏବେ ଆମମାନଙ୍କର ଅନିୟମିତ ଜୀବନଶୈଳୀ ଆମକୁ ଅନେକ ରୋଗ ମୁହଁକୁ ଠେଲି ଦେଉଛି। ଠିକ୍‌ ସମୟରେ ଠିକ ଖାଦ୍ୟ ନ ଖାଇବା ଦ୍ୱାରା ବି ଆମେ ଅନେକ ରୋଗର ଶିକାର ହେଉଛୁ। ଯାହାକୁ ଚିହ୍ନଟ କରିବା ବେଳେ ବେଳେ କଷ୍ଟକର ବି ହୋଇ ପଡୁଛି। ଏବେ ଯୁବବର୍ଗଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶଙ୍କ ନିକଟରେ ହାର୍ଟ ସମସ୍ୟା ଦେଖାଯାଉଛି। ତେବେ ଏହି ହାର୍ଟ ବା ହୃଦୟକୁ କେମିତି ରଖିବେ ସୁସ୍ଥ ତାହା ଜାଣି ରଖିବା […] The post କେତେ ଉପକାରୀ ଦଲିଆ appeared first on Dharitri Odia News.

କେତେ ଉପକାରୀ ଦଲିଆ

ଏବେ ଆମମାନଙ୍କର ଅନିୟମିତ ଜୀବନଶୈଳୀ ଆମକୁ ଅନେକ ରୋଗ ମୁହଁକୁ ଠେଲି ଦେଉଛି। ଠିକ୍‌ ସମୟରେ ଠିକ ଖାଦ୍ୟ ନ ଖାଇବା ଦ୍ୱାରା ବି ଆମେ ଅନେକ ରୋଗର ଶିକାର ହେଉଛୁ। ଯାହାକୁ ଚିହ୍ନଟ କରିବା ବେଳେ ବେଳେ କଷ୍ଟକର ବି ହୋଇ ପଡୁଛି। ଏବେ ଯୁବବର୍ଗଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶଙ୍କ ନିକଟରେ ହାର୍ଟ ସମସ୍ୟା ଦେଖାଯାଉଛି। ତେବେ ଏହି ହାର୍ଟ ବା ହୃଦୟକୁ କେମିତି ରଖିବେ ସୁସ୍ଥ ତାହା ଜାଣି ରଖିବା ଜରୁରୀ।
ଦିନର ଆରମ୍ଭ ଯଦି ଗୋଟିଏ ଗିନା ଦଲିଆରୁ ଆରମ୍ଭ ହୁଏ, ତେବେ ହୃତପିଣ୍ଡ ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ। ବ୍ରିଟେନ ସ୍ଥିତ ନ୍ୟୁ କ୍ୟାସଲ ୟୁନିଭର୍ସିଟିରେ ହୋଇଥିବା ଗବେଷଣାରୁ ଏହା ଜଣାପଡ଼ିଛି। ଗବେଷକମାନେ ମାନବ ସ୍ବାସ୍ଥ୍ୟ ଉପରେ ନିୟମିତ ଖାଦ୍ୟର ସକାରାମତ୍କ ପ୍ରଭାବ ଆକଳନ କରିବାକୁ ଯାଇ ଏହି ନିଷ୍କର୍ଷରେ ପହଞ୍ଚତ୍ଛନ୍ତି। ଗବେଷକଙ୍କ ଅନୁସାରେ, ଦଲିଆ ଫାଇବରର ଉତ୍ତମ ସ୍ରୋତ। ଏହି ଫାଇବର୍‌ ପାକସ୍ଥଳୀରେ ଏକ ଗାଢ଼ ଜେଲ ଆକାରର ରୂପ ନେଇଥାଏ। ଯାହା ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂରିଲା ପୂରିଲା ଅନୁଭବ କରାଇଥାଏ। ଏହା ପାଚନ କ୍ରିୟାକୁ ସୂଚାରୁରୂପେ କାର୍ଯ୍ୟକ୍ଷମ କରିବା ସହ ଏନଜାଇମ ଉପତ୍ାଦନ ମଧ୍ୟ ବଢ଼ାଇଥାଏ। କେବଳ ସେତିକି ନୁହେଁ, ଏହା ଅମ୍ଳ ତିଆରି କରିଥାଏ। ରୋଗପ୍ରତିରୋଧକ ତନ୍ତ୍ରକୁ ମଜଭୁତ କରିବା ସହ ଭଲ ବ୍ୟାକ୍ଟେରିଆଙ୍କ ସଂଖ୍ୟା ବୃଦ୍ଧି କରେ। ତେବେ ଗବେଷକଙ୍କ ଅନୁସାରେ, ଦଲିଆରେ ଚିନି ପରିବର୍ତ୍ତେ ମହୁର ଉପଯୋଗ ସବୁଠୁ ଉତ୍ତମ ରହିଥାଏ।

The post କେତେ ଉପକାରୀ ଦଲିଆ appeared first on Dharitri Odia News.