କେତେ ଧନୀ ନଜଫଗଡ଼ର ନବାବ ବୀରେନ୍ଦ୍ର ସେହୱାଗ ? ପ୍ରତି ମାସରେ ରୋଜଗାର କରନ୍ତି ୨.୫ କୋଟି
ନୂଆଦିଲ୍ଲୀ ୧୦।୦୨: ବୀରେନ୍ଦ୍ର ସେହୱାଗ । ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ବର୍ତ୍ତମାନ ସେହଓ୍ବାଗ ଆଦିବାସୀ ସମ୍ପ୍ରଦାୟର ଅନାଥ ଝିଅମାନଙ୍କୁ ବିବାହ କରାଇବାର ଦାୟିତ୍ୱ ନେଇଛନ୍ତି। ତେବେ ଆସନ୍ତୁ ଜାଣିବା ସେ କେତେ ଧନୀ ? ତାଙ୍କୁ କାହିଁକି କୁହାଯାଏ ନଜଫଗଡ଼ର ନବାବ ? ଦିଲ୍ଲୀର ଯେଉଁ ଅଞ୍ଚଳରେ ସେହୱାଗ ଜନ୍ମଗ୍ରହଣ କରିଥିଲେ ସେ ସ୍ଥାନର ନାଁ ହେଉଛି ନଜଫଗଡ଼ । ତେଣୁ ତାଙ୍କୁ ନଜଫଗଡ଼ର ରାଜକୁମାର କିମ୍ବା ନବାବ କୁହାଯାଏ। ବୀରେନ୍ଦ୍ର ସେହୱାଗଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୩୪୦ ରୁ ୩୫୦ କୋଟି ଟଙ୍କା। ସେ ଦେଶର ସବୁଠାରୁ ଧନୀ କ୍ରିକେଟରଙ୍କ ମଧ୍ୟରେ ଅନ୍ୟତମ। ଦିଲ୍ଲୀର ହୌଜ ଖାସ୍ ଅଞ୍ଚଳରେ ସେହୱାଗଙ୍କର ଏକ ସୁନ୍ଦର ଘର ଅଛି । ଯାହାର ନାମ 'କୃଷ୍ଣ ନିବାସ'। ତାଙ୍କ ବଙ୍ଗଳାର ମୂଲ୍ୟ ପ୍ରାୟ ୧୩୦ କୋଟି ଟଙ୍କା। ରିପୋର୍ଟ ଅନୁଯାୟୀ ସେହୱାଗଙ୍କ ରୋଜଗାର ବିଷୟରେ କହିବାକୁ ଗଲେ ସେ ୨୦୨୪ ମସିହାରେ ୩୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଥିଲେ। ଏଥିମଧ୍ୟରୁ ସେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ୨୪ କୋଟି ଟଙ୍କା ରୋଜଗାର କରିଥିଲେ। ଏହି ଅନୁସାରେ ସେହୱାଗ ୨୦୨୪ ମସିହାରେ ପ୍ରତି ମାସରେ ୨.୫ କୋଟି ଟଙ୍କାରୁ ଅଧିକ ରୋଜଗାର କରିଥିଲେ ।ଏହାବ୍ୟତୀତ ସେହୱାଗଙ୍କର ହରିୟାଣାରେ ଏକ ସ୍କୁଲ ଖୋଲିଛନ୍ତି । ସ୍କୁଲର ନାଁ ସେହୱାଗ ଇଣ୍ଟରନ୍ୟାସନାଲ ସ୍କୁଲ । ଏଠାରେ ପାଠପଢ଼ା ସହିତ କ୍ରୀଡା, ସାମାଜିକ ବିଜ୍ଞାନ,
ନୂଆଦିଲ୍ଲୀ ୧୦।୦୨: ବୀରେନ୍ଦ୍ର ସେହୱାଗ । ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ବର୍ତ୍ତମାନ ସେହଓ୍ବାଗ ଆଦିବାସୀ ସମ୍ପ୍ରଦାୟର ଅନାଥ ଝିଅମାନଙ୍କୁ ବିବାହ କରାଇବାର ଦାୟିତ୍ୱ ନେଇଛନ୍ତି। ତେବେ ଆସନ୍ତୁ ଜାଣିବା ସେ କେତେ ଧନୀ ? ତାଙ୍କୁ କାହିଁକି କୁହାଯାଏ ନଜଫଗଡ଼ର ନବାବ ?

ଦିଲ୍ଲୀର ଯେଉଁ ଅଞ୍ଚଳରେ ସେହୱାଗ ଜନ୍ମଗ୍ରହଣ କରିଥିଲେ ସେ ସ୍ଥାନର ନାଁ ହେଉଛି ନଜଫଗଡ଼ । ତେଣୁ ତାଙ୍କୁ ନଜଫଗଡ଼ର ରାଜକୁମାର କିମ୍ବା ନବାବ କୁହାଯାଏ। ବୀରେନ୍ଦ୍ର ସେହୱାଗଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୩୪୦ ରୁ ୩୫୦ କୋଟି ଟଙ୍କା। ସେ ଦେଶର ସବୁଠାରୁ ଧନୀ କ୍ରିକେଟରଙ୍କ ମଧ୍ୟରେ ଅନ୍ୟତମ। ଦିଲ୍ଲୀର ହୌଜ ଖାସ୍ ଅଞ୍ଚଳରେ ସେହୱାଗଙ୍କର ଏକ ସୁନ୍ଦର ଘର ଅଛି । ଯାହାର ନାମ 'କୃଷ୍ଣ ନିବାସ'।

ତାଙ୍କ ବଙ୍ଗଳାର ମୂଲ୍ୟ ପ୍ରାୟ ୧୩୦ କୋଟି ଟଙ୍କା। ରିପୋର୍ଟ ଅନୁଯାୟୀ ସେହୱାଗଙ୍କ ରୋଜଗାର ବିଷୟରେ କହିବାକୁ ଗଲେ ସେ ୨୦୨୪ ମସିହାରେ ୩୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଥିଲେ। ଏଥିମଧ୍ୟରୁ ସେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ୨୪ କୋଟି ଟଙ୍କା ରୋଜଗାର କରିଥିଲେ। ଏହି ଅନୁସାରେ ସେହୱାଗ ୨୦୨୪ ମସିହାରେ ପ୍ରତି ମାସରେ ୨.୫ କୋଟି ଟଙ୍କାରୁ ଅଧିକ ରୋଜଗାର କରିଥିଲେ ।

ଏହାବ୍ୟତୀତ ସେହୱାଗଙ୍କର ହରିୟାଣାରେ ଏକ ସ୍କୁଲ ଖୋଲିଛନ୍ତି । ସ୍କୁଲର ନାଁ ସେହୱାଗ ଇଣ୍ଟରନ୍ୟାସନାଲ ସ୍କୁଲ । ଏଠାରେ ପାଠପଢ଼ା ସହିତ କ୍ରୀଡା, ସାମାଜିକ ବିଜ୍ଞାନ, ଭାବପ୍ରବଣ ଏବଂ ବୌଦ୍ଧିକ ବିକାଶ ଉପରେ ଧ୍ୟାନ ଦିଆଯାଏ।